Pakistan Cricket Board Photograph: (OTV)
ସରିଲା ନାଟକ, ଭାଙ୍ଗିଲା ପାକିସ୍ତାନର ବୟକଟ୍ ବହପ। ଭାରତ ସହ ଟି-ଟ୍ବେଣ୍ଟି ବିଶ୍ବକପ୍ ଖେଳିବ ପାକିସ୍ତାନ। ପକାଇଥିବା ଛେପ ଢୋକିବାକୁ ଏବେ ବାହାନା ଖୋଜୁଛି ପାକିସ୍ତାନ । ଆଇସିସିର କଡ଼ା ଆଭିମୁଖ୍ୟ ଆଗରେ ପାକିସ୍ତାନ ୟୁ-ଟର୍ଣ୍ଣ ନେଇଥିବା ସୂଚନା ମିଳିଛି। ଭାରତ ବିପକ୍ଷରେ ଖେଳିବା ପାଇଁ ରାଜି ହୋଇଛି ପାକିସ୍ତାନ।
ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ, ଆସନ୍ତା ୧୫ ଫେବ୍ରୁଆରିରେ ଶ୍ରୀଲଙ୍କାର କଲମ୍ବୋଠାରେ ହାଇଭୋଲଟେଜ୍ ମ୍ୟାଚ୍ ଖେଳାଯିବ । ଲାହୋରରେ ଅନୁଷ୍ଠିତ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ପରେ ପାକିସ୍ତାନ କ୍ରିକେଟ୍ ବୋର୍ଡ ଏହି ନିଷ୍ପତ୍ତି ନେଇଥିବା ସୂଚନା ମିଳିଛି ।
ବୈଠକରେ ପାକିସ୍ତାନ ଏବଂ ବାଂଲାଦେଶ ଆଇସିସି ନିକଟରେ କିଛି ଦାବି ରଖିଥିଲେ । ତେବେ ପାକିସ୍ତାନର ଦାବିକୁ ଆଇସିସି ଅଗ୍ରାହ୍ୟ କରିଦେଇଥିବା ଜଣାପଡ଼ିଛି । ଟି-୨୦ ବିଶ୍ୱକପ୍ ୨୦୨୬ରୁ ବାଂଲାଦେଶ ବାଦ୍ ପଡ଼ିବା ପରେ ତାକୁ କ୍ଷତିପୂରଣ ଦେବା ପାଇଁ ଆଇସିସି ସହମତି ପ୍ରକାଶ କରିଛି ।
କ୍ଷତିପୂରଣ ସ୍ୱରୂପ ବାଂଲାଦେଶକୁ ଅଣ୍ଡର-୧୯ ବିଶ୍ୱକପ୍ ଏବଂ ମହିଳା କ୍ରିକେଟ୍ ବିଶ୍ୱକପ୍ ଆୟୋଜନ ଭାର ମିଳିପାରେ। ଅନ୍ୟପଟେ ବୈଠକରେ ଭାରତ ସହ ଦ୍ବିପାକ୍ଷିକ ସିରିଜ ପାଇଁ ପାକିସ୍ତାନ ଦାବି କରିଥିବାବେଳେ ଆଇସିସି ଏହାକୁ ପ୍ରତ୍ୟାଖ୍ୟାନ କରିଛି ।
ଆଇସିସି କହିଛି, ଦୁଇ ଦେଶ ମଧ୍ୟରେ ସିରିଜ୍ କରାଇବା ତାଙ୍କର ଅଧିକାର କ୍ଷେତ୍ରରେ ନାହିଁ । ପାକିସ୍ତାନ ଆଇସିସି ରାଜସ୍ୱରେ ନିଜର ଅଂଶଧନ ବଢ଼ାଇବାକୁ ଦାବି କରିଥିବାବେଳେ ଦାବି ଉପରେ ବିଚାର କରିବ ବୋଲି କହିଛି ଆଇସିସି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/02/10/pakistan-cricket-board-2026-02-10-08-57-32.jpg)