Advertisment

ସର୍ଫରାଜଙ୍କୁ ଏମିତି ସମାଲୋଚନା କଲେ ପ୍ରଶଂସକ

ଲଣ୍ଡନ: ଆଇସିସି ବିଶ୍ୱକପରେ ଭାରତଠାରୁ ୮୯ ରନରେ ହାରିବା ପରେ ପାକିସ୍ତାନୀ ପ୍ରଶଂସକ ବହୁତ ନିରାଶ ହୋଇଛନ୍ତି। ସେମାନେ ବର୍ତ୍ତମାନ କ୍ୟାପଟେନ୍ ସର୍ଫରାଜ ଅହମ୍ମଦ ଏବଂ ବାକି ଟିମକୁ ସିଧାସଳଖ ଟାର୍ଗେଟ୍ କରିଛନ୍ତି। ପରାଜୟ ପରେ ସୋଶାଲ ମିଡିଆରେ ପାକିସ୍ତାନୀ ପ୍ରଶଂସକ ନିଜ ଟିମର ଦୁର୍ବଳତା ଉପରେ ବର୍ଷିଛନ୍ତି। ପ୍ରଶଂସକ ମଧ୍ୟ ପାକିସ୍ତାନ ଟିମର ଫିଟନେସ୍ ଉପରେ ପ୍ରଶ୍ନ ଉଠାଇଛନ୍ତି। ଏହା ମଧ୍ୟରେ ପ୍ରଶଂସକ କହିଛନ୍ତି, ପାକିସ୍ତାନ ଟିମ୍ ମ୍ୟାଚ୍ ପୂର୍ବରୁ ଫାଷ୍ଟ ଫୁଡ୍ ଯଥା ବର୍ଗର […]

author-image
Mihir Pattnayak
ସର୍ଫରାଜଙ୍କୁ ଏମିତି ସମାଲୋଚନା କଲେ ପ୍ରଶଂସକ

Pakistan

ଲଣ୍ଡନ: ଆଇସିସି ବିଶ୍ୱକପରେ ଭାରତଠାରୁ ୮୯ ରନରେ ହାରିବା ପରେ ପାକିସ୍ତାନୀ ପ୍ରଶଂସକ ବହୁତ ନିରାଶ ହୋଇଛନ୍ତି। ସେମାନେ ବର୍ତ୍ତମାନ କ୍ୟାପଟେନ୍ ସର୍ଫରାଜ ଅହମ୍ମଦ ଏବଂ ବାକି ଟିମକୁ ସିଧାସଳଖ ଟାର୍ଗେଟ୍ କରିଛନ୍ତି। ପରାଜୟ ପରେ ସୋଶାଲ ମିଡିଆରେ ପାକିସ୍ତାନୀ ପ୍ରଶଂସକ ନିଜ ଟିମର ଦୁର୍ବଳତା ଉପରେ ବର୍ଷିଛନ୍ତି।

Advertisment

ପ୍ରଶଂସକ ମଧ୍ୟ ପାକିସ୍ତାନ ଟିମର ଫିଟନେସ୍ ଉପରେ ପ୍ରଶ୍ନ ଉଠାଇଛନ୍ତି। ଏହା ମଧ୍ୟରେ ପ୍ରଶଂସକ କହିଛନ୍ତି, ପାକିସ୍ତାନ ଟିମ୍ ମ୍ୟାଚ୍ ପୂର୍ବରୁ ଫାଷ୍ଟ ଫୁଡ୍ ଯଥା ବର୍ଗର ଖାଉଥିବାରୁ ହାରୁଛନ୍ତି। ପରାଜୟରେ ଦୁଃଖିତ ପାକିସ୍ତାନୀ ପ୍ରଶଂସକଙ୍କ ଭିଡିଓ ବେଶ୍ ଭାଇରାଲ୍ ହେବାରେ ଲାଗିଛି।

ଏହି ଭିଡିଓରେ ପ୍ରଶଂସକ ଜଣକ ପାକିସ୍ତାନ କ୍ରିକେଟ୍ ଟିମକୁ ସମାଲୋଚନା କରି କହିଛନ୍ତି, ମ୍ୟାଚ୍ ପୂର୍ବରୁ ଏମାନେ ପିଜ୍ଜା-ବର୍ଗର ଖାଉଛନ୍ତି। ଏମାନେ କ୍ରିକେଟ୍ ନୁହେଁ, ବରଂ କୁସ୍ତି ଖେଳିବା ପାଇଁ ଯୋଗ୍ୟ। ଏତିକି କହିବା ପରେ ପ୍ରଶଂସକ ଜଣକ ବହୁତ ଭାବପ୍ରବଣ ହୋଇପଡ଼ିଥିଲେ। ମୁଁ ଜାଣିବାକୁ ପାଇଲି ଯେ, ଏମାନେ (ପାକିସ୍ତାନ ଟିମ୍) ରାତି ବର୍ଗର ଖାଆନ୍ତି।

Advertisment

ଏମାନେ କ୍ରିକେଟ୍ ଛାଡ଼ି ଦଙ୍ଗଲ ଲଢ଼ିବାକୁ ଯିବା ଦରକାର। କୌଣସି ଫିଟନେସ୍ ନାହିଁ। ଏଠାରେ ଆମେ ଏତେ ଆଶା ବାନ୍ଧିକି ଅଛୁ। ଏମାନଙ୍କୁ ଲାହୋର ନେଇ କି ଯାଅ ଏବଂ ସେଠାରେ ଆଳୁ-ପରଟା ଖାଇବାକୁ ଦିଆ। ଆମେ ଏତେ ଅର୍ଥ ଓ ସମୟ ବାହାର କରି ଆସୁଛୁ, କିନ୍ତୁ ସେମାନଙ୍କ ଉପରେ ଏହାର କୌଣସି ପ୍ରଭାବ ପଡ଼ୁନାହିଁ।

ପ୍ରଶଂସକ ଜଣକ ସର୍ଫରାଜଙ୍କୁ ନେଇ କହିଛନ୍ତି, ସର୍ଫରାଜ ଆମକୁ ଧୋକା ଦେଇଛି। ସେ ମଇଦାନରେ ହାଇ ମାରୁଛନ୍ତି। ତାଙ୍କୁ ନିଦ ଟ୍ୟାବଲେଟ୍ (ଔଷଧ) ଦେବା ଦରକାର। ତେଣୁ ଏହିପରି ଭାବେ ପ୍ରଶଂସକ ସର୍ଫରାଜ ଓ ପାକିସ୍ତାନ ଟିମକୁ ସୋଶାଲ ମିଡିଆରେ ଯାହା ନାଇଁ ତାହା କହିଚାଲିଛନ୍ତି। ଏମିତି ଅନେକ ଭିଡିଓ ଏବଂ ଫଟୋ ଏବେ ସୋଶାଲ ମିଡିଆରେ ଘୁରି ବୁଲୁଛି।

class="bsac bsac-clearfix adloc-after-related adloc-is-banner adloc-show-desktop adloc-show-tablet-portrait adloc-show-tablet-landscape adloc-show-phone location-post_after_related bsac-align-center bsac-column-1">

Left Top
Advertisment
Advertisment