/odishatv-khabar/media/post_attachments/uploadimage/library/16_9/16_9_0/pakistan-indian-cab-driver-759_1626685896.jpg)
ବ୍ରିସ୍ବେନ : ଅଷ୍ଟ୍ରେଲିଆରେ ବାସ କରୁଥିବା ଜଣେ ଭାରତୀୟ ଟ୍ୟାକ୍ସି ଡ୍ରାଇଭର୍ କିଛି ପାକିସ୍ତାନ କ୍ରିକେଟରଙ୍କଠାରୁ ଭଡ଼ା ବାବଦରେ କୌଣସି ପାଉଣା ନେବାକୁ ମନା କରିଦେଇଛନ୍ତି। ଟ୍ୟାକ୍ସି ଡ୍ରାଇଭରଙ୍କ ଏହି ବ୍ୟବହାର ପାକିସ୍ତାନୀ କ୍ରିକେଟରଙ୍କ ହୃଦୟକୁ ଛୁଇଁଯାଇଥିଲା ଏବଂ ସେମାନେ ଏହା ବଦଳରେ ଉକ୍ତ ଟ୍ୟାକ୍ସି ଡ୍ରାଇଭରଙ୍କୁ ହୋଟେଲରେ ନିଜ ସହ ଡିନର୍ (ରାତ୍ର ଭୋଜନ) କରାଇଥିଲେ।
ସୀମାକୁ ନେଇ ଭାରତ ଓ ପାକିସ୍ତାନ ମଧ୍ୟରେ ତିକ୍ତତା ଜାରି ରହିଛି। ଏହି କାରଣରୁ ଉଭୟ ଦେଶ ମଧ୍ୟରେ ପ୍ରାୟତଃ ସବୁ ସମ୍ପର୍କ ଧୀରେ ଧୀରେ ଖରାପ ହେବାରେ ଲାଗିଛି। କିନ୍ତୁ ଅଷ୍ଟ୍ରେଲିଆରେ କିଛି ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି, ଯାହା ଉଭୟ ଦେଶ ପାଇଁ ପ୍ରେରଣାର ସ୍ରୋତ ପାଲଟିଛି।
ଭାରତୀୟ ଟ୍ୟାକ୍ସି ଡ୍ରାଇଭର୍ ଯେଉଁ ଟ୍ୟାକ୍ସିରେ ପାକିସ୍ତାନୀ କ୍ରିକେଟରଙ୍କ ଯାତ୍ରା କରାଇଥିଲେ, ସେଥିରେ ପେସ୍ ବୋଲର ଶାହୀନ୍ ଶାହ ଆଫ୍ରିଦି, ଲେଗ୍ ସ୍ପିନର ୟାସିର୍ ଶାହ ଏବଂ ଯୁବ ପେସର୍ ନସୀମ ଶାହ ସାମିଲ୍ ଅଛନ୍ତି। ଏବିସି ରେଡିଓର କମେଣ୍ଟର ଆଲିସନ୍ ମିଚେଲ୍ ଟ୍ୟାକ୍ସି ଡ୍ରାଇଭର୍ ଦ୍ୱାରା ଅର୍ଥ ନନେବା କଥା ଅଷ୍ଟ୍ରେଲିଆର ପୂର୍ବତନ ପେସ୍ ବୋଲର ମିଚେଲ୍ ଜନସନଙ୍କୁ ସହ କମେଣ୍ଟ୍ରି ବେଳେ ଶେଆର୍ କରିଥିଲେ।
ଆଲିସନଙ୍କୁ ଏହି ମାମଲାର ପୂରା ସୂଚନା ସେହି ଟ୍ୟାକ୍ସି ଡ୍ରାଇଭରଙ୍କଠାରୁ ପାଇଥିଲେ, କାରଣ ସେହି ଡ୍ରାଇଭର୍ ଜଣକ ଆଲିସନଙ୍କୁ ମଧ୍ୟ ନିଜ ଟ୍ୟାକ୍ସି ଯୋଗେ ଗାବା ଷ୍ଟାଡିୟମରେ ପହଞ୍ଚାଇଥିଲେ। ସେହି ସମୟରେ ଗାବା ଷ୍ଟାଡିୟମରେ ପାକିସ୍ତାନ ଓ ଅଷ୍ଟ୍ରେଲିଆ ମଧ୍ୟରେ ପ୍ରଥମ ଟେଷ୍ଟ ଜାରି ରହିଥିଲା। ଟ୍ୟାକ୍ସ ଡ୍ରାଇଭର୍ ଷ୍ଟାଡିୟମ ଯିବା ସମୟରେ ରାସ୍ତାରେ ଆଲିସନଙ୍କୁ କହିଥିଲେ ଯେ ରାତିରେ ଭୋଜନ ପାଇଁ ପାକିସ୍ତାନ ଖେଳାଳିଙ୍କୁ ହୋଟେଲରୁ ଭାରତୀୟ ରେଷ୍ଟ୍ୟୁଟାଣ୍ଟ ପର୍ଯ୍ୟନ୍ତ ପହଞ୍ଚାଇଥିଲେ।
ଟ୍ୟାକ୍ସି ଡ୍ରାଇଭର୍ ଆହୁରି କହିଥିଲେ, ଏହା ବଦଳରେ ସେ ପାକିସ୍ତାନ ଖେଳାଳିଙ୍କ ଠାରୁ କୌଣସି ଭଡ଼ା ନେଇନଥିଲେ। ଭାରତୀୟ ଡ୍ରାଇଭର୍ କହିଥିଲେ ଯେ ପାକିସ୍ତାନ ଖେଳାଳି ଏହା ବଦଳରେ ସେମାନଙ୍କ ସହ ରାତ୍ର ଭୋଜନ କରିବାକୁ ଆମନ୍ତ୍ରିତ କରିଥିଲେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)