Advertisment

ଭାରତୀୟ ଯୁବତୀଙ୍କୁ ବିବାହ କଲେ ପାକିସ୍ତାନୀ କ୍ରିକେଟର

ଇସଲାମାବାଦ: ଜମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ତିକ୍ତତା ବଢ଼ିବାରେ ଲାଗିଛି। ତେବେ ଏହି ସମୟରେ ପାକିସ୍ତାନର ଜଣେ କ୍ରିକେଟର ଭାରତୀୟ ଯୁବତୀଙ୍କୁ ବିବାହ କରି ସମସ୍ତଙ୍କ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି। ପାକିସ୍ତାନର ଫାଷ୍ଟ୍‌ ବୋଲର୍‌ ହସନ୍ ଅଲୀ ଭାରତୀୟ ନାଗରିକ ଶାମିଆ ଅର୍‌ଜୁଙ୍କ ସହ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ମଙ୍ଗଳବାର ଦିନ ଦୁବାଇରେ ଏମାନେ ବିବାହ କରିଛନ୍ତି। ୨୫ ବର୍ଷୀୟ ହସନ ତାଙ୍କ ବିବାହ ଫଟୋ ଓ ମେହେନ୍ଦି […]

author-image
Otv Khabar Bureau
ଭାରତୀୟ ଯୁବତୀଙ୍କୁ ବିବାହ କଲେ ପାକିସ୍ତାନୀ କ୍ରିକେଟର

Hasan Ali

ଇସଲାମାବାଦ: ଜମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ତିକ୍ତତା ବଢ଼ିବାରେ ଲାଗିଛି। ତେବେ ଏହି ସମୟରେ ପାକିସ୍ତାନର ଜଣେ କ୍ରିକେଟର ଭାରତୀୟ ଯୁବତୀଙ୍କୁ ବିବାହ କରି ସମସ୍ତଙ୍କ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି।

Advertisment

ପାକିସ୍ତାନର ଫାଷ୍ଟ୍‌ ବୋଲର୍‌ ହସନ୍ ଅଲୀ ଭାରତୀୟ ନାଗରିକ ଶାମିଆ ଅର୍‌ଜୁଙ୍କ ସହ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ମଙ୍ଗଳବାର ଦିନ ଦୁବାଇରେ ଏମାନେ ବିବାହ କରିଛନ୍ତି। ୨୫ ବର୍ଷୀୟ ହସନ ତାଙ୍କ ବିବାହ ଫଟୋ ଓ ମେହେନ୍ଦି ନାଇଟ୍‌ର ଏକ ଭିଡିଓ ମଧ୍ୟ ସୋଶାଲ୍ ମିଡିଆରେ ଶେଆର୍‌ କରିଛନ୍ତି।

ଏପରିକି ବିବାହ ପୂର୍ବରୁ ସେ ଏକ ଫଟୋ ଟ୍ୱିଟ୍‌ରରେ ଶେଆର୍‌ କରିଥିଲେ। ହସନ୍‌ଙ୍କ ଏହି ଟ୍ୱିଟ୍‌ର ଉତ୍ତରରେ ଭାରତୀୟ ଟେନିସ୍‌ ତାରକା ସାନିଆ ମିର୍ଜା ତାଙ୍କୁ ଶୁଭେଚ୍ଛା ଜଣାଇଥିଲେ।

Advertisment

ବିବାହ ଉତ୍ସବରେ ହସନ୍‌ ଭାରତୀୟ କ୍ରିକେଟର୍‌ଙ୍କୁ ମଧ୍ୟ ଆମନ୍ତ୍ରଣ କରିଥିଲେ ବୋଲି ଜଣାପଡ଼ିଛି। ‘ଯଦି ଭାରତୀୟ କ୍ରିକେଟର ତାଙ୍କ ବିବାହ ଉତ୍ସବରେ ଯୋଗଦିଅନ୍ତି ତେବେ ସେ ଖୁସି ହେବେ’ ବୋଲି  ହସନ୍‌ କହିଥିଲେ।

ସୂଚନା ଅନୁସାରେ, ହସନ୍‌ଙ୍କୁ ଜୀବନସାଥୀ ଭାବେ ବାଛି ଥିବା ଶାମିଆ (୨୬) ହରିୟାଣାର। ସେ ଏମିରେଟସ୍‌ ଏୟାରଲାଇନ୍ସର ଫ୍ଲାଇଟ୍‌ ଇଞ୍ଜିନିୟର। ଶାମିଆଙ୍କ ପରିବାର ଲୋକେ ନୂଆଦିଲ୍ଲୀରେ ରୁହନ୍ତି।

View this post on Instagram

mehndi night in the middle of the desert.

A post shared by Hassan Ali (@ha55an_ali) on

ଜାହିର ଆବାସ୍‌, ମୋଶିନ୍‌ ଖାନ୍‌ ଓ ସୋଏବ୍‌ ମଲିକ୍‌ଙ୍କ ପରେ ହସନ୍‌ ହେଉଛନ୍ତି ଚତୁର୍ଥ ପାକିସ୍ତାନୀ କ୍ରିକେଟର ଯିଏକି ଭାରତୀୟ ଯୁବତୀଙ୍କୁ ବିବାହ କରିଛନ୍ତି।

ହସନ୍‌ ଅଲୀ ୯ଟି ଟେଷ୍ଟ୍‌ ମ୍ୟାଚ୍‌, ୫୩ଟି ODIs ଖେଳିଛନ୍ତି।

Advertisment
Advertisment