/odishatv-khabar/media/post_attachments/uploadimage/library/16_9/16_9_0/vlcsnap-error593_1626761843.jpg)
vlcsnap-error593
ଭୁବନେଶ୍ୱର: ହାତରେ ବ୍ୟାଣ୍ଡ, ମୁଣ୍ଡରେ କ୍ୟାପ୍ ଏବଂ ନିଜ ନିଜ ଦଳର ଜର୍ସି ପିନ୍ଧି ପଡ଼ିଆକୁ ଓହ୍ଲାଇଥିଲେ ରାଜନେତା, ବ୍ୟୁରୋକ୍ରାଟସ୍ ଏବଂ ଗଣମାଧ୍ୟମ ପ୍ରତିନିଧି। ନିଜ ନିଜ କାମ ଚାପରୁ ଦୂରେଇ ଖେଳିଛନ୍ତି ଫୁଟବଲ୍ ମ୍ୟାଚ୍। ଟାଟାଷ୍ଟିଲ୍ ପକ୍ଷରୁ ଅାୟୋଜିତ ଏହି ଫ୍ରେଣ୍ଡଲି ଫୁଟବଲ୍ ଟୁର୍ଣ୍ଣମେଣ୍ଟ୍ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ରେ ଅାୟୋଜିତ ହୋଇଥିଲା। ଯେଉଁଥିରେ ଭାଗ ନେଇଥିଲେ ସମାଜର ଅାଗଧାଡ଼ିରେ ଥିବା ବିଭିନ୍ନ ବିଭାଗର ଅଧିକାରୀ।
କଳିଙ୍ଗ ଷ୍ଟାଡିୟମ୍ ଗ୍ରାଉଣ୍ଡରେ ଦେଖିବାକୁ ମିଳିଥିଲା କଡା ଟକ୍କର। ପ୍ରଥମ ସେମିଫାଇନାଲ୍ରେ ମୁହାଁମୁହିଁ ହୋଇଥିଲେ ଅଫିସର୍ସ ଇେଲେଭେନ୍ ଓ ଲିଡର୍ସ ଇଲେଭେନ୍। ତେବେ ଲିଡର୍ସ ଇଲେଭେନ୍କୁ ହରାଇ ଫାଇନାଲକୁ ଯାଇଥିଲା ଅଫିସର୍ସ ଇଲେଭେନ୍। ସେହିଭଳି ଦ୍ୱିତୀୟ ସେମିଫାଇନାଲ୍ରେ ମୁହାଁମୁହିଁ ହୋଇଥିଲେ ମିଡିଅା ଏବଂ ଟାଟାଷ୍ଟିଲ୍ର ପ୍ରତିନିଧି। ଶେଷରେ ମିଡିଅା ଇଲେଭେନ୍କୁ ୩-୨ ଗୋଲ୍ରେ ହରାଇ ଫାଇନାଲ୍ ଖେଳିଥିଲେ ଟାଟାଷ୍ଟିଲ୍ ଇଲେଭେନ୍।
ଅାଉ ଫାଇନାଲ୍ରେ ମୁହାଁମୁହିଁ ହୋଇଥିଲେ ଅଫିସର୍ସ ଏବଂ ଟାଟା ଷ୍ଟିଲ୍। ଟାଟା ଷ୍ଟିଲ୍କୁ ହରାଇ ଅଫିସର୍ସ ଇଲେଭେନ୍ ଚାମ୍ପିୟନ୍ ହୋଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)