Advertisment

ବେସବଲ୍ ଲିଟିଲ ପ୍ରତିଯୋଗିତା: ଭାରତୀୟ ଟିମ୍‌ରେ ଓଡ଼ିଆ ପୁଅ

ଯାଜପୁର: ଓଡ଼ିଆ ବାଳକ ଅଭିଜିତ ରାଉତ ଅନ୍ତର୍ଜାତୀୟ ବେସବଲ ଲିଟିଲ୍ ଖେଳିବାକୁ ମନୋନିତ ହୋଇଛନ୍ତି।  ୧୮ଜଣିଆ ଭାରତୀୟ ଦଳରେ ତାଙ୍କୁ ସ୍ଥାନ ମିଳିଛି।  ଅଭିଜିତଙ୍କ ଘର ଯାଜପୁର ଦାନଗଦୀ ବ୍ଲକ ରାଛିପୁର ଗାଁରେ। ସେ ଯୁଝପଦା ସ୍କୁଲରେ ଅଷ୍ଟମ ଶ୍ରେଣୀରେ ପଢନ୍ତି। ତାଇଓ୍ୱାନରେ ହେବାକୁ ଥିବା ବେସବଲ ଲିଟିଲ୍ ପ୍ରତିଯୋଗିତାରେ ସେ ଭାରତକୁ ପ୍ରତିନିଧିତ୍ୱ କରିବେ।  ପ୍ରତିଯୋଗିତାରେ ଭାଗନେବା ପୂର୍ବରୁ ସେ ଚଣ୍ଡିଗଡ଼ ଗସ୍ତ କରିଛନ୍ତି। ଚଣ୍ଡିଗଡ଼ କ୍ୟାମ୍ପରେ ସେ ଆସନ୍ତା ଅଗଷ୍ଟ୧୦ ତାରିଖ ଯାଏ ରହିବେ। […]

author-image
Otv Khabar Bureau
ବେସବଲ୍ ଲିଟିଲ ପ୍ରତିଯୋଗିତା: ଭାରତୀୟ ଟିମ୍‌ରେ ଓଡ଼ିଆ ପୁଅ

vlcsnap-error829

ଯାଜପୁର: ଓଡ଼ିଆ ବାଳକ ଅଭିଜିତ ରାଉତ ଅନ୍ତର୍ଜାତୀୟ ବେସବଲ ଲିଟିଲ୍ ଖେଳିବାକୁ ମନୋନିତ ହୋଇଛନ୍ତି।  ୧୮ଜଣିଆ ଭାରତୀୟ ଦଳରେ ତାଙ୍କୁ ସ୍ଥାନ ମିଳିଛି।  ଅଭିଜିତଙ୍କ ଘର ଯାଜପୁର ଦାନଗଦୀ ବ୍ଲକ ରାଛିପୁର ଗାଁରେ। ସେ ଯୁଝପଦା ସ୍କୁଲରେ ଅଷ୍ଟମ ଶ୍ରେଣୀରେ ପଢନ୍ତି। ତାଇଓ୍ୱାନରେ ହେବାକୁ ଥିବା ବେସବଲ ଲିଟିଲ୍ ପ୍ରତିଯୋଗିତାରେ ସେ ଭାରତକୁ ପ୍ରତିନିଧିତ୍ୱ କରିବେ।  ପ୍ରତିଯୋଗିତାରେ ଭାଗନେବା ପୂର୍ବରୁ ସେ ଚଣ୍ଡିଗଡ଼ ଗସ୍ତ କରିଛନ୍ତି। ଚଣ୍ଡିଗଡ଼ କ୍ୟାମ୍ପରେ ସେ ଆସନ୍ତା ଅଗଷ୍ଟ୧୦ ତାରିଖ ଯାଏ ରହିବେ। ଏହା ପରେ ସେ ଚଣ୍ଡିଗଡ଼ରୁ ତାଇଓ୍ୱାନ ଗସ୍ତ କରିବେ।

Advertisment

ଗରିବ ପରିବାରରୁ ଆସିଥିବା ଅଭିଜିତଙ୍କ ସଫଳତାକୁ ନେଇ ଏବେ ସ୍ଥାନୀୟ ଅଞ୍ଚଳରେ ବେଶ ଚର୍ଚ୍ଚା। ସମସ୍ତେ ତାଙ୍କ ସଫଳତା କାମନା କରିଛନ୍ତି। ଏହି ସଫଳତା ପାଇଁ ଅଭିଜିତ ତାଙ୍କ ପରିବାର ଓ କୋଚ୍‌ଙ୍କୁ ଶ୍ରେୟ ଦେଇଛନ୍ତି। ଏହାପୂର୍ବରୁ ଅଭିଜିତ ରାଜ୍ୟ ଓ ଜିଲ୍ଲା ସ୍ତରୀୟ ପ୍ରତିଯୋଗିତାରେ ଭାଗ ନେଇ ବେଶ ସଫଳ ମଧ୍ୟ ହୋଇଛନ୍ତି। ସ୍ଥାନୀୟ ସୁକିନ୍ଦା ବିଧାୟକ ଅଭିଜିତଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି।

ଚଣ୍ଡିଗଡ଼ ଅଭିମୁଖେ ବାହାରିଥିବା ଅଭିଜିତଙ୍କୁ ରେଳ ଷ୍ଟେସନରେ ସମସ୍ତେ ବିଦାୟ ସମ୍ବର୍ଦ୍ଧନା ଦେବା ସହ ତାଙ୍କର ସଫଳତା କାମନା କରିଛନ୍ତି। ଅଭିଜିତଙ୍କ ସହ ଆଉ ଦୁଇଜଣ ଓଡ଼ିଆ ବାଳକ ମଧ୍ୟ ଭାରତୀୟ ଟିମରେ ସାମିଲ ହୋଇଛନ୍ତି।

Advertisment
Advertisment
Advertisment