Advertisment

ପାଖେଇ ଆସୁଛି ଟୋକିଓ ଅଲିମ୍ପିକ୍ସ: ଖେଳିବା ପାଇଁ ଆଶା ବାନ୍ଧିଛନ୍ତି ଏହି ଓଡ଼ିଆ ଖେଳାଳି

ନୂଆଦିଲ୍ଲୀ: ପାଖେଇ ଆସୁଛି ଟୋକିଓ ଅଲିମ୍ପିକ୍ସ । କରୋନା ପାଇଁ ସ୍ଥଗିତ ଥିବା ଟୋକିଓ ଅଲିମ୍ପିକ୍ସ-୨୦୨୦ ଆସନ୍ତା ଜୁଲାଇ ୨୩ରୁ ଆରମ୍ଭ ହେବାକୁ ଯାଉଛି । ଚଳିତ ଥର କେତେ ଜଣ ଓଡ଼ିଆଙ୍କୁ ଦେଖିବାକୁ ମିଳିବ ଅଲିମ୍ପିକ୍ସରେ ସେ ନେଇ ଆରମ୍ଭ…

ଅଦ୍ୟତନ ହୋଇଛି
ପାଖେଇ ଆସୁଛି ଟୋକିଓ ଅଲିମ୍ପିକ୍ସ: ଖେଳିବା ପାଇଁ ଆଶା ବାନ୍ଧିଛନ୍ତି ଏହି ଓଡ଼ିଆ ଖେଳାଳି

tokiyo

Advertisment

ନୂଆଦିଲ୍ଲୀ: ପାଖେଇ ଆସୁଛି ଟୋକିଓ ଅଲିମ୍ପିକ୍ସ । କରୋନା ପାଇଁ ସ୍ଥଗିତ ଥିବା ଟୋକିଓ ଅଲିମ୍ପିକ୍ସ-୨୦୨୦ ଆସନ୍ତା ଜୁଲାଇ ୨୩ରୁ ଆରମ୍ଭ ହେବାକୁ ଯାଉଛି । ଚଳିତ ଥର କେତେ ଜଣ ଓଡ଼ିଆଙ୍କୁ ଦେଖିବାକୁ ମିଳିବ ଅଲିମ୍ପିକ୍ସରେ ସେ ନେଇ ଆରମ୍ଭ ହୋଇଛି ଅଙ୍କ କଷା । ତେବେ ଭାରତୀୟ ମହିଳା ଓ ପୁରୁଷ ଅଲିମ୍ପିକସ ହକି ଦଳରେ ଏଥର ୫ ଓଡ଼ିଆ ଖେଳାଳିଙ୍କୁ ସ୍ଥାନ ମିଳିବା ନେଇ ଆଶା ରଖିଛନ୍ତି ପୂର୍ବତନ ଅଲିମ୍ପିଆନ ଓ ଆନ୍ତର୍ଜାତିକ ହକି ଖେଳାଳି । କେଉଁ ଓଡ଼ିଆ ହକି ଖେଳାଳି ଏଥର ଟୋକିଓ ଅଲିମ୍ପିକ୍ସ ଦୌଡ଼ରେ ଅଛନ୍ତି ଆସନ୍ତୁ ନଜର ପକାଇବା ।

Advertisment

ଟୋକିଓ ଅଲିମ୍ପିକ୍ସ ପାଇଁ ଉଭୟ ପୁରୁଷ ଓ ମହିଳା ହକି କ୍ୟାମ୍ପରେ ଜୋରଦାର ଅଭ୍ୟାସ ଚାଲିଛି। ବେଙ୍ଗଳୁରୁରେ ଉଭୟ ପୁରୁଷ ଓ ମହିଳା ଟିମ୍ ଚଳାଇଛନ୍ତି ଜୋରଦାର ଅଭ୍ୟାସ । ଜାତୀୟ ପୁରୁଷ କ୍ୟାମ୍ପରେ ଅଛନ୍ତି ୫ ଜଣ ଓଡ଼ିଆ ଖେଳାଳି। ଅଲିମ୍ପିଆନ ବିରେନ୍ଦ୍ର ଲାକ୍ରା, ଅମିତ ରୋହିଦାସ, ଦୀପସାନ ର୍ତିକୀ, ଶିଳାନନ୍ଦ ଲାକ୍ରା ଓ ସଂଜୀପ ନିଲମଖେସ।

୨୦୧୨ ଲଣ୍ଡନ ଅଲିମ୍ପିକସ ଖେଳିଥିଲେ ବିରେନ୍ଦ୍ର । କିନ୍ତୁ ଆଣ୍ଠୁରେ ଆଘାତ ଯୋଗୁଁ ୨୦୧୬ ରିଓ ଅଲିମ୍ପିକସ ପାଇଁ ଟିମ୍‌ରେ ସ୍ଥାନ ପାଇ ପାରିନଥିଲେ । ୨୦୧୮ରେ ଓଡ଼ିଶାରେ ଆୟୋଜିତ ବିଶ୍ୱକପ ହକି ଖେଳିଥିଲେ । ସେବେ ଠାରୁ ଆଜି ଯାଏଁ ଦଳରେ ନିୟମିତ ସଦସ୍ୟ ଭାବେ ରହିଛନ୍ତି ଡିଫେଣ୍ଡର ବିରେନ୍ଦ୍ର। ତାଙ୍କ ସହ ଭାରତୀୟ ଦଳର ମିଡ୍ ଫିଲଡ଼ ସମ୍ଭାଳିବା ସହ ଡ୍ରାଗଫ୍ଲିକରେ ଚକମା ଦେଖାଇ ପେନାଲିଟି କର୍ଣ୍ଣରକୁ ଗୋଲରେ କନଭର୍ଟ କରୁଥିବା ଅମିତ ରୋହିଦାସ ମଧ୍ୟ ୨୦୧୮ ବିଶ୍ୱକପ ଖେଳିଥିଲେ। ୨୦୧୯ରେ କଳିଙ୍ଗ ଷ୍ଟାଡିୟମରେ ଖେଳା ଯାଇଥିବା ଅଲିମ୍ପିକସ କ୍ୱାଲିଫାୟାର୍ସରେ ଋଷିଆ ବିପକ୍ଷରେ ମଧ୍ୟ ଭଲ ପ୍ରଦର୍ଶନ କରିଥିଲେ ଏହି ଦୁଇ ଓଡ଼ିଆ ଖେଳାଳି । କ୍ୟାମ୍ପରେ ମଧ୍ୟ ଏମାନେ ଭଲ ପ୍ରଦର୍ଶନ ଜାରି ରଖିଛନ୍ତି।

Advertisment

ସେହିପରି ଭାରତୀୟ ମହିଳା ହକି କ୍ୟାମ୍ପରେ ଅଛନ୍ତି ୪ ଓଡ଼ିଆ ଖେଳାଳି । ସେମାନେ ହେଲେ ରିଓ ଅଲିମ୍ପିକସ ଖେଳିଥିବା ଡିଫେଣ୍ଡର ଦୀପଗ୍ରେସ ଏକ୍କା, ମିଡଫିଲଡ଼ ଷ୍ଟ୍ରାଇକର ଲିଲିମା ମିଞ୍ଜ, ନମିତା ଟପ୍ପୋଙ୍କ ସହ ରଶ୍ମିତା ମିଞ୍ଜ । କଳିଙ୍ଗ ଷ୍ଟାଡିୟମରେ ୨୦୧୯ ଅଲିମ୍ପିକସ କ୍ୱାଲିଫାୟାର୍ସ ମ୍ୟାଚରେ USA ବିପକ୍ଷରେ ଲିଲିମା ମିଞ୍ଜ ଗୋଲ ସ୍କୋର କରି ଭାରତୀୟ ଦଳକୁ ଟୋକିଓ ଟିକଟ ହାତେଇବାରେ ସାହାଯ୍ୟ କରିଥିଲେ । ଏହି ୩ ଅଲିମ୍ପିଆନ ଦୀପଗ୍ରେସ, ନମିତା ଓ ଲିଲିମା ପୁଣି ଥରେ ଟୋକିଓ ଟିମ୍‌ରେ ସ୍ଥାନ ପାଇବା ନେଇ ଦୃଢ ଆଶା ରଖିଛନ୍ତି ଅଲିମ୍ପିଆନ ସୁନିତା ଲାକ୍ରା।

ତେବେ ଟୋକିଓ ଅଲିମ୍ପିକ୍ସ ପାଇଁ କେତେ ଜଣ ଓଡ଼ିଆଙ୍କୁ ମିଳୁଛି ଟିକେଟ୍ ତାହା ଦେଖିବାକୁ ବାକି ରହିଲା।
ରପୋର୍ଟ: ବିଶ୍ୱଜିତ ମହାନ୍ତି, ନିରଞ୍ଜନ ରେଡ୍ଡୀ

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ