/odishatv-khabar/media/post_attachments/uploadimage/library/16_9/16_9_0/nidahas-trophy-final_1626432887.jpg)
nidahas trophy final
କଲମ୍ବୋ: ନିଦହାସ୍ ଟି ଟ୍ୱେଣ୍ଟି ତ୍ରିରାଷ୍ଟୀୟ ସିରିଜର ଆଜି ଫାଇନାଲ ମ୍ୟାଚ୍। କଲମ୍ବୋରେ ମୁହାଁମୁହିଁ ହେବେ ଭାରତ ଓ ବାଂଲାଦେଶ। ରେକର୍ଡ ଦୃଷ୍ଟିରୁ ଟି ଟ୍ୱେଣ୍ଟିରେ ଭାରତ, ବାଂଲାଦେଶ ଠାରୁ ଗୋଟିଏ ବି ମ୍ୟାଚ ହାରିନି।
ଉଭୟ ୭ ଥର ମୁହାଁମୁହିଁ ହୋଇଥିବା ବେଳେ ସବୁ ମ୍ୟାଚ୍ ଭାରତ ଜିତିଛି। ତେଣୁ ଏହି ବିଜୟ ଧାରାକୁ ବଜାୟ ରଖି ଟାଇଟଲ ହାତେଇବାକୁ ଉଦ୍ୟମ କରିବ ଭାରତର ଯୁବ ବାହିନୀ।
ଉଭୟ ବ୍ୟାଟିଂ ଓ ବୋଲିଂ ଦୃଷ୍ଟିରୁ ଭାରତ ଭଲ ଫର୍ମରେ ଅଛି। ଶ୍ରୀଲଙ୍କା ବିପକ୍ଷ ମ୍ୟାଚରେ ରୋହିତ ଶର୍ମା ଅର୍ଦ୍ଧଶତକ କରି ଫର୍ମକୁ ଫେରିଛନ୍ତି। ଯାହାକି ବାଂଲାଦେଶ ପାଇଁ ବିପଦ ସୃଷ୍ଟି କରିପାରେ। ସେହିପରି ଓ୍ୱାସିଂଟନ୍ ସୁନ୍ଦରଙ୍କ ଆକ୍ରମଣାତ୍ମକ ବୋଲିଂ ବି ବିପକ୍ଷ ବ୍ୟାଟସମ୍ୟାନଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ।
ଆଜି ଦଳରେ ଗୋଟିଏ ପରିବର୍ତ୍ତନ ହୋଇପାରେ ପେସ୍ ବୋଲର ସିରାଜଙ୍କ ସ୍ଥାନ ନେଇପାରନ୍ତି ଜୟଦେବ ଉନାଦକଟ। ତେବେ ଶେଷ ଲିଗରେ ଆକ୍ରମଣାତ୍ମକ ଖେଳ ପ୍ରଦର୍ଶନ କରି ବିଜୟ ହାସଲ କରିଥିବା ବାଂଲାଦେଶକୁ ହାଲୁକା ଭାବେ ନେବନି ଭାରତ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)