Advertisment

ୱେବିନାରରେ ପାଳିତ ହେଲା ଜାତୀୟ କ୍ରୀଡ଼ା ଦିବସ

ଭୁବନେଶ୍ୱର: ବିଶ୍ୱ ସ୍ତରରେ ବିଭିନ୍ନ ସମସ୍ୟାକୁ ନେଇ କାର୍ଯ୍ୟ କରୁଥିବା ‘ଗ୍ଲୋ’ ଅନୁଷ୍ଠାନ ଓ ପାନପୋଷ କ୍ରୀଡା ସଂଗଠନ ଦ୍ୱାରା ୱେବିନାର ମାଧ୍ୟମରେ ଜାତୀୟ କ୍ରୀଡ଼ା ଦିବସ ପାଳନ କରାଯାଇଛି। ଏହି କାର୍ଯ୍ୟକ୍ରମକୁ ବେଙ୍ଗାଳୁରୁରେ ରହିଥିବା ‘ଗ୍ଲୋ’ର ସଦସ୍ୟ ଆଶୁତୋଷ ଦାସ ପରିଚାଳନା କରୁଥିବା ବେଳେ ଚେନ୍ନାଇରୁ ସିଦ୍ଧାର୍ଥ ମହାପାତ୍ର ତାଙ୍କୁ ସହଯୋଗ କରିଥିଲେ। ୱେବନାର ମାଧ୍ୟମରେ ହେଉଥିବା ଜାତୀୟ କ୍ରୀଡ଼ା ଦିବସରେ ଅତିଥି ରୂପେ ପାରା ବ୍ୟାଡମିଣ୍ଟନ ଖେଳାଳି ତଥା ଅର୍ଜୁନ ପୁରସ୍କାର ପ୍ରାପ୍ତ ପ୍ରମୋଦ […]

author-image
Ranjeet Kumar Jena
ୱେବିନାରରେ ପାଳିତ ହେଲା ଜାତୀୟ କ୍ରୀଡ଼ା ଦିବସ

sports-day

ଭୁବନେଶ୍ୱର: ବିଶ୍ୱ ସ୍ତରରେ ବିଭିନ୍ନ ସମସ୍ୟାକୁ ନେଇ କାର୍ଯ୍ୟ କରୁଥିବା 'ଗ୍ଲୋ' ଅନୁଷ୍ଠାନ ଓ ପାନପୋଷ କ୍ରୀଡା ସଂଗଠନ ଦ୍ୱାରା ୱେବିନାର ମାଧ୍ୟମରେ ଜାତୀୟ କ୍ରୀଡ଼ା ଦିବସ ପାଳନ କରାଯାଇଛି। ଏହି କାର୍ଯ୍ୟକ୍ରମକୁ ବେଙ୍ଗାଳୁରୁରେ ରହିଥିବା 'ଗ୍ଲୋ'ର ସଦସ୍ୟ ଆଶୁତୋଷ ଦାସ ପରିଚାଳନା କରୁଥିବା ବେଳେ ଚେନ୍ନାଇରୁ ସିଦ୍ଧାର୍ଥ ମହାପାତ୍ର ତାଙ୍କୁ ସହଯୋଗ କରିଥିଲେ।

Advertisment

ୱେବନାର ମାଧ୍ୟମରେ ହେଉଥିବା ଜାତୀୟ କ୍ରୀଡ଼ା ଦିବସରେ ଅତିଥି ରୂପେ ପାରା ବ୍ୟାଡମିଣ୍ଟନ ଖେଳାଳି ତଥା ଅର୍ଜୁନ ପୁରସ୍କାର ପ୍ରାପ୍ତ ପ୍ରମୋଦ ଭାଗତ, ହକି ଅଲମ୍ପିୟାଡ ସୁନିତା ଲାକ୍ରା, ଅନ୍ତର୍ଜାତୀୟ ଆଥଲେଟ ପୂର୍ଣ୍ଣିମା ହେମ୍ବ୍ରମ, ଜଉନା ମୁର୍ମୁ, କ୍ରିକେଟର ମାଧୁରୀ ମେହେଟା, ମହିଳା ଶୁଟର୍ ଶ୍ରୀୟଙ୍କା ଷଡ଼ଙ୍ଗୀ, ବ୍ୟାଡମିଣ୍ଟନ ତାରକା ଋତୁପୂର୍ଣା ପଣ୍ଡା, ହକି ଷ୍ଟାର୍ ମାରିୟାନା କୁଜୁର, ଦୃଷ୍ଟିବାଧିତ କ୍ରିକେଟର ପଙ୍କଜ ଭୋଇ, ଦୃଷ୍ଟିହୀନ ଚେସ୍ ଖେଳାଳି ଦୁଇଭାଇ ସୌନ୍ଦର୍ଯ୍ୟ ଓ ପ୍ରଚୟ ଏବଂ ଫୁଟବଲର ରାକେଶ ଓରାମ ଆଦି ଖେଳାଳି ଅତିଥି ରୂପେ ଯୋଗ ଦେଇ ୱେବନାର ମାଧ୍ୟମରେ ଆୟୋଜିତ ଜାତୀୟ କ୍ରୀଡା ଦିବସକୁ ପ୍ରଶଂସା କରିବା ସହିତ ନିଜେ ଦେଶପାଇଁ ଖେଳିଥିବା ସମୟର କିଛି ସ୍ମରଣୀୟ ମୁହୂର୍ତ୍ତ ବିଷୟରେ ଆଲୋକ ପାତ କରିଥିଲେ।

publive-image

ସେହିଭଳି କ୍ରୀଡା ସମ୍ପାଦକ ସୁଶାନ୍ତ ବେହେରା, ବିମଳ କୁମାର ଓ ରଞ୍ଜିତ ଜେନା ପ୍ରମୁଖ ସ୍ୱତନ୍ତ୍ର ଅତିଥି ରୂପେ ଯୋଗଦେଇ ଅତିଥି ମାନଙ୍କ ସହିତ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ମଧ୍ୟ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅରବିନ୍ଦ ପାତ୍ର, ନିଖିଲ କଳାକାର ପ୍ରଧାନ, ଟିଏସ ରାଜେଶ୍ୱରୀ, ସୁଚିତ୍ର ଦାସ, ବିକ୍ରମ ସ୍ୱାଇଁ, ବାର୍ଥଲୋମି କେର୍କେଟା, ଜେମ୍ସ କୁଜୁର, ପିକେ ମହାନ୍ତି ଆଦି ଯୋଡି ହୋଇ ନିଜ ନିଜ ମତବ୍ୟକ୍ତ କରିଥିଲେ।

Advertisment

ନେଦରଲ୍ୟାଣ୍ଡ, ରୁଷ୍, ୟୁଏଇ, ଲଣ୍ଡନ ଓ ଅଷ୍ଟ୍ରେଲିଆ ଭଳି ଦେଶରୁ 'ଗ୍ଲୋ' ଅନୁଷ୍ଠାନର ସଦସ୍ୟ ୱେବନାର ମାଧ୍ୟମରେ ହେଉଥିବା ଜାତୀୟ କ୍ରୀଡ଼ା ଦିବସକୁ ପାଳିବା ସହିତ ମସ୍କୋରୁ 'ଗ୍ଲୋ'ର ଫାଉଣ୍ଡର ସୁରେନ୍ଦ୍ର ମିଶ୍ର ଏହି ୱେବନାରକୁ ଉଦଘାଟନ କରିଥିବା ବେଳେ ଦୁବାଇରୁ ପ୍ରୀତିଶ ଦାସ ଅତିଥି ଓ ଆୟୋଜକମାନଙ୍କୁ ଧନ୍ୟବାଦ ଦେଇଥିଲେ।

Advertisment
Advertisment