Advertisment

ମୁମ୍ବାଇର 'ଜୁନିୟର ଡେଲ୍ ଷ୍ଟେନ୍'ଙ୍କ ଆତ୍ମହତ୍ୟା

ମୁମ୍ବାଇ: ଭାରତୀୟ କ୍ରିକେଟକୁ ଏକ ବଡ଼ ଝଟକା ଲାଗିଛି। ମୁମ୍ବାଇର ଜଣେ କ୍ଲବ୍ କ୍ରିକେଟର୍ କରନ୍ ତିୱାରୀ ସୋମବାର ରାତିରେ ଆତ୍ମହତ୍ୟା କରିଛନ୍ତି। ମଲାଡସ୍ଥିତ ନିଜ ଘରେ କରନଙ୍କ ମୃତଦେହ ମିଳିଛି। ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ (ଆଇପିଏଲ)ରେ ସିଲେକ୍ଟ ନହେବା କାରଣରୁ କରନ୍ ବହୁତ ଚିନ୍ତିତ ଥିଲେ। ଏହି କାରଣରୁ ହୁଏତ ସେ ଆତ୍ମହତ୍ୟା ଭଳି ପଦକ୍ଷେପ ଉଠାଇଥିବା ତାଙ୍କ ବନ୍ଧୁ କହିଛନ୍ତି। କରନଙ୍କୁ ମୁମ୍ବାଇର ଜୁନିୟର୍ ଡେଲ୍ ଷ୍ଟେନ୍ (ଦକ୍ଷିଣ ଆଫ୍ରିକାର କିମ୍ବଦନ୍ତୀ ପେସ୍ ବୋଲର୍) […]

author-image
Ranjeet Kumar Jena
ମୁମ୍ବାଇର 'ଜୁନିୟର ଡେଲ୍ ଷ୍ଟେନ୍'ଙ୍କ ଆତ୍ମହତ୍ୟା

karan1

ମୁମ୍ବାଇ: ଭାରତୀୟ କ୍ରିକେଟକୁ ଏକ ବଡ଼ ଝଟକା ଲାଗିଛି। ମୁମ୍ବାଇର ଜଣେ କ୍ଲବ୍ କ୍ରିକେଟର୍ କରନ୍ ତିୱାରୀ ସୋମବାର ରାତିରେ ଆତ୍ମହତ୍ୟା କରିଛନ୍ତି। ମଲାଡସ୍ଥିତ ନିଜ ଘରେ କରନଙ୍କ ମୃତଦେହ ମିଳିଛି। ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ (ଆଇପିଏଲ)ରେ ସିଲେକ୍ଟ ନହେବା କାରଣରୁ କରନ୍ ବହୁତ ଚିନ୍ତିତ ଥିଲେ। ଏହି କାରଣରୁ ହୁଏତ ସେ ଆତ୍ମହତ୍ୟା ଭଳି ପଦକ୍ଷେପ ଉଠାଇଥିବା ତାଙ୍କ ବନ୍ଧୁ କହିଛନ୍ତି। କରନଙ୍କୁ ମୁମ୍ବାଇର ଜୁନିୟର୍ ଡେଲ୍ ଷ୍ଟେନ୍ (ଦକ୍ଷିଣ ଆଫ୍ରିକାର କିମ୍ବଦନ୍ତୀ ପେସ୍ ବୋଲର୍) କୁହାଯାଉଥିଲା।

Advertisment

୨୭ ବର୍ଷୀୟ କରନଙ୍କର ବେଡ୍‌ରୁମର କବାଟ ଭିତରପଟୁ ବନ୍ଦ ଥିଲା। ରାତି ପ୍ରାୟ ୧୦.୩୦ ସମୟରେ କବାଟ ନଖୋଲିବାରୁ ପରିବାର ଲୋକେ କବାଟ ଭାଙ୍ଗିଥିଲେ। ଯାହା ପରେ ସିଲିଙ୍ଗ ଫ୍ୟାନରେ କରନଙ୍କୁ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ମିଳିଥିଲା। ପୁଲିସର କହିବା ଅନୁଯାୟୀ, କରନ୍ ତିୱାରୀ ଗୋକୁଳଧାମ କୋନୁ କମ୍ପାଉଣ୍ଡରେ ଆତ୍ମହତ୍ୟା କରିଛନ୍ତି। ପୁଲିସ୍ ଏ ନେଇ ଏଡିଆର୍ ମାମଲା ଦାୟର କରିଛି। ବର୍ତ୍ତମାନ ଏହି ମାମଲାରେ ତଦନ୍ତ ଚାଲିଛି।

publive-image

ପୁଲିସ୍ ଅନୁଯାୟୀ, କରନ୍ ସେପ୍ଟେମ୍ବର ୧୯ ତାରିଖରୁ ୟୁଏଇରେ ଆରମ୍ଭ ହେବାକୁଥିବା ଆଇପିଏଲରେ ଚୟନ ନହେବା କାରଣରୁ ଚିନ୍ତିତ ରହୁଥିଲେ। କରନ ଉଦୟପୁରରେ ଥିବା ନିଜ ପ୍ରିୟବନ୍ଧୁଙ୍କୁ ଫୋନ୍ କରି କହିଥିଲେ ଯେ ସେ ଆତ୍ମହତ୍ୟା କରିବାକୁ ଯାଉଛନ୍ତି। ତାଙ୍କ ବନ୍ଧୁ ଏ ସମ୍ବନ୍ଧରେ ମୁମ୍ବାଇରେ ରହୁଥିବା କରନଙ୍କ ଭଉଣୀଙ୍କୁ ଜଣାଇଥିଲେ। ଏହା ପରେ କରନଙ୍କ ଭଉଣୀ ତାଙ୍କ ମାଆଙ୍କୁ ଜଣାଇଥିଲେ, କିନ୍ତୁ ସେତେବେଳକୁ ବହୁତ ବିଳମ୍ବ ହୋଇସାରିଥିଲା। ହସ୍ପିଟାଲରେ କରନଙ୍କୁ ମୃତ ଘୋଷଣା କରାଯାଇଥିଲା।

Advertisment

publive-image

କରନଙ୍କ ବନ୍ଧୁ କହିଛନ୍ତି, 'କରନ୍ ରାଜ୍ୟ ଟିମରେ ଚୟନ ହେବା ପାଇଁ କଠିନ ପରିଶ୍ରମ କରୁଥିଲା। ସେ ନିଜର ବୋଲିଂ ଓ ବ୍ୟାଟିଂର ଭିଡିଓକୁ ହ୍ୱାଟ୍ସଆପ୍ ଷ୍ଟାଟସରେ ଅପଲୋଡ୍ କରୁଥିଲା। ତେବେ ସେ କାହିଁକି ଏମିତି ପଦକ୍ଷେପ ନେଲା, ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।' ସୂଚନାଯୋଗ୍ୟ, ଯେଉଁ ଖେଳାଳିମାନେ କୌଣସି ବୟସ ବର୍ଗରେ ରାଜ୍ୟ ଟିମର ପ୍ରତିନିଧିତ୍ୱ କରିଥିବେ, ସେମାନେ ହିଁ ଆଇପିଏଲରେ ଭାଗ ନେଇପାରିବେ। କିନ୍ତୁ କରନ୍ ଏହା କରିପାରିନଥିଲେ।

Advertisment
Advertisment