/odishatv-khabar/media/post_attachments/uploadimage/library/16_9/16_9_0/spo_1625164502.jpg)
spo
ଦୁବାଇ: ଚଳିତ ଆଇପିଏଲ୍ର ୫୧ତମ ମ୍ୟାଚ୍ରେ ଆଜି ମୁମ୍ୱାଇ ଇଣ୍ଡିଆନ୍ସ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମୁହାଁମୁହିଁ ହେଇଛନ୍ତି। ମୁମ୍ବାଇର ଅଧିନାୟକ କାଏରନ ପୋଲାର୍ଡ ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲେ।
ଶ୍ରେୟସ ଆୟରଙ୍କ ଦିଲ୍ଲୀ କ୍ୟାପିଟାଲ୍ସ ପ୍ରଥମେ ବ୍ୟାଟିଂ କରି ମୁମ୍ୱାଇ ବୋଲରଙ୍କ ସମ୍ନା କରିବାକୁ ସେତେଟା ସକ୍ଷମ ହୋଇନଥିଲା। ଯାହା ଫଳରେ ଦଳ ନିର୍ଦ୍ଧାରିତ ୨୦ ଓଭରରେ ୯ ୱିକେଟ୍ ହରାଇ ୧୧୦ରନ୍ କରିପାରିଥିଲା।
ଦିଲ୍ଲୀ ପକ୍ଷରୁ ଶ୍ରେୟସ ୨୯ଟି ବଲ୍ ଖେଳି ସର୍ବାଧିକ ୨୫ରନ୍ କରିବାକୁ ସକ୍ଷମ ହୋଇଥିଲେ। ତାଙ୍କ ପରେ ଋଷଭ ପନ୍ତ ୨୪ଟି ବଲ୍ ଖେଳି ୨୧ ରନ୍ କରିଥିବାବେଳେ ଦଳର ଅନ୍ୟକୌଣସି ଖେଳାଳୀ ୨୦ ଉପରକୁ ରନ୍ କରିପାରି ନଥିଲେ। ଫଳରେ ମୁମ୍ୱାଇକୁ ଜିତିବା ପାଇଁ ୧୧୧ରନ୍ର ଆବଶ୍ୟକତା ଥିଲା।
କମ୍ ରନ୍ କାରଣରୁ ମୁମ୍ୱାଇ ଏହି ମ୍ୟାଚ୍କୁ ଖୁବ୍ ସହଜରେ ଜିତି ନେଇଛି। ଦଳ ଗୋଟିଏ ମାତ୍ର ୱିକେଟ୍ ହରାଇ ଏହି ମ୍ୟାଚ୍କୁ ହାତେଇ ନେଇଛି।
ମୁମ୍ୱାଇ ପକ୍ଷରୁ ଇଶାନ କିଶନ ୪୭ ବଲ୍ ଖେଳି ସର୍ବାଧିକ ୭୨ ରନ୍ କରି ଅପରାଜିତ ଥିଲେ। ସେହିପରି ଡି କକ୍ ୨୮ ବଲ୍ ଖେଳି ୨୬ ରନ୍ରେ ଆଉଟ୍ ହୋଇଥିବାବେଳେ ସୂର୍ଯ୍ୟକୁମାର ଯାଦବ ୧୧ ବଲ୍ ଖେଲି ୧୨ ରନ୍ କରି ଅପରାଜିତ ଥିଲେ।
ତେବେ ମୁମ୍ବାଇ ଇଣ୍ଡିଆନ୍ସ ପୂର୍ବରୁ ପ୍ଲେ-ଅଫରେ ସ୍ଥାନ ପକ୍କା କରିସାରିଥିଲା। କିନ୍ତୁ ଦିଲ୍ଲୀ ୧୨ଟି ମ୍ୟାଚ୍ ଖେଳି ୧୪ ପଏଣ୍ଟ ପାଇଥିଲା। ଅର୍ଥାତ ଆଜି ମ୍ୟାଚ୍ ଜିତିଥିଲେ ଦିଲ୍ଲୀ ପ୍ଲେ-ଅଫ ଟିକେଟ ପାଇଥାନ୍ତା। ହେଲେ ମୁମ୍ୱାଇଠାରୁ ହାରି ଦଳ ଆଜି ପାଇଁ ନିରାଶ ହୋଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)