IPL
ନୂଆଦିଲ୍ଲୀ: ଚଳିତ ସିଜିନ୍ ଆଇପିଏଲ୍ରେ ମୁମ୍ବାଇ ଇଣ୍ଡିଆନ୍ସ ପ୍ରଥମ ବିଜୟ ହାସଲ କରିଛି। ରୋହିତ ଶର୍ମା ନେତୃତ୍ୱାଧିନ ମୁମ୍ବାଇ ୬ ରନରେ ରୋୟାଲ ଚ୍ୟାଲେଞ୍ଜର ବାଙ୍ଗାଲୋରକୁ ପରାସ୍ତ କରିଛି। ୧୮୮ରନ୍ ପିଛା କରୁଥିବା ବାଙ୍ଗାଲୋରକୁ ବିଜୟ ପାଇଁ ଶେଷ ୨ ଓଭରୁ ୨୨ ରନ୍ ଆବଶ୍ୟକ ହେଉଥିବା ବେଳେ ଦଳ ମାତ୍ର ୧୫ ରନ୍ କରିଥିଲା। ଫଳରେ ଏହି ସଂଘର୍ଷପୂର୍ଣ୍ଣ ମ୍ୟାଚରେ ବିରାଟ ବାହିନୀ ବିଜୟ ଠାରୁ ୬ରନ୍ ପଛରେ ରହିଥିଲା।
ବୁମରାହ ଓ ମାଲିଙ୍ଗା ଯୋଡ଼ି ଆଗରେ ହାର୍ ମାନିଥିଲେ ଶେଷ ପର୍ଯ୍ୟନ୍ତ ଅପରାଜିତ ଥିବା ଏବି ଡିଭିଲାର୍ସ। ସେ ବାଙ୍ଗାଲୋର ପକ୍ଷରୁ ସର୍ବାଧିକ ୭୦ ରନ୍ କରିଥିବା ବେଳେ ଅଧିନାୟକ ବିରାଟ କୋହଲି ୪୬ ରନ୍ କରିଥିଲେ।
ଭାରତୀୟ ଷ୍ଟ୍ରାଇକ ବୋଲର ଜସପ୍ରିତ ବୁମରାହ୍ ୪ ଓଭର ବୋଲିଂ କରି ୩ଟି ଓ୍ୱିକେଟ ହାସଲ କରିଥିଲେ। ତାଙ୍କର ଏହି ପ୍ରଦର୍ଶନ ପାଇଁ ସେ ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ। ପୂର୍ବରୁ ପ୍ରଥମ ବ୍ୟାଟିଂ କରିଥିବା ମୁମ୍ବାଇ ଇଣ୍ଡିଆନ୍ସ ନିର୍ଦ୍ଧାରିତ ୨୦ ଓଭରରେ ୮ ଓ୍ୱିକେଟ ହରାଇ ୧୮୭ ରନ୍ କରିଥିଲା। ଦଳ ପକ୍ଷରୁ ରୋହିତ ଶର୍ମା ୪୮ ରନ୍, ସୂର୍ଯ୍ୟ କୁମାର ଯାଦବ ୩୮ ରନ୍ ଏବଂ ହାର୍ଦ୍ଦିକ ପାଣ୍ଡ୍ୟା ୩୨ ରନ୍ କରିଥିଲେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IPL_1626759139.jpg)