/odishatv-khabar/media/post_attachments/uploadimage/library/16_9/16_9_0/mi_1625128997.jpg)
mi
ଦୁବାଇ: ମୁମ୍ବାଇ ମୁଣ୍ଡରେ ଆଇପିଏଲ ମହାମୁକୁଟ। ଆଇପିଏଲ ସିଜିନ୍ ୧୩ ଫାଇନାଲ୍ ମ୍ୟାଚ୍ରେ ଦିଲ୍ଲୀ କ୍ୟାପିଟାଲ୍ସକୁ(Delhi Capitals) ହରାଇ ଲଗାତର ଦ୍ୱିତୀୟ ଓ ସିରିଜରେ ସର୍ବାଧିକ ପଞ୍ଚମ ଥର ପାଇଁ ଟାଇଟଲ୍ ହାସଲ କରି ରେକର୍ଡ କରିଛି ମୁମ୍ବାଇ ଇଣ୍ଡିଆନ୍ସ(Mumbai Indians)।
ଫାଇନାଲ ଲଢେଇରେ ଦିଲ୍ଲୀକୁ ୫ ୱିକେଟ୍ରେ ହରାଇଛି ମୁମ୍ବାଇ ଇଣ୍ଡିଆନ୍ସ। ୧୫୭ ରନ୍ର ବିଜୟ ଲକ୍ଷ୍ୟକୁ ଦଳ ୮ ବଲ୍ ବାକି ଥାଇ ହାସଲ କରିଥିଲା। ଫଳରେ ଦିଲ୍ଲୀ କ୍ୟାପିଟାଲ୍ସ ପ୍ରଥମ ଟାଇଟଲ ଜିତିବା ସ୍ୱପ୍ନ ଧୂଳିସାତ୍ ହୋଇଯାଇଥିଲା।
ଦୁବାଇରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ଦିଲ୍ଲୀ। ହେଲେ ବଡ଼ ସ୍କୋର କରିବାରେ ବିଫଳ ହୋଇଥିଲା। ନିର୍ଦ୍ଧାରିତ ୨୦ ଓଭରରେ ଦଳ ୭ ଓ୍ୱିକେଟ୍ ହରାଇ ୧୫୬ ରନ୍ ସଂଗ୍ରହ କରିଥିଲା। ଦିଲ୍ଲୀ ପକ୍ଷରୁ ଶ୍ରେୟସ ଆୟର ନଟ୍ଆଉଟ୍ ରହି ସର୍ବାଧିକ ୬୫ ରନ୍ କରିଥିବା ବେଳେ ପନ୍ତ କରିଥିଲେ ୫୬ ରନ୍।
ଏହାପରେ ୧୫୭ ରନ୍ର ବିଜୟ ଲକ୍ଷ୍ୟ ନେଇ ମଇଦାନକୁ ଓହ୍ଲାଇଥିଲା ମୁମ୍ବାଇ। ପ୍ରଥମରୁ ହିଁ ମୁମ୍ବାଇ ଭଲ ବ୍ୟାଟିଂ କରିଥିଲା। ରୋହିତ ଶର୍ମାଙ୍କ ୬୮ ରନ୍ ଓ ଇଶାନ କିଷାନଙ୍କ ୩୩ ରନ୍ ବଳରେ ଦଳ ୫ ଓ୍ୱିକେଟ୍ ହରାଇ ୧୮ ଓଭର ୪ ବଲ୍ରେ ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)