Advertisment

କୋହଲି ଓ ରୋହିତଙ୍କ ଚୌକା-ଛକାର ହିସାବ ରଖୁଥିବା ଏବେ କୋଭିଡ୍ ଯୋଦ୍ଧା

ମୁମ୍ବାଇ: ଦିନେ ସେ ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ୍‌ କୋହଲି ଓ ଭାଇସ୍ କ୍ୟାପଟେନ୍ ରୋହିତ୍ ଶର୍ମାଙ୍କ ଭଳି ଖେଳାଳିଙ୍କର ଚୌକା ଓ ଛକାର ହିସାବ ରଖୁଥିଲେ। କିନ୍ତୁ ଏବେ ସେ ଏହି କାମ ଛାଡ଼ି କୋଭିଡ୍ ଯୋଦ୍ଧା ଭାବେ ନିଜକୁ ନୂଆ ପରିଚୟ ଦେଇଛନ୍ତି। ସେହି ବ୍ୟକ୍ତି ଜଣକ ହେଉଛନ୍ତି ମୁମ୍ବାଇ କ୍ରିକେଟ୍ ଆସୋସିଏସନ୍ (ଏମସିଏ)ର ୫୫ ବର୍ଷୀୟ ସ୍କୋରର୍ ଦୀପକ ଯୋଶୀ। ଦୀପକ ଏବେ କରୋନା ୱାରିୟର୍ସ ବା କୋଭିଡ୍ ଯୋଦ୍ଧାର ଭୂମିକା ବହନ […]

କୋହଲି ଓ ରୋହିତଙ୍କ ଚୌକା-ଛକାର ହିସାବ ରଖୁଥିବା ଏବେ କୋଭିଡ୍ ଯୋଦ୍ଧା

mumbai

Advertisment

ମୁମ୍ବାଇ: ଦିନେ ସେ ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ୍‌ କୋହଲି ଓ ଭାଇସ୍ କ୍ୟାପଟେନ୍ ରୋହିତ୍ ଶର୍ମାଙ୍କ ଭଳି ଖେଳାଳିଙ୍କର ଚୌକା ଓ ଛକାର ହିସାବ ରଖୁଥିଲେ। କିନ୍ତୁ ଏବେ ସେ ଏହି କାମ ଛାଡ଼ି କୋଭିଡ୍ ଯୋଦ୍ଧା ଭାବେ ନିଜକୁ ନୂଆ ପରିଚୟ ଦେଇଛନ୍ତି। ସେହି ବ୍ୟକ୍ତି ଜଣକ ହେଉଛନ୍ତି ମୁମ୍ବାଇ କ୍ରିକେଟ୍ ଆସୋସିଏସନ୍ (ଏମସିଏ)ର ୫୫ ବର୍ଷୀୟ ସ୍କୋରର୍ ଦୀପକ ଯୋଶୀ।

Advertisment

ଦୀପକ ଏବେ କରୋନା ୱାରିୟର୍ସ ବା କୋଭିଡ୍ ଯୋଦ୍ଧାର ଭୂମିକା ବହନ କରୁଛନ୍ତି। ଯୋଶୀ ଦକ୍ଷିଣ ମୁମ୍ବାଇର ଏକ ହସ୍ପିଟାଲରେ ଗତ ୨୮ ବର୍ଷ ହେବ ମେଡିକାଲ୍ ଟେକ୍ନୋଲଜିଷ୍ଟ ପଦରେ କାର୍ଯ୍ୟରତ ଅଛନ୍ତି ଏବଂ ଏବେ ତାଙ୍କ କାମ ହେଉଛି କୋଭିଡ୍-୧୯ ସଂକ୍ରମିତ ଥିବା ରୋଗୀଙ୍କ 'ଏକ୍ସରେ' କରିବା।

publive-imageଯୋଶୀ ମୁମ୍ବାଇ ଉପାନ୍ତସ୍ଥିତ ଭିରାରରେ ରହୁଛନ୍ତି। ସେ ମେ' ୨୪ ତାରିଖରୁ ହସ୍ପିଟାଲ୍ କାମକୁ ଫେରିଥିଲେ। ଏ ନେଇ ସେ କହିଛନ୍ତି, ମୁଁ ମେ' ୨୪ ତାରିଖରେ ତିନୋଟି ବସ୍ ଯୋଗେ ଏବଂ ତିନି ଘଣ୍ଟାରୁ ଅଧିକ ସମୟ ଯାତ୍ରା କରିବା ପରେ ନିଜ ହସ୍ପିଟାଲରେ ପହଞ୍ଚିଥିଲି ଏବଂ ସେବେଠାରୁ ମୁଁ ନିଷ୍ଠାବାନ ଭାବେ ନିଜ କାମ କରିଆସୁଛି। ମୁଁ ପ୍ରତିଦିନ ୮ ଘଣ୍ଟା କାମ କରୁଛି ଏବଂ ଏହା ମଧ୍ୟରେ କୋଭିଡ୍-୧୯ର ୧୫ରୁ ୨୦ଜଣ ସନ୍ଦିଗ୍ଧ ରୋଗୀଙ୍କ ଏକ୍ସରେ ମଧ୍ୟ କରେ।

Advertisment

publive-imageଯୋଶୀ କହିଛନ୍ତି, ମେ' ୨୪ ତାରିଖ ପରଠାରୁ ମୁଁ ନିଜ ଘରକୁ ଯାଇ ନାହିଁ। ମୋର ରହିବା ପାଇଁ ହସ୍ପିଟାଲ ବ୍ୟବସ୍ଥା କରାଇଛି ଏବଂ ମୁଁ ସେହିଠାରେ ରହୁଛି। ଏଥିପାଇଁ ମୁଁ ହସ୍ପିଟାଲ୍ ମ୍ୟାନେଜମେଣ୍ଟକୁ ଧନ୍ୟବାଦ ଜଣାଉଛି। ଯୋଶୀ ଆହୁରି କହିଛନ୍ତି, ମୋ ପତ୍ନୀ ଓ ଝିଅ ମୋର ସୁରକ୍ଷାକୁ ନେଇ ବହୁତ ଚିନ୍ତିତ ରହୁଛନ୍ତି। କିନ୍ତୁ ସେମାନେ ମୋତେ ମୋ କାମ ପାଇଁ ପ୍ରୋତ୍ସାହନ ଯୋଗାଆସୁଛନ୍ତି। ସେମାନେ ମୋ ସୁରକ୍ଷା ପାଇଁ ସବୁପ୍ରକାର ପ୍ରତିଷେଧକ ବହନ କରିବାକୁ ପରାମର୍ଶ ମଧ୍ୟ ଦେଉଛନ୍ତି। ଏଭଳି ଏକ ସଙ୍କଟଜନକ ସମୟରେ ସେମାନଙ୍କ ସହଯୋଗ ମୋ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ।

publive-imageଯୋଶୀଙ୍କ ଏହି ମହତ କାମ ପାଇଁ ମୁମ୍ବାଇ କ୍ରିକେଟ୍ ଆସୋସିଏସନ୍ (ଏମସିଏ) ତାଙ୍କୁ ଖୁବ୍ ପ୍ରଶଂସା କରିଛି। ଏ ନେଇ ଯୋଶୀ କହିଛନ୍ତି, ଏମସିଏର କିଛି ଅଧିକାରୀ ମୋତେ ଫୋନ୍ କରି ମୋ କାମକୁ ବହୁତ ପ୍ରଶଂସା କରିଛନ୍ତି, ଯାହା ମୋତେ ଆହୁରି କାମ କରିବାକୁ ପ୍ରେରଣା ଯୋଗାଇଛି।

Advertisment

ସୂଚନାଯୋଗ୍ୟ, ମୁମ୍ବାଇ କ୍ରିକେଟ୍ ସଂଘ (ଏମସିସି)ର ଅଫିସିଆଲ୍‌ ସ୍କୋରର ଭାବେ ଯୋଶୀ ୩୨୮ ଘରୋଇ ଓ ଅନ୍ତର୍ଜାତୀୟ ମ୍ୟାଚରେ ସ୍କୋରିଂ ଦାୟିତ୍ୱ ବହନ କରିସାରିଛନ୍ତି। ସେ ଅନ୍ତର୍ଜାତୀୟ ସ୍ତରରେ ୧୧ ଟେଷ୍ଟ, ୨୧ ଦିନିକିଆ ଓ ୫ ଟି-୨୦ ମ୍ୟାଚରେ ଅଫିସିଆଲ୍ ସ୍କୋରର ରହିସାରିଛନ୍ତି।

Virat Kohli Rohit Sharma Cricket Deepak Joshi Mumbai Cricket Association Scorer
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ