Advertisment

ଧୋନିଙ୍କ ଅବସରର ପ୍ରଭାବ, 'ପାକିସ୍ତାନୀ ଚାଚା' ବି ନେଲେ ରିଟାୟର୍ଡ!

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ପୂର୍ବତନ କ୍ୟାପଟେନ୍ ମହେନ୍ଦ୍ର ସିଂ ଧୋନି ଅନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କହିଛନ୍ତି। ଧୋନିଙ୍କ ଅବସର ପରେ ତାଙ୍କ ପ୍ରଶଂସକଙ୍କ ମନରେ ନିରାଶ ଖେଳିଯାଇଛି। ସାରା ବିଶ୍ୱରେ ଧୋନିଙ୍କର ଅଗଣିତ ପ୍ରଶଂସକ ଅଛନ୍ତି। ଧୋନିଙ୍କ ପ୍ରଶଂସକଙ୍କ ତାଲିକାରେ ପାକିସ୍ତାନ କରାଚୀରେ ଜନ୍ମିତ ମହମ୍ମଦ ବଶିର୍ ବୋଜାଇ ସାମିଲ୍ ଅଛନ୍ତି। ଜଣେ ପାକିସ୍ତାନୀ ହେବା ସତ୍ତ୍ୱେ ବଶିର୍ ଧୋନିଙ୍କର ବହୁତ ବଡ଼ ପ୍ରଶଂସକ। ଧୋନିଙ୍କ ଅବସର ତାଙ୍କୁ ବହୁତ ବାଧିଛି। ଏଥିପାଇଁ ସେ ଧୋନିଙ୍କ ଭଳି […]

author-image
Ranjeet Kumar Jena
ଅଦ୍ୟତନ ହୋଇଛି
ଧୋନିଙ୍କ ଅବସରର ପ୍ରଭାବ, 'ପାକିସ୍ତାନୀ ଚାଚା' ବି ନେଲେ ରିଟାୟର୍ଡ!

chahcha

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ପୂର୍ବତନ କ୍ୟାପଟେନ୍ ମହେନ୍ଦ୍ର ସିଂ ଧୋନି ଅନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କହିଛନ୍ତି। ଧୋନିଙ୍କ ଅବସର ପରେ ତାଙ୍କ ପ୍ରଶଂସକଙ୍କ ମନରେ ନିରାଶ ଖେଳିଯାଇଛି। ସାରା ବିଶ୍ୱରେ ଧୋନିଙ୍କର ଅଗଣିତ ପ୍ରଶଂସକ ଅଛନ୍ତି। ଧୋନିଙ୍କ ପ୍ରଶଂସକଙ୍କ ତାଲିକାରେ ପାକିସ୍ତାନ କରାଚୀରେ ଜନ୍ମିତ ମହମ୍ମଦ ବଶିର୍ ବୋଜାଇ ସାମିଲ୍ ଅଛନ୍ତି। ଜଣେ ପାକିସ୍ତାନୀ ହେବା ସତ୍ତ୍ୱେ ବଶିର୍ ଧୋନିଙ୍କର ବହୁତ ବଡ଼ ପ୍ରଶଂସକ। ଧୋନିଙ୍କ ଅବସର ତାଙ୍କୁ ବହୁତ ବାଧିଛି। ଏଥିପାଇଁ ସେ ଧୋନିଙ୍କ ଭଳି ରିଟାୟର୍ ନେବାକୁ ନିଷ୍ପତ୍ତି ନେଇଛନ୍ତି। ଅର୍ଥାତ୍ ସେ ଆଇସିସିର ଇଭେଣ୍ଟରେ ଭାରତ ଓ ପାକିସ୍ତାନ ମଧ୍ୟରେ ହେବାକୁଥିବା କୌଣସି ମ୍ୟାଚ୍ ଦେଖିବାକୁ ନଯିବା ପାଇଁ ନିଷ୍ପତ୍ତି ନେଇଛନ୍ତି।

Advertisment

publive-image

'ଚାଚା ଶିକାଗୋ' ନାମରେ ପରିଚିତ ବଶିରଙ୍କ ମତରେ ଏବେ ସାରା ବିଶ୍ୱରେ ଏହି ଚିରପ୍ରତିଦ୍ୱନ୍ଦ୍ୱୀ (ଭାରତ-ପାକିସ୍ତାନ) ଟିମ୍‌କୁ ଖେଳୁଥିବାର ଦେଖିବାରେ ଆଉ କୌଣସି ମଜା ଆସିବ ନାହିଁ। ଧୋନିଙ୍କୁ ଉତ୍ସାହିତ କରିବା ସମୟରେ ବଶିରଙ୍କୁ ଅନେକ ସମୟରେ ପାକିସ୍ତାନ ସମର୍ଥକଙ୍କ ଦ୍ୱାରା ଦୁର୍ବ୍ୟବାହରର ସାମ୍ନା କରିବାକୁ ପଡ଼ିଥାଏ। କିନ୍ତୁ ବଶିର୍ ସେସବୁକୁ ଖାତିର୍ କରନ୍ତି ନାହିଁ।

ଶିକାଗୋରେ ରେଷ୍ଟୁରାଣ୍ଟ ଚଲାଉଥିବା ବଶିର୍ କହିଛନ୍ତି, ଧୋନି ସନ୍ନ୍ୟାସ ନେଇଛନ୍ତି ଏବଂ ଏବେ ମୁଁ ମଧ୍ୟ ସେୟା କରିବି। ଏବେ କ୍ରିକେଟ୍ ଦେଖିବା ପାଇଁ ମୁଁ ଆଉ ଯାତ୍ରା କରିବି ନାହିଁ ବୋଲି ଚିନ୍ତା କରୁଛି। ମୁଁ ଧୋନିଙ୍କୁ ବହୁତ ଭଲପାଏ ଏବଂ ଏହା ପ୍ରତିବଦଳରେ ତାଙ୍କଠାରୁ ମୋତେ ସମାନ ଭଲପାଇବା ମିଳିଛି। ସବୁ ମହାନ୍ ଖେଳାଳିଙ୍କୁ ଦିନେ ନା ଦିନେ ସନ୍ନ୍ୟାସ ନେବାକୁ ପଡ଼ିଥାଏ, କିନ୍ତୁ ଧୋନିଙ୍କ ଅବସର ନେବା ମୋତେ ବହୁତ ଦୁଃଖି କରିଛି। ଧୋନି ନିଶ୍ଚିତ ଭାବେ ଭବ୍ୟ ବିଦାୟର ହକଦାର୍ ଥିଲେ।

Advertisment

publive-image

୨୦୧୧ ବିଶ୍ୱକପ୍ ସେମିଫାଇନାଲ୍ ପରେ ଧୋନି ଓ ବଶିରଙ୍କ ସମ୍ପର୍କ ଅଧିକ ମଜଭୁତ୍ ହୋଇଥିଲା। ମୋହାଲିରେ ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯାଇଥିବା ଏହି ମ୍ୟାଚ୍ ପାଇଁ ଟିକେଟ୍ ମିଳିବା ସହଜ ନଥିଲା। କିନ୍ତୁ ଧୋନି ୬୫ ବର୍ଷୀୟ ବଶିରଙ୍କ ପାଇଁ ଟିକେଟ୍ ବନ୍ଦୋବସ୍ତ କରିଥିଲେ। ତିନିଥର ହାର୍ଟଆଟାକ୍‌କୁ ସାମ୍ନା କରିସାରିଥିବା ଏବଂ ଧୋନିଙ୍କ ଝଲକ ପାଇବା ପାଇଁ ସାରା ଦୁନିଆ ଯାତ୍ରା କରିଥିବା ବଶିରଙ୍କ ପାଇଁ ଏବେ କ୍ରିକେଟ୍ ଆଉ ପୂର୍ବଭଳି ହୋଇ ରହିନାହିଁ। ଏବେ ବଶିର୍ ଆଉ ଷ୍ଟାଡିୟମରେ ମ୍ୟାଚ୍ ଦେଖିବେ ନାହିଁ ବରଂ ଏହା ବଦଳରେ ସେ ରାଞ୍ଚି ଯିବାକୁ ଲକ୍ଷ୍ୟ ରଖିଛନ୍ତି, ଯେଉଁଠାରେ ସେ ଧୋନିଙ୍କୁ ଦେଖା କରିବାକୁ ଚାହାନ୍ତି।

publive-image

ବଶିର୍ କହିଛନ୍ତି, ବର୍ତ୍ତମାନ ସାରା ବିଶ୍ୱରେ କରୋନା ତା'ର କାୟା ବିସ୍ତାର କରିଚାଲିଛି। ଏହି ମହାମାରୀ କମ୍ ହେବା ପରେ ହିଁ ଧୋନିଙ୍କୁ ଦେଖା କରିବା ପାଇଁ ରାଞ୍ଚି ଯିବି। ଧୋନିଙ୍କୁ ଶୁଭକାମନା ଜଣାଇବା ପାଇଁ ଅତିକମରେ ମୁଁ ଏତିକି ତ କରିପାରିବି। ମୁଁ ମୋ ସହ ରାମ ବାବୁଙ୍କୁ (ମୋହାଲିର ଆଉ ଜଣେ ସୁପର୍ ଫ୍ୟାନ୍) ମଧ୍ୟ ଯିବା ପାଇଁ କହିବି। ଧୋନିଙ୍କୁ ଦେଖା କରିବା ପାଇଁ ମୁଁ ଆଇପିଏଲ୍ ସମୟରେ ଯିବାକୁ ଚାହୁଁଥିଲି, କିନ୍ତୁ ସେତେବେଳଠାରୁ ଯାତ୍ରା ଉପରେ କଟକଣା ଜାରି ରହିଛି। ତା'ଛଡ଼ା ମୋ ହାର୍ଟ ସମମ୍ୟାକୁ ଆଖି ଆଗରେ ରଖି ଏହା କରିବା ମୋ ପକ୍ଷେ ସୁରକ୍ଷିତ ହେବ ନାହିଁ ବୋଲି ଭାବିଲି।

publive-image

ବଶିର୍ କହିଛନ୍ତି, କୌଣସି ଟୁର୍ଣ୍ଣାମେଣ୍ଟ ଚାଲିଥିବା ବେଳେ ଧୋନି କେବେବି ଅଧିକ କଥା କୁହନ୍ତି ନାହିଁ। କିନ୍ତୁ ସେ କଥା ନକହିବି ବି ମୋ ପାଇଁ ଆଗୁଆ ସହାୟତାର ହାତ ବଢ଼ାଇ ଦିଅନ୍ତି। ୨୦୧୯ ବିଶ୍ୱକପ ସମୟରେ ତାଙ୍କ ସହ କଥା ହେବା ପାଇଁ ମୋତେ ସୁଯୋଗ ମିଳିଥିଲା, କିନ୍ତୁ ତାହା ହୋଇପାରିଲା ନାହିଁ। କିନ୍ତୁ ପ୍ରତିଥର ପରି ସେ ମୋ ପାଇଁ ମ୍ୟାଚ୍ ଟିକେଟ୍‌ର ବନ୍ଦୋବସ୍ଥ କରିଦିଅନ୍ତି। ୨୦୧୮ରେ ଏସିଆ କପ୍ ସମୟରେ ଧୋନି ମୋତେ ତାଙ୍କ ରୁମକୁ ନେଇଥିଲେ ଏବଂ ମୋତେ ତାଙ୍କ ଜର୍ସି ଦେଇଥିଲେ। ଏହାଛଡ଼ା ସେ ମୋତେ ଦୁଇଥର ନିଜ ବ୍ୟାଟ୍ ମଧ୍ୟ ଦେଇଛନ୍ତି, ଯାହା ମୋ ପାଇଁ ବହୁତ ଖାସ୍ ଥିଲା।

publive-image

ବଶିର୍ ଆହୁରି କହିଛନ୍ତି, ୨୦୧୫ ବିଶ୍ୱକପର ଘଟଣାକୁ ମୁଁ କେବେବି ଭୁଲିପାରିବି ନାହିଁ। ସିଡନୀରେ ମ୍ୟାଚ୍ ଦେଖିବା ପାଇଁ ମୁଁ ପହଞ୍ଚିଥିଲି ଏବଂ ସେଠାରେ ପ୍ରବଳ ଖରା ସାଙ୍ଗକୁ ଗରମରେ ବସି ମୁଁ ମ୍ୟାଚ୍ ଦେଖୁଥିଲି। ହଠାତ୍ ସେହି ସମୟରେ ସୁରେଶ ରାଇନା ମୋ ପାଖକୁ ଆସି ଏକ ସନ୍‌ଗ୍ଲାସ୍ ମୋତେ ଦେଇଥିଲେ। ସେ କହିଲେ, ଏହି ସନ୍‌ଗ୍ଲାସଟି ଧୋନି ଭାଇ ଦେଇଛନ୍ତି। ଏହା ଦେଖି ମୁଁ ଖୁସି ହୋଇଯାଇଥିଲି।

publive-image

ଧୋନିଙ୍କ ପ୍ରତି ଭଲପାଇବା କାରଣରୁ ବଶିର୍ ଖୋଲା ହୃଦୟରେ ଭାରତକୁ ମଧ୍ୟ ଚିୟର୍ କରନ୍ତି ଏବଂ ଏଥିପାଇଁ ତାଙ୍କୁ ଅନେକଥର ପାକିସ୍ତାନୀ ପ୍ରଶଂସକଙ୍କ ଅଭଦ୍ରାମୀର ସାମ୍ନା କରିବାକୁ ପଡ଼ିଥାଏ। ଏ ନେଇ ସେ କହିଛନ୍ତି, ଥରେ ବର୍ମିଂହାମରେ ପାକିସ୍ତାନୀ ପ୍ରଶଂସକ ମୋ ଉପରେ ଆପତ୍ତିଜନକ ମନ୍ତବ୍ୟ କରିଥିଲେ ଏବଂ ମୋତେ ଦେଶଦ୍ରୋହୀ କହିଥିଲେ। କିନ୍ତୁ ଏସବୁକୁ ମୁଁ ଅଣଦେଖା କରେ। ସତ କହିବାକୁ ଗଲେ, ମୁଁ ଉଭୟ ଦେଶକୁ ଭଲପାଏ ଏବଂ ମୋ ପାଇଁ ମାନବିକତା ପ୍ରଥମେ ଆସିବ।

Advertisment
Advertisment