Advertisment

ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ମହମ୍ମଦ ସାମି

ନୂଆଦିଲ୍ଲୀ: ପତ୍ନୀଙ୍କ ବିଭିନ୍ନ ଅଭିଯୋଗକୁ ନେଇ ଗତ କିଛିଦିନ ଧରି ବିବାଦ ଘେରରେ ଥିବା ଭାରତୀୟ କ୍ରିକେଟର ମହମ୍ମଦ ସାମି ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଛନ୍ତି।। ସୂଚନା ଅନୁସାରେ, ଗତକାଲି ଡେରାଡୁନରୁ ଦିଲ୍ଲୀ ଫେରୁଥିବା ସମୟରେ ସାମି ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ। ଏକ ଟ୍ରକ ସହ ସାମିଙ୍କ କାର୍ ମୁହାମୁହିଁ ହେବା ଫଳରେ ଦୁର୍ଘଟଣା ଘଟିଥିଲା। ଦୁର୍ଘଟଣାରେ ସାମିଙ୍କ ମୁଣ୍ଡରେ ଆଘାତ ଲାଗିଛି। ମୁଣ୍ଡରେ କିଛି ଷ୍ଟିଚ୍ ମଧ୍ୟ ପଡ଼ିଛି। ତେବେ ସାମି ବର୍ତ୍ତମାନ ବିପଦମୁକ୍ତ ବୋଲି ଜଣାପଡ଼ିଛି। […]

author-image
Otv Khabar Bureau
ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ମହମ୍ମଦ ସାମି

mohammad shami

ନୂଆଦିଲ୍ଲୀ: ପତ୍ନୀଙ୍କ ବିଭିନ୍ନ ଅଭିଯୋଗକୁ ନେଇ ଗତ କିଛିଦିନ ଧରି ବିବାଦ ଘେରରେ ଥିବା ଭାରତୀୟ କ୍ରିକେଟର ମହମ୍ମଦ ସାମି ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଛନ୍ତି।।

Advertisment

ସୂଚନା ଅନୁସାରେ, ଗତକାଲି ଡେରାଡୁନରୁ ଦିଲ୍ଲୀ ଫେରୁଥିବା ସମୟରେ ସାମି ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ। ଏକ ଟ୍ରକ ସହ ସାମିଙ୍କ କାର୍ ମୁହାମୁହିଁ ହେବା ଫଳରେ ଦୁର୍ଘଟଣା ଘଟିଥିଲା। ଦୁର୍ଘଟଣାରେ ସାମିଙ୍କ ମୁଣ୍ଡରେ ଆଘାତ ଲାଗିଛି। ମୁଣ୍ଡରେ କିଛି ଷ୍ଟିଚ୍ ମଧ୍ୟ ପଡ଼ିଛି। ତେବେ ସାମି ବର୍ତ୍ତମାନ ବିପଦମୁକ୍ତ ବୋଲି ଜଣାପଡ଼ିଛି।

IPLର ଚଳିତ ସଂସ୍କରଣରେ ଦିଲ୍ଲୀ ଡେୟାର ଡେଭିଲସ୍‌ରୁ ପକ୍ଷରୁ ଖେଳିବା ନେଇ ନିଜର ପ୍ରାକ୍ଟିସରେ ବ୍ୟସ୍ତ ରହୁଛନ୍ତି ସାମି।

Advertisment

ସୂଚନାଥାଉ କି,  ମହମ୍ମଦ ସାମିଙ୍କ ପତ୍ନୀ ହସିନ ଜହାନ୍‌  ସାମିଙ୍କ ଉପେର ଅନେକ ସଙ୍ଗୀନ ଅଭିଯୋଗ ଲଗାଇଛନ୍ତି। ସାମି ବିବାହତି ହୋଇଥିଲେ ମଧ୍ୟ ଅନେକ ମହିଳାଙ୍କ ସହ ଅନୈତିକ ସମ୍ପର୍କ ରଖିଛନ୍ତି। କେବଳ ଏତିକି ନୁହେଁ ସାମି ତାଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦେବା ସହ ମ୍ୟାଚ୍‌ ଫିକ୍ସିଂରେ ମଧ୍ୟ ସାମିଲ ବୋଲି ହସିନ ଅଭିଯୋଗ ଆଣିଛନ୍ତି।

Mohammed Shami Delhi Road Accident Mohammed Shami Face Road Accident
Advertisment
Advertisment