Advertisment

ଇଂଲଣ୍ଡରେ ପହଞ୍ଚି କ୍ୱାରେଣ୍ଟିନରେ ରହିଲେ ଟିମ୍‌ ଇଣ୍ଡିଆ ପୁରୁଷ ଓ ମହିଳା ଦଳ

ନୂଆଦିଲ୍ଲୀ: ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍ ଫାଇନାଲ ଖେଳିବା ପାଇଁ ଇଂଲଣ୍ଡ ସାଉଥମ୍ପଟନ୍‌ରେ ପହଞ୍ଚିଲା ଟିମ୍ ଇଣ୍ଡିଆ।  ପୁରୁଷ ଟିମ୍ ସହ ମହିଳା କ୍ରିକେଟ ଦଳ ମଧ୍ୟ ଇଂଲଣ୍ଡ ଗସ୍ତରେ ଆସିଛନ୍ତି । ଉଭୟ ଦଳକୁ ସାଉଥମ୍ପଟନ୍‌ର ଆଜେସ ବୋଲ୍ ଷ୍ଟାଡିୟମ୍ ପରିସରରେ…

ଅଦ୍ୟତନ ହୋଇଛି
ଇଂଲଣ୍ଡରେ ପହଞ୍ଚି କ୍ୱାରେଣ୍ଟିନରେ ରହିଲେ ଟିମ୍‌ ଇଣ୍ଡିଆ ପୁରୁଷ ଓ ମହିଳା ଦଳ

cricket-player

Advertisment

ନୂଆଦିଲ୍ଲୀ: ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍ ଫାଇନାଲ ଖେଳିବା ପାଇଁ ଇଂଲଣ୍ଡ ସାଉଥମ୍ପଟନ୍‌ରେ ପହଞ୍ଚିଲା ଟିମ୍ ଇଣ୍ଡିଆ।  ପୁରୁଷ ଟିମ୍ ସହ ମହିଳା କ୍ରିକେଟ ଦଳ ମଧ୍ୟ ଇଂଲଣ୍ଡ ଗସ୍ତରେ ଆସିଛନ୍ତି । ଉଭୟ ଦଳକୁ ସାଉଥମ୍ପଟନ୍‌ର ଆଜେସ ବୋଲ୍ ଷ୍ଟାଡିୟମ୍ ପରିସରରେ ଥିବା ହିଲଟନ୍ ହୋଟେଲରେ ରଖାଯାଇଛି । ହୋଟେଲରେ ପହଞ୍ଚିବା ପରେ ବ୍ରିଟିଶ ସରକାରଙ୍କ ନିୟମ ମୁତାବକ ଭାରତୀୟ ଖେଳାଳିଙ୍କ କ୍ୱାରେଣ୍ଟିନ୍ ଆରମ୍ଭ ହୋଇଛି ।

Advertisment

ଭାରତୀୟ ଖେଳାଳିମାନଙ୍କ ଷ୍ଟାଡିୟମରେ ପହଞ୍ଚିଥିବା ନେଇ ସୋସିଆଲ୍ ମି଼ଡିଆରେ ଫଟୋ ଦେଖିବାକୁ ମିଳିଥିଲା। ରୋହିତ ଶର୍ମା, ଯଶପ୍ରୀତ୍ ବୁମ୍ରା, ରିଦ୍ଧିମାନ ଶାହା, ଉମେଶ ଯାଦବ ପ୍ରମୁଖ ହୋଟେଲ ଏବଂ ଷ୍ଟାଡିୟମକୁ ନେଇ ଫଟୋ ସେୟାର କରିଛନ୍ତି।  ଆଜେସ୍ ବୋଲ୍ ଷ୍ଟାଡିୟମ୍‌ରେ ହିଁ ଆସନ୍ତା ୧୮ ତାରିଖରେ ନୁଜିଲାଣ୍ଡ ବିରୋଧରେ WTC ଫାଇନାଲ ଖେଳିବ ବିରାଟ୍ କୋହଲିଙ୍କ ନେତୃତ୍ୱାଧୀନ ଟିମ୍।

ଏହା ପୂର୍ବରୁ ଭାରତୀୟ ପୁରୁଷ ଓ ମହିଳା କ୍ରିକେଟ ଦଳର ମୁମ୍ବାଇରୁ ଇଂଲଣ୍ଡ ଗସ୍ତ ନେଇ ବିସିସିଆଇ ପକ୍ଷରୁ ଜାରି ହୋଇଛି ଭିଡିଓ। ୨୪ ଜଣିଆ ପୁରୁଷ ଏବଂ ୨୦ ଜଣିଆ ମହିଳା କ୍ରିକେଟ ଟିମ୍ ସପୋର୍ଟ ଷ୍ଟାଫଙ୍କ ସହ ଏକାଠି ଗୋଟିଏ ଚାର୍ଟର ବିମାନରେ ଇଂଲଣ୍ଡ ପହଞ୍ଚିଥିଲେ । ଏହି ଭି଼ଡିଓରେ ଉଭୟ ଦଳର ଖେଳାଳିମାନେ ଯାତ୍ରାକୁ ନେଇ ନିଜର ଅନୁଭୂତି ବାଣ୍ଟିଛନ୍ତି । ଖେଳାଳିଙ୍କ ସହ ସେମାନଙ୍କ ପରିବାର ବର୍ଗ ମଧ୍ୟ ଯାତ୍ରା କରିଛନ୍ତି ।

Advertisment

ଭାରତୀୟ ପୁରୁଷ ଦଳ ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍ ଖେଳିବା ପରେ ଅଗଷ୍ଟ ୪ରୁ ସେପ୍ଟେମ୍ବର ୧୪ ପର୍ଯ୍ୟନ୍ତ ଇଂଲଣ୍ଡ ବିପକ୍ଷରେ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳିବ। ସେହିପରି ମହିଳା ଦଳ ଜୁନ୍ ୧୬ରେ ଇଂଲଣ୍ଡ ପ୍ରତିପକ୍ଷଙ୍କ ବିରୋଧରେ ଏକମାତ୍ର ଟେଷ୍ଟ ଖେଳିବା ସହ ୩ଟି ଦିନିକିଆ ଏବଂ ୩ଟି ଟି ଟ୍ୱେଣ୍ଟି ମ୍ୟାଚ ଖେଳିବ । ଜୁଲାଇ ୧୫ରେ ଭାରତୀୟ ମହିଳା ଦଳର ଇଂଲଣ୍ଡ ଟୁର୍ ସରିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ