/odishatv-khabar/media/post_attachments/uploadimage/library/16_9/16_9_0/IPL_1626435302.jpg)
IPL
ମୁମ୍ବାଇ: ଆଜିଠାରୁ ଆରମ୍ଭ ହେଉଛି ଆଇପିଏଲ୍ର ମହାସମର। ୨୦୦୮ରେ ଆରମ୍ଭ ହୋଇଥିବା ଆଇପିଏଲ୍ରେ ଏହା ୧୧ ତମ ସଂସ୍କରଣ। ଉଦ୍ଘାଟନୀ ଉତ୍ସବରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସାଙ୍ଗକୁ ବହୁ ବଲିଉଡ କଳାକାର ଯୋଗ ଦେବେ।
ଆଜି ମୁମ୍ବାଇର ୱାଙ୍ଖଡ଼େ ଷ୍ଟାଡିୟମରେ ସନ୍ଧ୍ୟା ୫ଟାରେ ଆରମ୍ଭ ହେବ। ଉଦ୍ଘାଟନୀ ସମାରୋହ କାର୍ଯ୍ୟକ୍ରମ ୯୦ ମିନିଟ ଧରି ଚାଲିବ। ଏହା ପରେ ଆରମ୍ଭ ହେବ ଚଳିତ ବର୍ଷର ପ୍ରଥମ ମ୍ୟାଚ୍।
ଉଦ୍ଘାଟନୀ ଉତ୍ସବର ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ନିଜର ଜଲ୍ୱା ଦେଖାଇବାକୁ ସାମିଲ ହେବେ ବଲିଉଡ଼ ଷ୍ଟାର୍ ହ୍ରିତିକ ରୋଶନ, ବରୁନ ଧୱନ,ଓ ଜାକଲିନ୍ଙ୍କ ସମେତ ଆହୁରି ଅନେକ କଳାକାର। ପୂର୍ବରୁ ପରିନିତୀ ଚୋପ୍ରା ଓ ରଣବୀର ସିଂ ଉଦଘାଟନୀ ଉତ୍ସବରେ ସାମିଲ ହେବାକୁ ସ୍ଥିର ହୋଇଥିବା ବେଳେ ଶେଷ ମୁହୂର୍ତ୍ତରେ ଏହି ଦୁଇଜଣ ଓହରି ଯାଇଛନ୍ତି। ରଣବୀର ଆହତ କରାଣରୁ ଏଥିରେ ସମିଲ ହୋଇପାରିବେନି ବୋଲି କହିବା ସହ ପରିନିତୀ ଫିଲ୍ମ ସୁଟିଂରେ ବ୍ୟସ୍ତ ପାଇଁ ସାମିଲ ହୋଇପାରିବେନି ବୋଲି ଜଣାପଡ଼ିଛି।
ପ୍ରଥମ ମ୍ୟାଚ୍ରେ ମୁହାଁମୁହିଁ ହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଚେନ୍ନାଇ ସୁପର କିଙ୍ଗସ୍। ୨ ବର୍ଷର ବାସନ୍ଦ ପରେ ଆଇପିଏଲ୍କୁ ଫେରିଛି ଚେନ୍ନାଇ ସୁପର କିଙ୍ଗସ୍। ଏହାପରେ ଉଦ୍ଘାଟନୀ ମ୍ୟାଚ୍ ରାତି ୮ରେ ସେହି ଷ୍ଟାଡ଼ିୟମରେ ମୁମ୍ବାଇ ଓ ଚେନ୍ନାଇ ମଧ୍ୟରେ ଖେଳାଯିବ।
ମହେନ୍ଦ୍ର ସିଂ ଧୋନୀ ଏବଂ ରୋହିତ ଶର୍ମାଙ୍କ ମଧ୍ୟରେ ହେବ କଡା ଟକ୍କର। ମୁମ୍ବାଇ ଇଣ୍ଡିଆନ୍ସରେ ଏଭିନ ଲୁଇସ୍, ରୋହିତ ଶର୍ମା, ସୂର୍ଯ୍ୟ କୁମାର ଯାଦବଙ୍କ ଭଳି ବ୍ୟାଟ୍ସମ୍ୟାନ ଥିବା ବେଳେ କିରୋନ୍ ପୋଲାର୍ଡ, ପାଣ୍ଡ୍ୟା ବ୍ରଦର୍ସ ଭଳି ଅଲରାଉଣ୍ଡର ଅଛନ୍ତି। ତେବେ ମୁମ୍ବାଇ ଇଣ୍ଡିଆନ୍ସ ବୋଲିଂ ବିଭାଗ ବେଶ୍ ଶକ୍ତିଶାଳୀ ରହିଛି। ଜସପ୍ରିତ ବୁମ୍ରା, ମୁସ୍ତାଫିଜୁର ରେହମାନ, ବେନ୍ କଟିଙ୍ଗ୍ ଏବଂ ପ୍ୟାଟ କମିନ୍ସଙ୍କୁ ମୁମ୍ବାଇ ଦଳରେ ଦେଖିବାକୁ ମିଳିବ।
ସେପଟେ ମହେନ୍ଦ୍ର ସିଂ ଧୋନୀ ଏବଂ ସୁରେଶ ରାଇନାଙ୍କୁ ନେଇ ଚେନ୍ନାଇ ପୁଣି ଥରେ ଟ୍ରଫି ଜିତିବା ପାଇଁ ଲକ୍ଷ୍ୟ ରଖିଛି। ପ୍ରଥମ ଥର ମୁମ୍ବାଇ ବିପକ୍ଷରେ ଖେଳିବେ ସ୍ପିନର ହରଭଜନ ସିଂ। ପ୍ରଥମ ଥର ମୁମ୍ବାଇ ଛାଡି ଚେନ୍ନାଇରେ ସାମିଲ ହୋଇଛନ୍ତି ହରଭଜନ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)