/odishatv-khabar/media/post_attachments/uploadimage/library/16_9/16_9_0/marriage_1626686494.jpg)
marriage
ମୁମ୍ବାଇ: ଟିମ୍ ଇଣ୍ଡିଆର ମିଡଲ୍ ଅର୍ଡର୍ ବ୍ୟାଟ୍ସମ୍ୟାନ୍ ଏବଂ କର୍ଣ୍ଣାଟକା ଟିମର କ୍ୟାପଟେନ୍ ମନିଷ ପାଣ୍ଡେ ସୋମବାର ଏକ ନୂଆ ଇନିଂସ୍ ଆରମ୍ଭ କରିଛନ୍ତି। ରବିବାର ନିଜ ନେତୃତ୍ୱରେ କର୍ଣ୍ଣାଟକାକୁ ସୟଦ ମୁସ୍ତାକ୍ ଅଲୀ ଟି-୨୦ ଚାମ୍ପିୟନ୍ କରାଇଥିବା ମନିଷ ସୋମବାର ନିଜ ପ୍ରେମିକା ତଥା ଅଭିନେତ୍ରୀ ଆଶ୍ରିତା ସେଟ୍ଟୀଙ୍କୁ ବିବାହ କରିଛନ୍ତି। ମନିଷ ବର୍ତ୍ତମାନ ଉଭୟ ଘରୋଇ ଓ ଅନ୍ତର୍ଜାତୀୟ ସ୍ତରରେ ଲଗାତାର କ୍ରିକେଟ୍ ଖେଳୁଛନ୍ତି। ଏଭଳି ଏକ ବ୍ୟସ୍ତବହୁଳ କାର୍ଯ୍ୟସୂଚୀ ମଧ୍ୟରେ ସେ ନିଜ ବିବାହ ପାଇଁ ସମୟ ବାହାର କରିଛନ୍ତି। ଏହି ବିବାହରେ ଉଭୟ (ମନିଷ ଓ ଆଶ୍ରିତା)ଙ୍କର କେବଳ ଘନିଷ୍ଠ ବନ୍ଧୁ ଏବଂ ସମ୍ପର୍କୀୟ ସାମିଲ୍ ହୋଇଛନ୍ତି।
ସୂଚନାଯୋଗ୍ୟ, ରବିବାର ରାତିରେ ମନିଷ ସୟଦ ମୁସ୍ତାକ୍ ଅଲୀ ଟି-୨୦ ଟ୍ରଫି ଟାଇଟଲ୍ ମୁକାବିଲାରେ ତାମିଲନାଡୁ ବିପକ୍ଷରେ ସୁରତରେ ଖେଳୁଥିଲେ ଏବଂ ମ୍ୟାଚ୍ ପରେ ବିବାହ ପାଇଁ ମୁମ୍ବାଇରେ ପହଞ୍ଚିଥିଲେ। ମ୍ୟାଚ୍ ଶେଷ ହେବାର ୧୨ ଘଣ୍ଟା ଭିତରେ ସେ ଆଶ୍ରିତାଙ୍କୁ ନିଜର ଜୀବନସାଥୀ କରିଛନ୍ତି। ଆଶ୍ରିତା ତାମିଲ୍ ଫିଲ୍ମ ଜଗତର ଜଣାଶୁଣା ଅଭିନେତ୍ରୀ। ସେ ଇନ୍ଦ୍ରଜିତ୍, ଉଧୟମ୍ ଏନଏଚ୍-୪ ସମେତ ୫ଟି ଫିଲ୍ମରେ ଅଭିନୟ କରିଛନ୍ତି।
ରବିବାର କର୍ଣ୍ଣାଟକାକୁ ସୟଦ ମୁସ୍ତାକ୍ ଅଲୀ ଟ୍ରଫି ଜିତାଇବା ପରେ ମନିଷ କହିଥିଲେ ଯେ ସେ ଭାରତ ବିପକ୍ଷ ପରବର୍ତ୍ତୀ ସିରିଜ୍ ପାଇଁ ପ୍ରସ୍ତୁତ ଥିବା କହିଥିଲେ। କିନ୍ତୁ ଏହା ପୂର୍ବରୁ ମୋ ପାଇଁ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ସିରିଜ୍ ଅଛି। ଆସନ୍ତାକାଲି ମୁଁ ବିବାହ କରିବାକୁ ଯାଉଛି।” ବିବାହ ପୂର୍ବରୁ ସେ ତାମିଲନାଡୁ ବିପକ୍ଷରେ ୪୫ ବଲରେ ୬୦ ରନର ଇନିଂସ୍ ଖେଳି କର୍ଣ୍ଣାଟକାକୁ ୨୦ ଓଭରରେ ୧୮୦ ରନରେ ପହଞ୍ଚାଇଥିଲେ। ନିଜର ଏହି ଇନିଂସରେ ସେ ୪ ଚୌକା ଓ ୨ ଛକା ମାରିଥିଲେ। ଏହି ମୁକାବିଲାରେ କର୍ଣ୍ଣାଟକା ମାତ୍ର ୧ ରନରେ ତାମିଲନାଡୁକୁ ହରାଇ ଟାଇଟଲ୍ କବଜା କରିଥିଲା। ମନିଷ ଆସନ୍ତା ୬ ତାରିଖରୁ ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍ ପାଇଁ ଭାରତୀୟ ଦଳରେ ସ୍ଥାନ ପାଇଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)