/odishatv-khabar/media/post_attachments/uploadimage/library/16_9/16_9_0/barabati-ticket_1626687733.jpg)
barabati ticket
କଟକ : ବାରବାଟୀ ଓ୍ୱାନ୍ ଡେ ପାଇଁ ଆଜିଠୁ ଦେଖିବାକୁ ମିଳିଲାଣି କ୍ରିକେଟ ଫିଭର। ଆଜି ୧୨ଟି କାଉଣ୍ଟରରେ ୧୦ ହଜାର ୩୯ଟି ଟିକେଟ୍ ବିକ୍ରି ହେଉଛି । ଏଥିପାଇଁ କ୍ରିକେଟ୍ ପ୍ରେମୀଙ୍କ ମଧ୍ୟରେ ପ୍ରବଳ ଉତ୍ସାହ।
Advertisment
ହଜାର ହଜାର କ୍ରିକେଟ୍ ପ୍ରେମୀ ରାତିରୁ ଅପେକ୍ଷା କରି ରହିଥିଲେ । ସକାଳ ୯ଟାରେ କାଉଣ୍ଟର୍ ଖୋଲିଥିବା ବେଳେ ଟିକେଟ୍ ପାଇବାକୁ ରାତିରୁ ଭିଡ଼ ଲଗାଇଥିଲେ କ୍ରିକେଟ୍ ପ୍ରେମୀ । ଶୃଙ୍ଖଳା ରକ୍ଷା ପାଇଁ ଓସିଏ ଏବଂ କମିଶନରେଟ ପୁଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଅସମ୍ଭବ ଭିଡ଼ ଦୃଷ୍ଟିରୁ ବ୍ୟାରିକେଟ୍ ବ୍ୟବସ୍ଥା କରିଛି କମିଶନରେଟ୍ ପୁଲିସ ।
ବାରବାଟୀରେ ମୋଟ ୧୨ଟି କାଉଣ୍ଟରରେ ଟିକେଟ ବିକ୍ରି ହେଉଛି । ଜଣକୁ ଅତି ବେଶୀରେ ଦୁଇଟି ଟିକେଟ ମିଳିବ । ନିଜର ପରିଚୟପତ୍ର ଦେଖାଇ କାଉଣ୍ଟରରୁ ୨ଟି ଟିକେଟ ନେଇପାରିବେ । ଇଣ୍ଡିଆ-ଇଣ୍ଡିଜ ଓ୍ୱାନ୍ ଡେ ସିରିଜ ଏବେ ୧-୧ରେ ବରାବର ଥିବା ବେଳେ ଆସନ୍ତା ୨୨ରେ ହେବାକୁ ଥିବା ବାରବାଟୀ ମ୍ୟାଚ ହେଉଛି ସିରିଜ ନିର୍ଣ୍ଣାୟକ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)