Advertisment

ଭାବୁକ ହୋଇଗଲେ ସଚିନ !

ନୂଆଦିଲ୍ଲୀ : କ୍ରିକେଟ୍ ଭଗବାନ କୁହାଯାଉଥିବା ସଚିନ ତେନ୍ଦୁଲକର ଏକ ଭାବାତ୍ମକ ଏବଂ ପ୍ରେରଣାଦାୟୀ ଭିଡିଓ ଶେୟାର୍ ସହ ୨୦୨୦ ଶୁଭାରମ୍ଭ କରିଛନ୍ତି। ଏହା ସହ ସଚିନ ଏକ ହୃଦୟସ୍ପର୍ଶୀ ବାର୍ତ୍ତା ମଧ୍ୟ ଲେଖିଛନ୍ତି। ଭିଡିଓରେ ଜଣେ ଦିବ୍ୟାଙ୍ଗ କ୍ରିକେଟର ଅଛନ୍ତି, ଯାହାଙ୍କର ଦୁଇଟି ଯାକ ଗୋଡ଼ ପୋଲିଓଗସ୍ତ ଅଛି। ଏହା ସତ୍ତ୍ୱେ ସେ (ଦିବ୍ୟାଙ୍ଗ କ୍ରିକେଟର) ନିଜ ଆଣ୍ଠୁ ଦ୍ୱାରା ଦୌଡ଼ୁଛନ୍ତି ଏବଂ ଆକର୍ଷଣୀୟ ଶଟ୍ ମଧ୍ୟ ଖେଳୁଛନ୍ତି। ତେବେ କଥା ଏଇଠି ଶେଷ ହୋଇ […]

author-image
Pradesh Pratyush
ଭାବୁକ ହୋଇଗଲେ ସଚିନ !

sachin

ନୂଆଦିଲ୍ଲୀ : କ୍ରିକେଟ୍ ଭଗବାନ କୁହାଯାଉଥିବା ସଚିନ ତେନ୍ଦୁଲକର ଏକ ଭାବାତ୍ମକ ଏବଂ ପ୍ରେରଣାଦାୟୀ ଭିଡିଓ ଶେୟାର୍ ସହ ୨୦୨୦ ଶୁଭାରମ୍ଭ କରିଛନ୍ତି। ଏହା ସହ ସଚିନ ଏକ ହୃଦୟସ୍ପର୍ଶୀ ବାର୍ତ୍ତା ମଧ୍ୟ ଲେଖିଛନ୍ତି। ଭିଡିଓରେ ଜଣେ ଦିବ୍ୟାଙ୍ଗ କ୍ରିକେଟର ଅଛନ୍ତି, ଯାହାଙ୍କର ଦୁଇଟି ଯାକ ଗୋଡ଼ ପୋଲିଓଗସ୍ତ ଅଛି। ଏହା ସତ୍ତ୍ୱେ ସେ (ଦିବ୍ୟାଙ୍ଗ କ୍ରିକେଟର) ନିଜ ଆଣ୍ଠୁ ଦ୍ୱାରା ଦୌଡ଼ୁଛନ୍ତି ଏବଂ ଆକର୍ଷଣୀୟ ଶଟ୍ ମଧ୍ୟ ଖେଳୁଛନ୍ତି। ତେବେ କଥା ଏଇଠି ଶେଷ ହୋଇ ନାହିଁ। ସେ ଶଟ୍ ମାରିବା ପରେ ନିଜ ଆଣ୍ଠୁ ବଳରେ ଘୁସୁରି ଘୁସୁରି ଗୋଟିଏ ପଟୁ ଅନ୍ୟ ପଟକୁ ପହଞ୍ଚୁଛନ୍ତି ଏବଂ ନିଜକୁ ରନଆଉଟ୍ ହେବାରୁ ରକ୍ଷା ମଧ୍ୟ କରୁଛନ୍ତି।

Advertisment

ଏହି ଦିବ୍ୟାଙ୍ଗ ଯୁବ କ୍ରିକେଟରଙ୍କ ନାଁ ହେଉଛି ମଡ୍ଡା ରାମ ଏବଂ ସଚିନ ତାଙ୍କଠାରୁ ପ୍ରେରଣା ନେବାକୁ କହିଛନ୍ତି। ମାଷ୍ଟର୍ ବ୍ଲାଷ୍ଟର ଭାବାତ୍ମକ ବାର୍ତ୍ତା ଦେଇ ଲେଖିଛନ୍ତି, “୨୦୨୦ର ଶୁଭାରମ୍ଭ ଏହି ପ୍ରେରଣାଦାୟକ ଭିଡିଓ ଦ୍ୱାରା କରନ୍ତୁ, ଯେଉଁଥିରେ ଏହି ଛୋଟ ପିଲା (ମଡ୍ଡା ରାମ) ନିଜ ସାଙ୍ଗମାନଙ୍କ ସହ କ୍ରିକେଟ୍ ଖେଳୁଛନ୍ତି। ମଡ୍ଡା ରାମ ମୋ ହୃହୟଙ୍କୁ ଛୁଇଁ ଯାଇଛନ୍ତି। ଆଶା କରୁଛି ଏହା ଆପଣମାନଙ୍କ ହୃଦୟଙ୍କୁ ମଧ୍ୟ ଛୁଇଁବ।” ଏହି ଭିଡିଓ ଶେଆର ହେବା ପରେ ପ୍ରଶଂସକମାନେ ପ୍ରତିକ୍ରିୟା ମଧ୍ୟ ଦେଇଛନ୍ତି।

Advertisment

ମିଳିଥିବା ଖବର ଅନୁଯାୟୀ, ମଡ୍ଡା ରାମ ଦାନ୍ତେୱାଡା ଜିଲ୍ଲା କଟେକଲ୍ୟାଣ ବିକାଶଖଣ୍ଡର ବେଙ୍ଗଲୁର ପଞ୍ଚାୟତରେ ରୁହନ୍ତି। ସପ୍ତମଶ୍ରେଣୀର ଏହି ଛାତ୍ରଙ୍କୁ କ୍ରିକେଟ୍ ଖେଳିବା ବହୁତ ପସନ୍ଦ। ପୋଲିଓ ଯୋଗୁ ତାଙ୍କ ଗୋଡ଼ର ବିକାଶ ହୋଇପାରିଲା ନାହିଁ। ଏହା ସତ୍ତ୍ୱେ ତା’ ଭିତରେ ଯେଉଁ ଉତ୍କଣ୍ଠା ଓ ଉତ୍ସାହ ଅଛନ୍ତି, ତାହା ବହୁତ କମ୍ ଲୋକଙ୍କ ଭିତରେ ଦେଖିବାକୁ ମିଳେ।

Sachin Tendulkar
Advertisment
Advertisment