Advertisment

ମୁମ୍ବାଇକୁ ଝଟ୍‌କା, ଆଇପିଏଲରୁ ମାଲିଙ୍ଗା ଆଉଟ୍

ଦୁବାଇ: ଆଇପିଏଲ୍ ଆରମ୍ଭ ହେବା ପୂର୍ବରୁ ଡିଫେଣ୍ଡିଂ ଚାମ୍ପିୟନ୍ ମୁମ୍ବାଇ ଇଣ୍ଡିଆନ୍ସକୁ ଶକ୍ତ ଝଟକା ଲାଗିଛି। ଟିମର ଷ୍ଟାର୍ ପେସ୍ ବୋଲର ଲସିଥ୍ ମାଲିଙ୍ଗା ଆଇପିଏଲରୁ ଓହରି ଯାଇଛନ୍ତି। ଏ ନେଇ ମୁମ୍ବାଇ ଇଣ୍ଡିଆନ୍ସ ବୁଧବାର ଆନୁଷ୍ଠାନିକ ଘୋଷଣା କରିଛନ୍ତି। ମାଲିଙ୍ଗା ବ୍ୟକ୍ତିଗତ କାରଣରୁ ଆଇପିଏଲରୁ ଓହରିଯାଇଥିବା ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ କୁହାଯାଇଛି। ମାଲିଙ୍ଗାଙ୍କୁ ନେଇ ମୁମ୍ବାଇ ଇଣ୍ଡିଆନ୍ସ ଏକ ବିଜ୍ଞପ୍ତି ଜାରି କରିଛି, ଯେଉଁଥିରେ କୁହାଯାଇଛି ଯେ ମାଲିଙ୍ଗା ବ୍ୟକ୍ତିଗତ କାରଣ ଦର୍ଶାଇ ଚଳିତ ସଂସ୍କରଣରେ […]

author-image
Ranjeet Kumar Jena
ମୁମ୍ବାଇକୁ ଝଟ୍‌କା, ଆଇପିଏଲରୁ ମାଲିଙ୍ଗା ଆଉଟ୍

MALINGA

ଦୁବାଇ: ଆଇପିଏଲ୍ ଆରମ୍ଭ ହେବା ପୂର୍ବରୁ ଡିଫେଣ୍ଡିଂ ଚାମ୍ପିୟନ୍ ମୁମ୍ବାଇ ଇଣ୍ଡିଆନ୍ସକୁ ଶକ୍ତ ଝଟକା ଲାଗିଛି। ଟିମର ଷ୍ଟାର୍ ପେସ୍ ବୋଲର ଲସିଥ୍ ମାଲିଙ୍ଗା ଆଇପିଏଲରୁ ଓହରି ଯାଇଛନ୍ତି। ଏ ନେଇ ମୁମ୍ବାଇ ଇଣ୍ଡିଆନ୍ସ ବୁଧବାର ଆନୁଷ୍ଠାନିକ ଘୋଷଣା କରିଛନ୍ତି। ମାଲିଙ୍ଗା ବ୍ୟକ୍ତିଗତ କାରଣରୁ ଆଇପିଏଲରୁ ଓହରିଯାଇଥିବା ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ କୁହାଯାଇଛି।

Advertisment

ମାଲିଙ୍ଗାଙ୍କୁ ନେଇ ମୁମ୍ବାଇ ଇଣ୍ଡିଆନ୍ସ ଏକ ବିଜ୍ଞପ୍ତି ଜାରି କରିଛି, ଯେଉଁଥିରେ କୁହାଯାଇଛି ଯେ ମାଲିଙ୍ଗା ବ୍ୟକ୍ତିଗତ କାରଣ ଦର୍ଶାଇ ଚଳିତ ସଂସ୍କରଣରେ ଉପଲବ୍ଧ ହୋଇପାରିବେ ନାହିଁ ବୋଲି ଅନୁରୋଧ କରିଛନ୍ତି। ଏଥିପାଇଁ ସେ ଶ୍ରୀଲଙ୍କା ଫେରିଯିବାକୁ ନିଷ୍ପତ୍ତି ନେଇଛନ୍ତି। ଆମ ନିଷ୍ପତ୍ତିକୁ ସମ୍ମାନ ଜଣାଉଛୁ।

Advertisment

ମାଲିଙ୍ଗାଙ୍କ ସ୍ଥାନରେ ମୁମ୍ବାଇ ଇଣ୍ଡିଆନ୍ସ ଅଷ୍ଟ୍ରେଲୀୟ ପେସ୍ ବୋଲର ଜେମ୍ସ ପାଟିନସନଙ୍କୁ ସାମିଲ୍ କରିଛି। ପାଟିନସନ୍ ଖୁବଶୀଘ୍ର ଆବୁଧାବିରେ ମୁମ୍ବାଇ ଟିମ୍ ସହ ଯୋଗଦେବେ। ତେବେ ମାଲିଙ୍ଗାଙ୍କ ଅନୁପସ୍ଥିତି ରୋହିତଙ୍କ ଶର୍ମା ନେତୃତ୍ୱାଧୀନ ଟିମ୍ ପାଇଁ ବହୁତ ବଡ଼ କ୍ଷତି।

ଆଇପିଏଲରେ  ମୁମ୍ବାଇର ସଫଳତା ପଛରେ ମାଲିଙ୍ଗାଙ୍କର ନିର୍ଣ୍ଣାୟକ ଭୂମିକା ରହିଛି। ଗତ ସଂସ୍କରଣରେ ମୁମ୍ବାଇ ଇଣ୍ଡିଆନ୍ସକୁ ଚାମ୍ପିୟନ୍ କରାଇବାରେ ମାଲିଙ୍ଗା ପ୍ରମୁଖ ଭୂମିକା ତୁଲାଇଥିଲେ। ସେ ଆଇପିଏଲ୍ ଇତିହାସର ସର୍ବାଧିକ ୱିକେଟ୍ ହାସଲକାରୀ ବୋଲର। ମାଲିଙ୍ଗା ୧୨୨ ମ୍ୟାଚ୍ ଖେଳି ୧୯.୮୦ ହାରରେ ୧୭୦ ୱିକେଟ୍ ନେଇଛନ୍ତି।

Advertisment
Advertisment