/odishatv-khabar/media/post_attachments/uploadimage/library/16_9/16_9_0/kohali_1626685616.jpg)
kohali
କୋଲକାତା: ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ୍ କୋହଲି ଟେଷ୍ଟ କ୍ରିକେଟରେ ନୂଆ ରେକର୍ଡ କରିଛନ୍ତି। କ୍ୟାପଟେନ୍ ଭାବେ କୋହଲି ଟେଷ୍ଟରେ ୫ହଜାର ରନ୍ ପୂରଣ କରିଛନ୍ତି। ଏହି ମାମଲାରେ ସେ ଦୁନିଆର ଷଷ୍ଠ କ୍ୟାପଟେନ୍ ଭାବେ ଏହି ମାଇଲଖୁଣ୍ଟ ଛୁଇଁଛନ୍ତି। ତେବେ କୋହଲି ବିଶ୍ୱର ପ୍ରଥମ କ୍ୟାପଟେନ୍ ଭାବେ ଦ୍ରୁତ ୫ହଜାର ରନ୍ ପୂରଣ କରିଛନ୍ତି।
କୋହଲି ମାତ୍ର ୮୬ ଇନିଂସରେ ଏହି କାରନାମା କରି ଅଷ୍ଟ୍ରେଲିଆର ପୂର୍ବତନ କ୍ୟାପଟେନ୍ ରିକି ପଣ୍ଟିଂକୁ ପଛରେ ପକାଇଛନ୍ତି। ପଣ୍ଟିଂ ୯୭ ଇନିଂସରେ ଏହି ରେକର୍ଡ କରିଥିଲେ। ଅନ୍ୟ କ୍ୟାପଟେନଙ୍କ ମଧ୍ୟରେ ୱେଷ୍ଟଇଣ୍ଡିଜର କ୍ଲାଇଭ୍ ଲୟଡ୍ (୧୦୬), ଦକ୍ଷିଣ ଆଫ୍ରିକାର ଗ୍ରେମ ସ୍ମିଥ୍ (୧୧୦), ଅଷ୍ଟ୍ରେଲିଆର ଆଲାନ୍ ବର୍ଡର (୧୧୬) ଏବଂ ନ୍ୟୁଜିଲ୍ୟାଣ୍ଡର ଷ୍ଟିଫେନ୍ ଫ୍ଲେମିଂ (୧୩୦) ୫ହଜାରର ଅଧିକ ରନ୍ କରିଛନ୍ତି।
ତେବେ ଅଧିନାୟକ ଭାବେ ସର୍ବାଧିକ ରନର ରେକର୍ଡ ଦକ୍ଷିଣ ଆଫ୍ରିକାର ଗ୍ରେମ୍ ସ୍ମିଥଙ୍କ ନାମରେ ରହିଛି। ସ୍ମିଥ୍ ୧୦୯ ମ୍ୟାଚରେ ୧୯୩ ଇନିଂସରେ ୮୬୫୯ ରନ୍ କରିଛନ୍ତି, ଯେଉଁଥିରେ ୨୫ ଶତକ ଓ ୩୬ ଅର୍ଦ୍ଧଶତକ ସାମିଲ୍ ଅଛି। ଆଲାନ୍ ବର୍ଡରଙ୍କ ନାଁରେ ୯୩ ମ୍ୟାଚରେ ୬୬୨୩ ରନ୍ ରହିଛି, ଯେଉଁଥିରେ ୧୫ ଶତକ ଓ ୩୬ ଅର୍ଦ୍ଧଶତକ ସାମିଲ୍ ଅଛି। ରିକି ପଣ୍ଟିଂ ୭୭ ମ୍ୟାଚରେ ୬୫୪୨ ରନ୍, ୱେଷ୍ଟଇଣ୍ଡିଜର କ୍ଲାଇଭ୍ ଲୟଡ୍ ୫୨୩୩ ରନ୍ ଏବଂ ନ୍ୟୁଜିଲ୍ୟାଣ୍ଡର ଷ୍ଟିଫେନ୍ ଫ୍ଲେମିଂ ୫୧୫୬ ରନ୍ କରିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)