/odishatv-khabar/media/post_attachments/uploadimage/library/16_9/16_9_0/cricket-1_1626687649.jpg)
cricket
ବିଶାଖାପଟନମ: ୱେଷ୍ଟଇଣ୍ଡିଜ ବିପକ୍ଷ କର ବା ମର ମ୍ୟାଚ୍ରେ ଟସ୍ ହାରି ପ୍ରଥମେ ବ୍ୟାଟିଂ କରୁଥିବା ଟିମ ଇଣ୍ଡିଆକୁ ଜବରଦସ୍ତ ଆରମ୍ଭ ଦେଇଛନ୍ତି ଦୁଇ ଓପନର ରୋହିତ ଶର୍ମା ଓ କେଏଲ ରାହୁଲ। ବିଶେଷ କରି ରାହୁଲ ଚମତ୍କାର ଶଟ ଖେଳି ଦଳୀୟ ସ୍କୋରକୁ ଦ୍ରୁତ ଗତିରେ ଆଗେଇ ନେଇଛନ୍ତି।
ରୋହିତ ମଧ୍ୟ ଟିମ୍କୁ ନିରାଶ କରିନାହାନ୍ତି। ରାହୁଲ ମାତ୍ର ୪୬ଟି ବଲରେ ତାଙ୍କ ଦିନିକିଆ କ୍ୟାରିୟରର ୫ମ ଅର୍ଦ୍ଧଶତକ ହାସଲ କରିଛନ୍ତି। ସେ ଏହି ଅର୍ଦ୍ଧଶତକୀୟ ଇନିଂସରେ ବର୍ତ୍ତମାନ ସୁଦ୍ଧା ୩ଟି ଚୌକା ଓ ୩ଟି ଛକା ମାରିଛନ୍ତି।
ସେହିପରି ରୋହିତ ୬୨ ବଲରେ ୪୦ ରନ କରି ଅପରାଜିତ ରହିଛନ୍ତି। ଶେଷ ଖବର ସୁଦ୍ଧା ଟିମ ଇଣ୍ଡିଆ ୨୦ ଓଭରରେ ବିନା କ୍ଷତିରେ ୯୮ ରନ୍ କରିଛି। ରାହୁଲ ୫୮ ବଲରେ ୫୪ ଓ ରୋହିତ ୪୧ ରନ କରି ଅପରାଜିତ ରହିଛନ୍ତି।
ଆଜି ଟିମ ଇଣ୍ଡିଆରେ ଗୋଟିଏ ପରିବର୍ତ୍ତନ ହୋଇଛି। ଯୁବ ଅଲରାଉଣ୍ଡର ଶୁଭମ ଦୁବେଙ୍କ ବଦଳରେ ଶର୍ଦ୍ଦାଳୁ ଠାକୁର ଖେଳୁଛନ୍ତି। ଭାରତ ପ୍ରଥମ ଦିନିକିଆରେ ୱେଷ୍ଟଇଣ୍ଡିଜ ଠାରୁ ପରାସ୍ତ ହୋଇଥିଲା। ଆଜି ମ୍ୟାଚ୍ ହାରିଲେ ଦଳ ସିରିଜ ପରାଜୟର ଲଜ୍ଜା ମୁଣ୍ଡାଇବ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)