Advertisment

ରାଜସ୍ଥାନ ଆଗରେ ୧୭୫ ରନର ଟାର୍ଗେଟ୍ ରଖିଲା କେକେଆର୍

ଦୁବାଇ: ଚଳିତ ଆଇପିଏଲର ଦ୍ୱାଦଶ ମୁକାବିଲାରେ ମୁହାଁମୁହିଁ ହୋଇଛନ୍ତି ରାଜସ୍ଥାନ ରୟାଲ୍ସ ଓ କୋଲକାତା ନାଇଟ୍ ରାଇଡର୍ସ (କେକେଆର୍)। ଏହି ମ୍ୟାଚରେ କେକେଆର୍ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୬ ୱିକେଟ୍‌ ହରାଇ ୧୭୪ ରନ୍ କରିଛି। ଦଳ ପକ୍ଷରୁ ଶୁବମାନ ଗିଲ୍‌ ସର୍ବାଧିକ ୪୭ (୩୪ ବଲ୍‌, ୫ ଚୌକା, ୧ ଛକା) ରନ୍ ଓ ଇଅନ୍ ମୋର୍ଗାନ୍ ୩୪* କରିଛନ୍ତି। ଚଳିତ ଟୁର୍ଣ୍ଣାମେଣ୍ଟରେ ହ୍ୟାଟ୍ରିକ୍ ବିଜୟ ପାଇଁ ରାଜସ୍ଥାନକୁ ୧୭୫ ରନ୍ କରିବାକୁ […]

author-image
Ranjeet Kumar Jena
ରାଜସ୍ଥାନ ଆଗରେ ୧୭୫ ରନର ଟାର୍ଗେଟ୍ ରଖିଲା କେକେଆର୍

gill

ଦୁବାଇ: ଚଳିତ ଆଇପିଏଲର ଦ୍ୱାଦଶ ମୁକାବିଲାରେ ମୁହାଁମୁହିଁ ହୋଇଛନ୍ତି ରାଜସ୍ଥାନ ରୟାଲ୍ସ ଓ କୋଲକାତା ନାଇଟ୍ ରାଇଡର୍ସ (କେକେଆର୍)। ଏହି ମ୍ୟାଚରେ କେକେଆର୍ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୬ ୱିକେଟ୍‌ ହରାଇ ୧୭୪ ରନ୍ କରିଛି। ଦଳ ପକ୍ଷରୁ ଶୁବମାନ ଗିଲ୍‌ ସର୍ବାଧିକ ୪୭ (୩୪ ବଲ୍‌, ୫ ଚୌକା, ୧ ଛକା) ରନ୍ ଓ ଇଅନ୍ ମୋର୍ଗାନ୍ ୩୪* କରିଛନ୍ତି। ଚଳିତ ଟୁର୍ଣ୍ଣାମେଣ୍ଟରେ ହ୍ୟାଟ୍ରିକ୍ ବିଜୟ ପାଇଁ ରାଜସ୍ଥାନକୁ ୧୭୫ ରନ୍ କରିବାକୁ ପଡ଼ିବ।

Advertisment

ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଖେଳାଯାଉଥିବା ଏହି ମ୍ୟାଚରେ ରାଜସ୍ଥାନ କ୍ୟାପଟେନ୍ ଷ୍ଟିଭ୍ ସ୍ମିଥ୍ ଟସ୍ ଜିତି ଫିଲ୍ଡିଂ ନିଷ୍ପତ୍ତି ନେଇଥିଲେ। ଆମନ୍ତ୍ରଣ ପାଇ ବ୍ୟାଟିଂ କରୁଥିବା କେକେଆର ପାଇଁ ପୁଣି ଭଲ ପ୍ରଦର୍ଶନ କରିଥିଲେ ଗିଲ୍। ତେବେ ସୁନୀଲ୍ ନରିନ୍ (୧୫) ପୁଣିଥରେ ନିରାଶ କରିଥିଲେ। ମଧ୍ୟକ୍ରମରେ ନୀତୀଶ ରାଣା (୨୨) ଓ ଆନ୍ଦ୍ରେ ରସେଲ୍ (୨୪) ଭଲ ବ୍ୟାଟିଂ କରିଥିଲେ ହେଁ ବଡ଼ ସ୍କୋର କରିବାକୁ ସକ୍ଷମ ହୋଇନଥିଲେ।

ତେବେ ଇଆନ୍ ମୋର୍ଗାନ୍ ଶେଷଭାଗରେ ଦ୍ରୁତ ରନ୍ କରି ଦଳକୁ ୧୭୪ ରନର ସମ୍ମାନଜନକ ସ୍କୋରରେ ପହଞ୍ଚାଇଥିଲେ। ମୋର୍ଗାନ୍ ୨୩ ବଲରେ ୧ ଚୌକା ଓ ୨ ଛକା ସହ ୩୪ ରନ୍ ଏବଂ କମଲେଶ ନାଗରକୋଟି ୮ ରନ୍ କରି ଅପରାଜିତ ଥିଲେ। ପ୍ୟାଟ୍ କମିନ୍ସ ୧୨ ରନ୍ କରି ଆଉଟ୍ ହୋଇଥିଲେ। ରାଜସ୍ଥାନ ପକ୍ଷରୁ ଜୋଫ୍ରା ଆର୍ଚର୍ ୨ଟି ୱିକେଟ୍‌ ନେଇଥିବା ବେଳେ ଅଙ୍କିତ ରାଜପୁତ୍, ଜୟଦେବ ଉନାଦକତ୍, ଟମ୍ କୁରାନ୍ ଓ ରାହୁଲ୍ ତେୱାତିଆ ଗୋଟିଏ ଲେଖାଏ ୱିକେଟ୍‌ ନେଇଥିଲେ।

Advertisment
Advertisment
Advertisment