Advertisment

କରୋନାକୁ ମାତ୍ ଦେଲେ ଟିମ୍ ଇଣ୍ଡିଆର ଷ୍ଟାର୍ ବ୍ୟାଟ୍ସମ୍ୟାନ୍

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଟିମର ବ୍ୟାଟ୍ସମ୍ୟାନ୍ ଏବଂ କିଙ୍ଗସ୍ ଇଲେଭେନ୍ ପଞ୍ଜାବର କରୁନ୍ ନାୟର୍ ଏବେ କରୋନାରୁ ସୁସ୍ଥ ହୋଇଛନ୍ତି। ନିକଟରେ କରୁନ୍ ନିଜର କୋଭିଡ୍-୧୯ ଟେଷ୍ଟ କରାଇଥିଲେ, ଯେଉଁଥିରେ ତାଙ୍କର ରିପୋର୍ଟ ପଜିଟିଭ୍ ଆସିଥିଲା। କିନ୍ତୁ ଏବେ ସେ ସମ୍ପୂର୍ଣ୍ଣ ସୁସ୍ଥ ହୋଇଛନ୍ତି ଏବଂ ସେପ୍ଟେମ୍ବର ୧୯ ତାରିଖରୁ ଆରମ୍ଭ ହେବାକୁଥିବା ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ (ଆଇପିଏଲ୍) ପାଇଁ ୟୁଏଇ ଗସ୍ତ କରିବାକୁ ପ୍ରସ୍ତୁତ ହୋଇଛନ୍ତି। ନାୟର୍ ପଜିଟିଭ୍ ଚିହ୍ନଟ ହେବା ପରଠାରୁ ଦୁଇରୁ ଅଧିକ […]

author-image
Ranjeet Kumar Jena
କରୋନାକୁ ମାତ୍ ଦେଲେ ଟିମ୍ ଇଣ୍ଡିଆର ଷ୍ଟାର୍ ବ୍ୟାଟ୍ସମ୍ୟାନ୍

karun

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଟିମର ବ୍ୟାଟ୍ସମ୍ୟାନ୍ ଏବଂ କିଙ୍ଗସ୍ ଇଲେଭେନ୍ ପଞ୍ଜାବର କରୁନ୍ ନାୟର୍ ଏବେ କରୋନାରୁ ସୁସ୍ଥ ହୋଇଛନ୍ତି। ନିକଟରେ କରୁନ୍ ନିଜର କୋଭିଡ୍-୧୯ ଟେଷ୍ଟ କରାଇଥିଲେ, ଯେଉଁଥିରେ ତାଙ୍କର ରିପୋର୍ଟ ପଜିଟିଭ୍ ଆସିଥିଲା। କିନ୍ତୁ ଏବେ ସେ ସମ୍ପୂର୍ଣ୍ଣ ସୁସ୍ଥ ହୋଇଛନ୍ତି ଏବଂ ସେପ୍ଟେମ୍ବର ୧୯ ତାରିଖରୁ ଆରମ୍ଭ ହେବାକୁଥିବା ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ (ଆଇପିଏଲ୍) ପାଇଁ ୟୁଏଇ ଗସ୍ତ କରିବାକୁ ପ୍ରସ୍ତୁତ ହୋଇଛନ୍ତି। ନାୟର୍ ପଜିଟିଭ୍ ଚିହ୍ନଟ ହେବା ପରଠାରୁ ଦୁଇରୁ ଅଧିକ ସପ୍ତାହ ଧରି କ୍ୱାରେଣ୍ଟିନରେ ରହିଥିଲେ ଏବଂ ପୁନର୍ବାର ପରୀକ୍ଷା ପରେ ନେଗେଟିଭ୍ ଆସିଛନ୍ତି।

Advertisment

publive-image

ଏ ନେଇ ବିସିସିଆଇ ସୂତ୍ରରୁ କୁହାଯାଇଛି ଯେ, ଅଗଷ୍ଟ ୮ ତାରିଖରେ ନାୟରଙ୍କ କୋଭିଡ୍ ଟେଷ୍ଟ ନେଗେଟିଭ୍ ଆସିଥିଲା। ତାଙ୍କୁ ଅଗଷ୍ଟ ୨୦ ତାରିଖରେ ଟିମ୍ ସଦସ୍ୟଙ୍କ ସହ ୟୁଏଇ ଯାତ୍ରା କରିବା ପାଇଁ ଆହୁରି ତିନୋଟି ପରୀକ୍ଷା କରାଇବେ। ସବୁ ପରୀକ୍ଷାରେ ତାଙ୍କର ରିପୋର୍ଟ ଯେପରି ନେଗେଟିଭ୍ ଆସିବା ଦରକାର। ଏବେ ସେ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି। ତାଙ୍କ ଭିତରେ ଭାଇରସର କୌଣସି ଲକ୍ଷଣ ଦେଖାଯାଇ ନାହିଁ। ଏବେ ସେ ଟ୍ରେନିଂ ଆରମ୍ଭ କରିଦେଇଛନ୍ତି। ୟୁଏଇ ଗସ୍ତ ପୂର୍ବରୁ ସେ ଅନ୍ୟ ଖେଳାଳି ଭଳି କୋଭିଡ୍-୧୯ ପରୀକ୍ଷା କରାଇବେ।

ନାୟର ୨୦୧୭ରେ ଭାରତ ପକ୍ଷରୁ ଶେଷଥର ପାଇଁ ଖେଳିଥିଲେ। ଟେଷ୍ଟ କ୍ରିକେଟରେ ତ୍ରିଶତକ ମାରିଥିବା ଏହି କ୍ରିକେଟର୍ ୨୦୧୮ରୁ କିଙ୍ଗସ୍ ଇଲେଭେନ୍ ପଞ୍ଜାବ ଦଳର ସଦସ୍ୟ ରହିଆସିଛନ୍ତି। ମଙ୍ଗଳବାର ରାଜସ୍ଥାନ ରୟାଲ୍ସ ଦଳର ଫିଲ୍ଡିଂ କୋଚ୍ ଦିଶାନ୍ତ ୟାଗନିକ୍ କରୋନା ପରୀକ୍ଷାରେ ପଜିଟିଭ୍ ଆସିଥିଲେ।

Advertisment
Advertisment
Advertisment