Advertisment

ଆଇପିଏଲ୍‌ରେ ରସେଲ୍ ଝଡ଼: ଆର୍‌ସିବିକୁ ୫ଓ୍ୱିକେଟରେ ହରାଇଲା କେକେଆର୍

ନୂଆଦିଲ୍ଲୀ: ଲଢୁଆ ବ୍ୟାଟିଂ ସତ୍ତ୍ୱେ ହେଲା ପରାସ୍ତ। ଆଇପିଏଲ୍‌ରେ ଗତକାଲି ଖେଳାଯାଇଥିବା କୋଲକାତା ନାଇଟ୍ ରାଇଡର୍ସ ବନାମ୍ ରାୟଲ୍ ଚାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ଏଭଳି ସ୍ଥିତି ଦେଖିବାକୁ ମିଳିଥିଲା। ରସେଲ୍ ଝଡ଼ ପୁଣି ଥରେ କୋଲକାତା ନାଇଟ୍ ରାଇଡର୍ସକୁ ବିଜୟୀ କରିଛି। ପ୍ରଥମେ ବ୍ୟାଟିଂ କରି ବାଙ୍ଗାଲୋର ନିର୍ଦ୍ଧାରିତ ଓଭରରେ ୨୦୫ ରନ୍ କରିଥିଲା। ଦଳ ପକ୍ଷରୁ ବିରାଟ ସର୍ବାଧିକ ୮୪ ରନ୍ କରିଥିବାବେଳେ, ଡିଭିଲିୟର୍ସ ୬୩ ରନ୍ କରିଥିଲେ। ୨୦୬ରନ୍‌ର ବିଜୟ ଲକ୍ଷ୍ୟକୁ ପିଛା କରି […]

ଆଇପିଏଲ୍‌ରେ ରସେଲ୍ ଝଡ଼: ଆର୍‌ସିବିକୁ ୫ଓ୍ୱିକେଟରେ ହରାଇଲା କେକେଆର୍

kkr

Advertisment

ନୂଆଦିଲ୍ଲୀ: ଲଢୁଆ ବ୍ୟାଟିଂ ସତ୍ତ୍ୱେ ହେଲା ପରାସ୍ତ। ଆଇପିଏଲ୍‌ରେ ଗତକାଲି ଖେଳାଯାଇଥିବା କୋଲକାତା ନାଇଟ୍ ରାଇଡର୍ସ ବନାମ୍ ରାୟଲ୍ ଚାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ଏଭଳି ସ୍ଥିତି ଦେଖିବାକୁ ମିଳିଥିଲା। ରସେଲ୍ ଝଡ଼ ପୁଣି ଥରେ କୋଲକାତା ନାଇଟ୍ ରାଇଡର୍ସକୁ ବିଜୟୀ କରିଛି। ପ୍ରଥମେ ବ୍ୟାଟିଂ କରି ବାଙ୍ଗାଲୋର ନିର୍ଦ୍ଧାରିତ ଓଭରରେ ୨୦୫ ରନ୍ କରିଥିଲା। ଦଳ ପକ୍ଷରୁ ବିରାଟ ସର୍ବାଧିକ ୮୪ ରନ୍ କରିଥିବାବେଳେ, ଡିଭିଲିୟର୍ସ ୬୩ ରନ୍ କରିଥିଲେ। ୨୦୬ରନ୍‌ର ବିଜୟ ଲକ୍ଷ୍ୟକୁ ପିଛା କରି ଆରମ୍ଭରୁ କେକେଆର୍ ଆକ୍ରମଣାତ୍ମକ ଖେଳ ଖେଳିଥିଲା। ପରେ ବ୍ୟାଟିଂ ସାମାନ୍ୟ ଧିମା ହୋଇଥିଲା। ଶେଷ ତିନି ଓଭରରେ କେକେଆରକୁ ଜିତିବା ପାଇଁ ୫୩ରନ୍ ଆବଶ୍ୟକ ଥିଲା।

Advertisment

ଏହାପରେ କ୍ରିଜ୍‌ରେ ଦେଖିବାକୁ ମିଳିଥିଲା ରସେଲ୍ ଝଡ଼। ମାତ୍ର ୧୩ବଲ୍‌ରେ ୪୮ରନ୍ କରି ରସେଲ୍ କେକେଆରକୁ ବିଜୟୀ ଦେଇଥିଲେ। ଏହି ବିଜୟ ସହ କୋଲକତା ୪ଟି ମ୍ୟାଚରୁ ୩ଟିରେ ବିଜୟ ସହ ଟେବୁଲର ଦ୍ୱିତୀୟ ସ୍ଥାନକୁ ଉନ୍ନତି କରିଛି। ସେହିପରି ୫ଟି ମ୍ୟାଚରୁ ୫ଟି ପରାଜୟ ସହ ଟେବୁଲ୍‌ ଶେଷରେ ବାଙ୍ଗାଲୋର ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ