Advertisment

ଆଜି ଚେନ୍ନାଇ ଏବଂ ରାଜସ୍ଥାନ ମଧ୍ୟରେ ଟକ୍କର, ଟସ୍‌ ଜିତି ଚେନ୍ନାଇର ବ୍ୟାଟିଂ ନିଷ୍ପତି

ଅବୁଧାବି: ଚଳିତ ଆଇପିଏଲର ୩୭ତମ ମ୍ୟାଚ୍‌ରେ ଆଜି ମହେନ୍ଦ୍ର ସିଂ ଧୋନିଙ୍କ ଚେନ୍ନାଇ ସୁପର କିଙ୍ଗସ ଓ ଷ୍ଟିଭ୍ ସ୍ମିଥ୍‌ଙ୍କ ରାଜସ୍ଥାନ ରୟାଲ୍ସ ମୁହାଁମୁହିଁ ହେଉଛନ୍ତି। ଏହି ମ୍ୟାଚ୍‌ରେ ଚେନ୍ନାଇ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି। ତେବେ ରାଜସ୍ଥାନ ପ୍ରଥମେ ବୋଲିଂ ଭାର ସମ୍ଭାଳିବ। ଚେନ୍ନାଇ ତା’ର ଚୂଡ଼ାନ୍ତ ଏକାଦଶରେ ଦୁଇଟି ପରିବର୍ତ୍ତନ କରିଛି। ଡ୍ୱେନ ବ୍ରାଭୋ ଏବଂ କରନ ଶର୍ମାଙ୍କୁ ଆଜି ବେଞ୍ଚରେ ବସାଯାଇଛି। ତାଙ୍କ ବଦଳରେ ଜୋଶ ହେଜେଲଉଡ୍‌ ଓ […]

author-image
Otv Khabar Bureau
ଆଜି ଚେନ୍ନାଇ ଏବଂ ରାଜସ୍ଥାନ ମଧ୍ୟରେ ଟକ୍କର, ଟସ୍‌ ଜିତି ଚେନ୍ନାଇର ବ୍ୟାଟିଂ ନିଷ୍ପତି

2

ଅବୁଧାବି: ଚଳିତ ଆଇପିଏଲର ୩୭ତମ ମ୍ୟାଚ୍‌ରେ ଆଜି ମହେନ୍ଦ୍ର ସିଂ ଧୋନିଙ୍କ ଚେନ୍ନାଇ ସୁପର କିଙ୍ଗସ ଓ ଷ୍ଟିଭ୍ ସ୍ମିଥ୍‌ଙ୍କ ରାଜସ୍ଥାନ ରୟାଲ୍ସ ମୁହାଁମୁହିଁ ହେଉଛନ୍ତି। ଏହି ମ୍ୟାଚ୍‌ରେ ଚେନ୍ନାଇ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି। ତେବେ ରାଜସ୍ଥାନ ପ୍ରଥମେ ବୋଲିଂ ଭାର ସମ୍ଭାଳିବ।

Advertisment

ଚେନ୍ନାଇ ତା’ର ଚୂଡ଼ାନ୍ତ ଏକାଦଶରେ ଦୁଇଟି ପରିବର୍ତ୍ତନ କରିଛି। ଡ୍ୱେନ ବ୍ରାଭୋ ଏବଂ କରନ ଶର୍ମାଙ୍କୁ ଆଜି ବେଞ୍ଚରେ ବସାଯାଇଛି। ତାଙ୍କ ବଦଳରେ ଜୋଶ ହେଜେଲଉଡ୍‌ ଓ ପୀୟୂଷ ଚାୱଲାଙ୍କୁ ଙ୍କୁ ସୁଯୋଗ ଦେଇଛି ଦଳ।

ଅନ୍ୟପକ୍ଷରେ ରାଜସ୍ଥାନ ଦଳରେ ଗୋଟିଏ ପରିବର୍ତ୍ତନ କରିଛି। ଜୟଦେବଙ୍କ  ବଦଳରେ ଚୂଡ଼ାନ୍ତ ଏକାଦଶରେ ଅଙ୍କିତ ରାଜପୁତଙ୍କୁ ଦଳ ସାମିଲ କରିଛି।

Advertisment

ସାମ୍ଭାବ୍ୟ ଏକାଦଶ:

ଚେନ୍ନାଇ ସୁପର କିଙ୍ଗସ୍ ପକ୍ଷରୁ ଫାଫ୍ ଡୁ ପ୍ଲେସିସ୍, ସାମ୍ କୁରାନ୍, ସେନ ୱାଟସନ, ଅମ୍ବାତି ରାୟୁଡୁ, ଏମଏସ ଧୋନି (କ୍ୟା & କିପର), ରବିନ୍ଦ୍ର ଜାଡେଜା, କେଦାର ଯାଦବ, ଦୀପକ ଚହର, ପୀୟୁଷ ଚାୱଲା, ଶାର୍ଦୁଲ ଠାକୁର, ଜୋଶ ହାଜଲେଉଡ ଖେଳିବେ।

ରାଜସ୍ଥାନ ରୟାଲ୍ସ ପକ୍ଷରୁ ରବିନ୍ ଉଥାପ୍ପା, ବେନ୍ ଷ୍ଟୋକ୍ସ, ସଞ୍ଜୁ ସାମସନ୍ (କିପର), ଷ୍ଟିଭେନ୍ ସ୍ମିଥ୍ (କ୍ୟା), ଜୋସ୍ ବଟ୍‌ଲର, ରିଆନ ପରାଗ, ରାହୁଲ ତେୱତିଆ, ଜୋଫ୍ରା ଆରଚର,  ଶ୍ରେୟାସ ଗୋପାଳ, ଅଙ୍କିତ ରାଜପୁତ, କାର୍ତ୍ତିକ ତ୍ୟାଗି ଖେଳିବେ।

Advertisment
Advertisment