Advertisment

ହାର୍‌ ମାନିଲେ ଗୁରୁ ମହେନ୍ଦ୍ର ସିଂହ ଧୋନି, ଦମଦାର ବ୍ୟାଟିଂ ସହ ଏକ ପାଖିଆ ମ୍ୟାଚ୍ ଜିତି ନେଲା ଦିଲ୍ଲୀ କ୍ୟାପିଟାଲ୍ସ

ମୁମ୍ବାଇ: ଗୁରୁ-ଚେଲା ଲଢ଼େଇରେ ବାଜି ମାରିଲେ ଚେଲ୍ଲା। ଆଇପିଏଲ୍‌ ଚଳିତ ସିଜିନ୍‌ରେ ଦିଲ୍ଲୀ ତାର ପ୍ରଥମ ମ୍ୟାଚ୍‌ରେ ବଡ଼ ବିଜୟ ହାସଲ କରିଛି। ଚେନ୍ନାଇକୁ ୭ ୱିକେଟ୍‌ରେ ହରାଇଛି ଋଷଭ ପନ୍ତଙ୍କ ଦିଲ୍ଲୀ କ୍ୟାପିଟାଲ୍ସ। ତେବେ ଏହି ବିଜୟର ମୁଖ୍ୟ ଆକର୍ଷଣ ଥିଲେ ଶିଖର ଧୱନ ଓ ପୃଥ୍ୱୀ ଶ’। ଶନିବାର ଆଇପିଏଲ ୨୦୨୧ର ଦ୍ୱିତୀୟ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ଓ ଚେନ୍ନାଇ ସୁପର କିଙ୍ଗ୍ସ ସାମ୍ନା ସାମ୍ନି ହୋଇଥିଲେ। ଚେନ୍ନାଇର ନେତୃତ୍ୱ ନେଇଥିଲେ ଗୁରୁ ମହେନ୍ଦ୍ର […]

author-image
Otv Khabar Bureau
ହାର୍‌ ମାନିଲେ ଗୁରୁ ମହେନ୍ଦ୍ର ସିଂହ ଧୋନି, ଦମଦାର ବ୍ୟାଟିଂ ସହ ଏକ ପାଖିଆ ମ୍ୟାଚ୍ ଜିତି ନେଲା ଦିଲ୍ଲୀ କ୍ୟାପିଟାଲ୍ସ

DHONI- Rishav

ମୁମ୍ବାଇ: ଗୁରୁ-ଚେଲା ଲଢ଼େଇରେ ବାଜି ମାରିଲେ ଚେଲ୍ଲା। ଆଇପିଏଲ୍‌ ଚଳିତ ସିଜିନ୍‌ରେ ଦିଲ୍ଲୀ ତାର ପ୍ରଥମ ମ୍ୟାଚ୍‌ରେ ବଡ଼ ବିଜୟ ହାସଲ କରିଛି। ଚେନ୍ନାଇକୁ ୭ ୱିକେଟ୍‌ରେ ହରାଇଛି ଋଷଭ ପନ୍ତଙ୍କ ଦିଲ୍ଲୀ କ୍ୟାପିଟାଲ୍ସ। ତେବେ ଏହି ବିଜୟର ମୁଖ୍ୟ ଆକର୍ଷଣ ଥିଲେ ଶିଖର ଧୱନ ଓ ପୃଥ୍ୱୀ ଶ’।

Advertisment

ଶନିବାର ଆଇପିଏଲ ୨୦୨୧ର ଦ୍ୱିତୀୟ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ଓ ଚେନ୍ନାଇ ସୁପର କିଙ୍ଗ୍ସ ସାମ୍ନା ସାମ୍ନି ହୋଇଥିଲେ। ଚେନ୍ନାଇର ନେତୃତ୍ୱ ନେଇଥିଲେ ଗୁରୁ ମହେନ୍ଦ୍ର ସିଂହ ଧୋନି ‍ଆଉ ଦିଲ୍ଲୀର ଭାର ସମ୍ଭାଳିଥିଲେ ଋଷଭ ପନ୍ତ। ୧୮୯ ରନର ବିଜୟ ଲକ୍ଷ ନେଇ ମଇଦାନକୁ ଓହ୍ଲାଇଥିଲା ଦିଲ୍ଲୀ। ଆରମ୍ଭରୁ ଚମତ୍କାର ପ୍ରଦର୍ଶନ କରିଥିଲା। ଦଳୀୟ ସ୍କୋର ୧୩୮ ଥିବା ବେଳେ ପ୍ରଥମେ ପୃଥ୍ୱୀ ଶ’ଙ୍କ ୱିକେଟ ପଡ଼ିଥିଲା। ପୃଥ୍ୱୀ ଶ’ ୩୮ ବଲ୍‌ରେ ୭୨ ରନ୍ କରିଥିଲେ। ଏଥିରେ ୯ଟି ଚୌକା ସହ ୩ଟି ଛକା ସାମିଲ ଅଛି। ଏହା ପରେ ଶିଖର ଧୱନ ୫୪ ବଲ୍‌ରେ ୮୫ ରନ୍ କରି ଆଉଟ ହୋଇଥିଲେ। ଏଥିରେ ୧୦ ଚୌକା ଦୁଇ ଛକା ସାମିଲ ଅଛି।

ତେବେ ପ୍ରଥମେ ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା ଦିଲ୍ଲୀ। ଚେନ୍ନାଇ ପ୍ରଥମେ ବ୍ୟାଟିଂ କରି ମୋଟ ୭ଟି ୱିକେଟ ହରାଇ ନିର୍ଦ୍ଧାରିତ ୨୦ ଓଭରରେ ୧୮୮ ରନ୍‌ କରିଥିଲା। ଚେନ୍ନାଇ ସୁପର କିଙ୍ଗ୍ସକୁ ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟର ସାମ୍ନା କରିବାକୁ ପଡ଼ିଥିଲା। ମାତ୍ର ୬୦ ରନରେ ଦଳ ତିନୋଟି ୱିକେଟ ହରାଇ ସାରିଥିଲା। ରୁତୁରାଜ ଗାୟକୱାଡ୍‌ ମାତ୍ର ୮ଟି ବଲ୍‌ ଖେଳି ୫ ରନ୍ କରି ପ୍ୟାଭିଲିୟନ ଫେରିଥିବା ବେଳେ ଡୁପ୍ଲେସିସ୍‌ ତିନୋଟି ବଲ୍‌ ଖେଳି ଖାତା ନଖୋଲି ପ୍ୟାଭିଲିୟନ ଫେରିଥିଲେ। ମୋଇନ ଅଲ୍ଲୀ ଦଳକୁ ସାମାନ୍ୟ ଆଶ୍ୱସ୍ତି ପ୍ରଦାନ କରିଥିଲେ। ସେ ୨୪ ବଲ୍‌ରେ ୩୬ ରନ୍ନ‌ କରି ଆଉଟ୍ ହୋଇଥିଲେ। ଏଥିରେ ୪ଟି ଚୌକା ଓ ଦୁଇଟି ଛକା ସାମିଲ ଥିଲା।

Advertisment

ସେହିଭଳି ଅମ୍ବାତି ରାଇଡୁ ୧୬ଟି ବଲ୍‌ରେ ୨୩ ରନ୍‌ କରିଥିଲେ। ଏଥିରେ ଦୁଇଟି ଛକା ଓ ଗୋଟିଏ ଚୌକା ସାମିଲ ଥିଲା। ଦଳକୁ ଏକ ଭଲ ସ୍ଥିତିକୁ ଆଣିଥିଲେ ସୁରେଶ ରାଇନା। ସେ ଧୁଆଁଧାର ବ୍ୟାଟିଂ କରିବା ସହ ଦଳକୁ ଏକ ଭଲ ସ୍କୋର ଦେବାରେ ମୁଖ୍ୟ ଭୁମିକା ଗ୍ରହଣ କରିଥିଲେ। ସେ ୩୬ ବଲ୍‌ ଖେଳି ୫୪ ରନ୍ କରିଥିଲେ। ଏଥିରେ ୪ଟି ଛକା ଓ ୩ ଚୌକା ସାମିଲ ଥିଲା। ରାଇନା ଓ ରବିନ୍ଦ୍ର ଜାଡେଜାଙ୍କ ମଧ୍ୟରେ ବୁଝାମଣା ଠିକ ନ ରହିବାରୁ ରାଇନା ରନ୍‌ ଆଉଟ ହୋଇଥିଲେ।

ରାଇନାଙ୍କ ପରେ ମଇଦାନକୁ ଓହ୍ଲାଇଥିଲେ ଅଧିନାୟକ ମହେନ୍ଦ୍ର ସିଂହ ଧୋନି। ହେଲେ ସେ ମଧ୍ୟ ଫ୍ଲପ୍ ହୋଇଯାଇଥିଲେ। ଧୋନି ମାତ୍ର ଦୁଇଟି ବଲ୍‌ ଖେଳି ଅଭେସ ଖାନଙ୍କ ବଲ୍‌ରେ ଶୂନ ରନ୍‌ କରି ବୋଲ୍ଡ ହୋଇଯାଇଥିଲେ। ୧୫.୩ ଓଭରରେ ଦଳ ୬ଟି ୱିକେଟ୍ ହରାଇ ୧୩୭ ରନ୍ କରିଥିଲା। ଧୋନିଙ୍କ ପରେ ସାମ କୁରନ ଓହ୍ଲାଇଥିଲେ ମଇଦାନକୁ। ସେ ୧୫ ବଲ୍‌ ଖେଳି ୩୪ ରନ୍ କରି ଆଉଟ ହୋଇଥିଲେ। ରବିନ୍ଦ୍ର ଜାଡେଜା ୧୭ ବଲ୍‌ରେ ୨୬ ରନ୍‌ କରି ନଟ୍ ଆଉଟ ହୋଇଥିଲେ।

ପରେ ୧୮୯ ରନର ବିଜୟ ଲକ୍ଷ୍ୟ ନେଇ ମଇଦାନକୁ ଓହ୍ଲାଇ ଥିଲା ଦିଲ୍ଲୀ କ୍ୟାପିଟାଲ୍ସ। ଦିଲ୍ଲୀ ପକ୍ଷରୁ ଶିଖର ଧୱନ, ପୃଥ୍ୱୀ ଶ’, ‍ଆଜିଙ୍କ୍ୟ ରାହାଣେ, ଋଷଭ ପନ୍ତ, ମାର୍କସ ଷ୍ଟୋଇନିସ, ଶିମ୍ରନ ହେଟମିୟର, କ୍ରିସ ୱୁକସ, ରବିଚନ୍ଦ୍ରନ ଅଶ୍ୱିନ, ଟମ କୁରନ, ଅମିତ ମିଶ୍ରା, ଆଭେଶ ଖାନ ଦଳକୁ ସମ୍ଭାଳି ଥିଲେ। ଧାୱନ ଏବେ ଜବରଦସ୍ତ ଫର୍ମରେ ଥିବାରୁ ତାଙ୍କ ଉପରେ ସମସ୍ତଙ୍କ ନଜର ରହିଥିଲା।

IPL 2021
Advertisment
Advertisment