Advertisment

ଆସନ୍ତାକାଲି ଜାରି ହେବ ଆଇପିଏଲ୍ କାର୍ଯ୍ୟସୂଚୀ

ନୂଆଦିଲ୍ଲୀ: ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ (ଆଇପିଏଲ୍)ର ୧୩ଶ ସଂସ୍କରଣ ପାଇଁ ଆସନ୍ତାକାଲି ଅର୍ଥାତ୍ ରବିବାର କାର୍ଯ୍ୟସୂଚୀ ଜାରି ହେବ। ଆଇପିଏଲ୍ ଚେୟାରମ୍ୟାନ୍ ବ୍ରିଜେଶ୍ ପଟେଲ୍ ଶନିବାର ଏହାର ସୂଚନା ଦେଇଛନ୍ତି। ଏହା ପୂର୍ବରୁ ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ଏକ ନ୍ୟୁଜ୍ ଚ୍ୟାନେଲକୁ ଦେଇଥିବା ସାକ୍ଷାତକାରରେ କହିଥିଲେ ଯେ ସେପ୍ଟେମ୍ବର ୪ ତାରିଖରେ ଆଇପିଏଲ୍ କାର୍ଯ୍ୟସୂଚୀ ପ୍ରକାଶିତ ହେବ। Schedule of IPL 2020 that starts from 19th September in UAE will be […]

author-image
Ranjeet Kumar Jena
ଅଦ୍ୟତନ ହୋଇଛି
ଆସନ୍ତାକାଲି ଜାରି ହେବ ଆଇପିଏଲ୍ କାର୍ଯ୍ୟସୂଚୀ

ipk-13

ନୂଆଦିଲ୍ଲୀ: ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ (ଆଇପିଏଲ୍)ର ୧୩ଶ ସଂସ୍କରଣ ପାଇଁ ଆସନ୍ତାକାଲି ଅର୍ଥାତ୍ ରବିବାର କାର୍ଯ୍ୟସୂଚୀ ଜାରି ହେବ। ଆଇପିଏଲ୍ ଚେୟାରମ୍ୟାନ୍ ବ୍ରିଜେଶ୍ ପଟେଲ୍ ଶନିବାର ଏହାର ସୂଚନା ଦେଇଛନ୍ତି। ଏହା ପୂର୍ବରୁ ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ଏକ ନ୍ୟୁଜ୍ ଚ୍ୟାନେଲକୁ ଦେଇଥିବା ସାକ୍ଷାତକାରରେ କହିଥିଲେ ଯେ ସେପ୍ଟେମ୍ବର ୪ ତାରିଖରେ ଆଇପିଏଲ୍ କାର୍ଯ୍ୟସୂଚୀ ପ୍ରକାଶିତ ହେବ।

Advertisment

https://twitter.com/ANI/status/1302177555231813632?s=20

ଏହାପରେ ଶନିବାର ଅପରାହ୍ଣରେ ମଧ୍ୟ କାର୍ଯ୍ୟସୂଚୀ ଜାରି କରାଗଲା ନାହିଁ। ତେଣୁ ଆଇପିଏଲ୍ ଚେୟାରମ୍ୟାନ୍ ଏହାକୁ ରବିବାର ଘୋଷଣା କରିବା କଥା କହିଛନ୍ତି। କୋଭିଡ୍-୧୯ କାରଣରୁ ଚଳିତ ବର୍ଷ ଏହି ବ୍ୟୟବହୁଳ ଲିଗ୍ ବିନା ଦର୍ଶକରେ ୟୁଏଇରେ ଖେଳାଯିବ। ଏଥିପାଇଁ ସମସ୍ତ ୮ଟି ଫ୍ରାଞ୍ଚାଇଜି ୟୁଏଇ ପହଞ୍ଚିସାରିଛନ୍ତି।

ପ୍ରଥମେ ଏହି ଲିଗର ଆୟୋଜନ ମାର୍ଚ୍ଚ ୨୯ ତାରିଖରେ ଆରମ୍ଭ ହେବାର ଥିଲା। କିନ୍ତୁ ମହାମାରୀ କରୋନା କାରଣରୁ ଏହି ଲିଗକୁ ସ୍ଥଗିତ କରିବାକୁ ପଡ଼ିଥିଲା। ଏହା ପରେ ଚଳିତ ବର୍ଷ ଅଷ୍ଟ୍ରେଲିଆରେ ଆୟୋଜିତ ହେବାକୁଥିବା ଟି-୨୦ ୱାର୍ଲ୍ଡ କପ୍ ସ୍ଥଗିତ ହେବା ଦ୍ୱାରା ବିସିସିଆଇକୁ ଆଇପିଏଲ୍ ଆୟୋଜନ କରିବା ପାଇଁ ବାଟ ଫିଟିଯାଇଥିଲା। ଯାହା ପରେ ବାୟୋ ସିକ୍ୟୋର୍ ବବଲରେ ୟୁଏଇରେ ଏହି ଟି-୨୦ ଲିଗକୁ କରାଇବାକୁ ନିଷ୍ପତ୍ତି ନିଆଯାଇଥିଲା।

Advertisment
Advertisment
Advertisment