/odishatv-khabar/media/post_attachments/uploadimage/library/16_9/16_9_0/INDIA_1626687030.jpg)
INDIA
କାଠମାଣ୍ଡୁ (ନେପାଳ) : ଭାରତୀୟ ମହିଳା ଫୁଟବଲ୍ ଟିମ୍ ଚଳିତ ସାଉଥ୍ ଏସିଆନ୍ ଗେମ୍ସରେ କ୍ରମାଗତ ତୃତୀୟଥର ଲାଗି ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ସୋମବାର ମହିଳା ଫୁଟବଲର ଫାଇନାଲ୍ ମୁକାବିଲାରେ ଭାରତ ଆୟୋଜକ ନେପାଳକୁ ୨-୦ ଗୋଲରେ ପରାସ୍ତ କରି ଏହି ସଫଳତା ଅର୍ଜନ କରିଛି।
ଭାରତ ବିଜୟରେ ମୁଖ୍ୟ ଭୂମିକା ବହନ କରିଥିଲେ ବାଲା ଦେବୀ, ଯିଏ ମ୍ୟାଚରେ ଦୁଇଟି (୧୮ତମ, ୫୬ତମ) ଯାକ ଗୋଲ୍ ଦେଇଛନ୍ତି। ୨୯ ବର୍ଷୀୟ ଏହି ଷ୍ଟ୍ରାଇକର ଚଳିତ ଟୁର୍ଣ୍ଣାମେଣ୍ଟର ଟପ୍-ସ୍କୋରର ଭାବେ ୪ଟି ମ୍ୟାଚରୁ ୫ ଗୋଲ୍ ଦେଇଛନ୍ତି। ସେହିପରି ଭାରତୀୟ ଗୋଲକିପର ଅଦିତି ଚୌହାନ୍ ମଧ୍ୟ ଚଳିତ ଟୁର୍ଣ୍ଣାମେଣ୍ଟରେ ଚମତ୍କାର ପ୍ରଦର୍ଶନ କରିଛନ୍ତି, ଯିଏ ନିଜ ଟିମକୁ ଗୋଟିଏ ବି ଗୋଲ୍ ଖାଇବାକୁ ଦେଇନାହାନ୍ତି।
ଭାରତ ଆରମ୍ଭରୁ ଆକ୍ରମଣାତ୍ମକ ପ୍ରଦର୍ଶନ କରିଥିଲା। ମ୍ୟାଚର ଅଷ୍ଟାଦଶ ମିନିଟରେ ଭାରତକୁ ପ୍ରଥମ ସଫଳତା ଦେଇଥିଲେ ବାଲା ଦେବୀ। ଏହା ପରେ ରଞ୍ଜନା ଭାରତ ପାଇଁ ଆଉ ଏକ ଭଲ ସୁଯୋଗ ସୃଷ୍ଟି କରିଥିଲେ। ସେ ମାରିଥିବା ଏକ କର୍ଣ୍ଣର ଶଟକୁ କ୍ୟାପଟେନ୍ ଆଶାଲତା ଦେବୀ ହେଡର ଜରିଆରେ ସାନିଧ୍ୟଙ୍କୁ ପାସ୍ କରିଥିଲେ। କିନ୍ତୁ ସାନିଧ୍ୟ ଏହାକୁ ଗୋଲରେ ପରିଣତ କରିପାରିନଥିଲେ। ଏହା ମଧ୍ୟ ଗୋଲକିପର ଅଦିତି ଭାରତ ଦମଦାର ସେଭ୍ ମଧ୍ୟ କରିଥିଲେ।
ଦ୍ୱିତୀୟାର୍ଦ୍ଧର ନବମ ମିନିଟରେ ରତନବାଲାଙ୍କଠାରୁ ପାସ୍ ପାଇ ବାଲା ଦେବୀ ଭାରତ ପାଇଁ ଦ୍ୱିତୀୟ ଗୋଲ୍ ସ୍କୋର କରିଥିଲେ। ଭାରତ ଏହି ଅଗ୍ରଣୀକୁ ଶେଷ ପର୍ଯ୍ୟନ୍ତ ବଜାୟ ରଖି ମୁକାବିଲାକୁ ସହଜରେ ଜିତି ନେଇଥିଲା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)