/odishatv-khabar/media/post_attachments/uploadimage/library/16_9/16_9_0/hky_1626692626.jpg)
hky
ନୂଆଦିଲ୍ଲୀ: ଅଲମ୍ପିକ୍ସ ଯୋଗ୍ୟତା ପର୍ଯାୟ ମ୍ୟାଚ ପାଇଁ ଆଜି ଭୁବନେଶ୍ୱର ପହଞ୍ଚିବ ଭାରତୀୟ ହକି ଟିମ୍ । ଏଥିପାଇଁ କମିଶନରେଟ୍ ପୋଲିସ୍ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଷ୍ଟାଡିୟମ୍, ଖେଳାଳିଙ୍କ ରହଣି ସ୍ଥାନରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯିବ ବୋଲି କହିଛନ୍ତି ପୋଲିସ କମିଶନର । ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ରେ ଜୁନ ୬ ତାରିଖଠାରୁ ୧୫ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ଫେଡେରେସନ ଅଫ୍ ଇଣ୍ଡିଆନ୍ ହକି ମେନସ୍ ସିରିଜ ଯୋଗ୍ୟତା ପର୍ଯାୟ ମ୍ୟାଚ। ଏଥିପାଇଁ ଆଗାମୀ ୨୯ରୁ ୩ ତାରିଖ ମଧ୍ୟରେ ଅନ୍ୟ ୭ଟି ବିଦେଶୀ ଦଳ ଆସି ପହଁଞ୍ଚିବ। ଭାରତକୁ ମିଶାଇ ମୋଟ ୮ଟି ଟିମ୍ ଏଥିରେ ଭାଗ ନେବେ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)