Advertisment

ଅଷ୍ଟ୍ରେଲିଆରେ ପହଞ୍ଚିଲା ବିରାଟ ବାହିନୀ

ସିଡ୍‌ନୀ: ଦ୍ୱିପାକ୍ଷିକ ସିରିଜ ଖେଳିବାକୁ ଅଷ୍ଟ୍ରେଲିଆରେ ପହଞ୍ଚିଛି ଭାରତୀୟ କ୍ରିକେଟ ଟିମ୍‌। ଅଧିନାୟକ ବିରାଟ କୋହଲିଙ୍କ ସହ ୨୫ ଜଣିଆ ଟିମ୍ ଅଷ୍ଟ୍ରେଲିଆ ଗସ୍ତ କରିଛି। ନଭେମ୍ବର ୨୭ରୁ ଜାନୁଆରୀ ୧୯ ମଧ୍ୟରେ ଅଷ୍ଟ୍ରେଲିଆ ସହ ୩ଟି ଲେଖାଏ ଦିନିକିଆ ଓ ଟି-୨୦ ଏବଂ ୪ଟି ଟେଷ୍ଟ ମ୍ୟାଚ୍ ଖେଳିବ ଟିମ୍ ଇଣ୍ଡିଆ। ପ୍ରଥମ ୩ଟି ଦିନିକିଆ ନଭେମ୍ବର ୨୭, ୨୯ ଓ ଡିସେମ୍ବର ୨ ତାରିଖରେ ଖେଳାଯିବ। ସେହିପରି ଟି-୨୦ ଗୁଡ଼ିକ ଡିସେମ୍ବର ୪, ୬ […]

author-image
Rajalaxmi Sahoo
ଅଦ୍ୟତନ ହୋଇଛି
ଅଷ୍ଟ୍ରେଲିଆରେ ପହଞ୍ଚିଲା ବିରାଟ ବାହିନୀ

team india

ସିଡ୍‌ନୀ: ଦ୍ୱିପାକ୍ଷିକ ସିରିଜ ଖେଳିବାକୁ ଅଷ୍ଟ୍ରେଲିଆରେ ପହଞ୍ଚିଛି ଭାରତୀୟ କ୍ରିକେଟ ଟିମ୍‌। ଅଧିନାୟକ ବିରାଟ କୋହଲିଙ୍କ ସହ ୨୫ ଜଣିଆ ଟିମ୍ ଅଷ୍ଟ୍ରେଲିଆ ଗସ୍ତ କରିଛି।

Advertisment

ନଭେମ୍ବର ୨୭ରୁ ଜାନୁଆରୀ ୧୯ ମଧ୍ୟରେ ଅଷ୍ଟ୍ରେଲିଆ ସହ ୩ଟି ଲେଖାଏ ଦିନିକିଆ ଓ ଟି-୨୦ ଏବଂ ୪ଟି ଟେଷ୍ଟ ମ୍ୟାଚ୍ ଖେଳିବ ଟିମ୍ ଇଣ୍ଡିଆ। ପ୍ରଥମ ୩ଟି ଦିନିକିଆ ନଭେମ୍ବର ୨୭, ୨୯ ଓ ଡିସେମ୍ବର ୨ ତାରିଖରେ ଖେଳାଯିବ। ସେହିପରି ଟି-୨୦ ଗୁଡ଼ିକ ଡିସେମ୍ବର ୪, ୬ ଏବଂ ୮ ତାରିଖରେ ଖେଳା ଯିବ।

ତେବେ ବୋର୍ଡର-ଗାଭାସ୍କର ଟ୍ରଫିର ପ୍ରଥମ ଟେଷ୍ଟ ମ୍ୟାଚ୍ ଡିସେମ୍ବର ୧୭ରୁ ଆରମ୍ଭ ହେବ। ଏହାପରେ ଡିସେମ୍ବର ୨୬ରେ ବକ୍ସିଂ ଡେ, ଜାନୁଆରୀ ୭ରେ ତୃତୀୟ ଏବଂ ୧୫ରେ ଅନ୍ତିମ ଟେଷ୍ଟ ମ୍ୟାଚ୍‌ ଖେଳି ପ୍ରତ୍ୟାବର୍ତ୍ତନ କରିବ ଟିମ୍ ଇଣ୍ଡିଆ।  ଏହି ଗସ୍ତରେ ରୋହିତ ଶର୍ମା ଓ ଇଶାନ୍ତ ଶର୍ମା ସାମିଲ ହୋଇ ନାହାନ୍ତି। ଫିଟନେସ୍ ଟେଷ୍ଟରେ ଉତ୍ତୀର୍ଣ୍ଣ ହେବା ପରେ ଦୁଇ ଖେଳାଳି ଅଷ୍ଟ୍ରେଲିଆ ଗସ୍ତ କରିବେ ବୋଲି ସୂଚନା ମିଳିଛି।

Advertisment
Advertisment
Advertisment