/odishatv-khabar/media/post_attachments/uploadimage/library/16_9/16_9_0/hockey_1626760337.jpg)
hockey
ଜାକର୍ତ୍ତା: ଜାକର୍ତ୍ତା ଏସିଅାଡରେ ମହିଳା ହକିରେ ଟିମ ଇଣ୍ଡିଆ ରୌପ୍ୟରେ ସନ୍ତୁଷ୍ଟ ହୋଇଛି। ପୁରା ଟୁର୍ଣ୍ଣାମେଣ୍ଟରେ ଚମତ୍କାର ଫର୍ମରେ ଥିଲା ଭାରତୀୟ ମହିଳା ହକି ଦଳ। ଦୀର୍ଘ ୨୦ବର୍ଷ ପରେ ଏସିଅାନ ଗେମ୍ସର ଫାଇନାଲକୁ ଯାଇଥିବା ଭାରତୀୟ ଦଳ ସ୍ୱର୍ଣ୍ଣ ପଦକ ଆଶା ରଖି ଆଜି ପଡ଼ିଆକୁ ଓହ୍ଲାଇଥିଲା। ହେଲେ ଜାପାନ ଠାରୁ ୨-୧ ଗୋଲ୍ରେ ପରାସ୍ତ ହୋଇଛି। ଚଳିତ ଏସିଅାଡରେ ଟିମ୍ ଇଣ୍ଡିଅା ଅପରାଜୟ ରହିଥିଲା।
Advertisment
ଫରୱାର୍ଡ ଓ ଡିଫେନସ ଦଳ ମଧ୍ୟରେ ଭଲ ସମନ୍ୱୟ ରହିଥିବା ସତ୍ତ୍ୱେ ଭାରତ ଏହି ସୁଯୋଗ ହାତ ଛଡ଼ା କରିଛି। ଟିମରେ ଓଡିଶାର ୪ ଖେଳାଳି ଦୀପ ଗ୍ରେସ ଏକ୍କା, ନମିତା ଟପ୍ପୋ, ସୁନିତା ଲାକ୍ରା, ଲିଲିମା ମିଂଜ ସାମିଲ ଥିଲେ। ଏପଟେ ଏସିଅାଡର ତ୍ରୟୋଦଶ ଦିନରେ ଅାଜି ଭାରତକୁ ବକ୍ସିଂରେ ବିକାଶ କ୍ରିଷ୍ଣା ଅାଉ ଏକ ବ୍ରୋଞ୍ଜ୍ ଦେଇଛନ୍ତି। ସେହିଭଳି ପୁରୁଷ ଲାଇଟ୍ ଫ୍ଲାଏ ୪୯ କେଜି ବର୍ଗରେ ଭାରତର ଅମିତ ଫଙ୍ଗଲ ଫାଇନାଲରେ ପ୍ରବେଶ କରିଥିବାରୁ ଦେଶ ପାଇଁ ଅାଉ ଏକ ପଦକ ନିଶ୍ଚିତ କରିଛନ୍ତି।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)