Advertisment

ଦକ୍ଷିଣ ଆଫ୍ରିକାକୁ ଧୂଳି ଚଟାଇ ଚାମ୍ପିୟନ୍‌ ହେଲା ଭାରତ

ଭୁବନେଶ୍ୱର: କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ପୁରୁଷ ହକି ସିରିଜ୍‌ ଫାଇନାଲ୍ସରେ ଚାମ୍ପିୟନ ହୋଇଛି ଭାରତ। ଆଜି ଫାଇନାଲରେ ଭାରତର ମୁକାବିଲା ଅପେକ୍ଷାକୃତ ଦୁର୍ବଳ ଦକ୍ଷିଣ ଆଫ୍ରିକା ସହ ହୋଇଥିଲା। ଏହି ମ୍ୟାଚ୍‌ରେ ଭାରତୀୟ ପୁରୁଷ ହକି ଦଳ ଚମତ୍କାର ଖେଳ ପ୍ରଦର୍ଶନ କରି ଦକ୍ଷିଣ ଆଫ୍ରିକାକୁ ୫-୧ ଗୋଲ୍‌ରେ ପରାସ୍ତ କରିଛି।  ଭାରତ ପକ୍ଷରୁ ବରୁଣ କୁମାର ଓ ମନପ୍ରୀତ ସିଂହ ୨ଟି ଲେଖାଏ ଗୋଲ ଦେଇଥିବା ବେଳେ ବିବେକ ପ୍ରସାଦ ଗୋଟିଏ ଗୋଲ ସ୍କୋର କରିଛନ୍ତି। […]

author-image
Mihir Pattnayak
ଦକ୍ଷିଣ ଆଫ୍ରିକାକୁ ଧୂଳି ଚଟାଇ ଚାମ୍ପିୟନ୍‌ ହେଲା ଭାରତ

0

ଭୁବନେଶ୍ୱର: କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ପୁରୁଷ ହକି ସିରିଜ୍‌ ଫାଇନାଲ୍ସରେ ଚାମ୍ପିୟନ ହୋଇଛି ଭାରତ। ଆଜି ଫାଇନାଲରେ ଭାରତର ମୁକାବିଲା ଅପେକ୍ଷାକୃତ ଦୁର୍ବଳ ଦକ୍ଷିଣ ଆଫ୍ରିକା ସହ ହୋଇଥିଲା। ଏହି ମ୍ୟାଚ୍‌ରେ ଭାରତୀୟ ପୁରୁଷ ହକି ଦଳ ଚମତ୍କାର ଖେଳ ପ୍ରଦର୍ଶନ କରି ଦକ୍ଷିଣ ଆଫ୍ରିକାକୁ ୫-୧ ଗୋଲ୍‌ରେ ପରାସ୍ତ କରିଛି।  ଭାରତ ପକ୍ଷରୁ ବରୁଣ କୁମାର ଓ ମନପ୍ରୀତ ସିଂହ ୨ଟି ଲେଖାଏ ଗୋଲ ଦେଇଥିବା ବେଳେ ବିବେକ ପ୍ରସାଦ ଗୋଟିଏ ଗୋଲ ସ୍କୋର କରିଛନ୍ତି।

Advertisment

ମ୍ୟାଚ୍‌ ଆରମ୍ଭରୁ ହିଁ ଭାରତୀୟ ଟିମ୍‌ ନିଜର ଦବଦବା ଦେଖାଇଥିଲା। ମ୍ୟାଚ୍‌ର ଦ୍ୱିତୀୟ ମିନିଟ୍‌ରେ ଭାରତକୁ ମିଳିଥିବା ପେନାଲ୍ଟି କର୍ଣ୍ଣରକୁ ବରୁଣ କୁମାର ଗୋଲ୍‌ରେ ପରିଣତ କରି ଟିମ୍‌ ଇଣ୍ଡିଆକୁ ୧-୦ରେ ଆଗୁଆ କରିଦେଇଥିଲେ। ଏହି ଗୋଲ ପରେ ମଧ୍ୟ ଭାରତ ଘନଘନ ଆକ୍ରମଣ କରିଥିଲା। ମ୍ୟାଚ୍‌ର ୧୧ତମ ମିନିଟ୍‌ରେ ଭାରତକୁ ଆଉ ଏକ ପେନାଲ୍ଟି କର୍ଣ୍ଣର ମିଳିଥିଲା। ଏହାକୁ ପେନାଲ୍ଟି କର୍ଣ୍ଣର ସ୍ପେଶାଲିଷ୍ଟ ମନପ୍ରୀତ ସିଂହ ଗୋଲରେ ପରିଣତ କରି ଭାରତକୁ ୨-୦ରେ ଆଗୁଆ କରିଦେଇଥିଲେ।

ପ୍ରଥମ କ୍ୱାର୍ଟର ସୁଦ୍ଧା ଭାରତ ୨-୦ରେ ଆଗୁଆ ରହିଥିଲା। ଦ୍ୱିତୀୟ କ୍ୱାର୍ଟରରେ ମଧ୍ୟ ଭାରତ ନିଜର ଆକ୍ରମଣାତ୍ମକ ଖେଳ ଜାରି ରଖିଥିଲା। ମ୍ୟାଚ୍‌ର ୨୫ତମ ମିନିଟ୍‌ରେ ଭାରତକୁ ପୁଣିଏକ ପେନାଲ୍ଟି କର୍ଣ୍ଣର ମିଳିଥିଲା। ଏହାକୁ ପୁନଶ୍ଚ ହରମନପ୍ରୀତ ଗୋଲରେ ପରିଣତ କରି ହାଫ୍‌ ଟାଇମ୍‌ ସୁଦ୍ଧା ଭାରତକୁ ୩-୦ରେ ଆଗୁଆ କରିଦେଇଥିଲେ।

Advertisment

ସେହିପରି ୩୬ତମ ମିନିଟ୍‌ରେ ସିମରନଜୀତ ସିଂହଙ୍କ ଏକ ଚମତ୍କାର ପାସ୍‌କୁ ବିବେକ ପ୍ରସାଦ ଗୋଲ୍‌ରେ ପରିଣତ କରି ଗୋଲ ବ୍ୟବଧାନକୁ ୪-୦ କରିଦେଇଥିଲେ। ୪୩ ତମ ମିନିଟରେ ଭାରତକୁ ଗୋଲ ଦେବାର ସୁଯୋଗ ମିଳିଥିଲେ ହେଁ ଏହାକୁ ମନଦୀପ ସିଂହ ଗୋଲରେ ପରିଣତ କରିବାକୁ ବିଫଳ ହୋଇଥିଲେ।

୫୦ତମ ମିନିଟ୍‌ରେ ବରୁଣ କୁମାର ପୁଣି ଏକ ପେନାଲ୍ଟି କର୍ଣ୍ଣରକୁ ଗୋଲରେ ପରିଣତ କରି ଭାରତକୁ ୫-୦ରେ ଆଗୁଆ କରିଦେଇଥିଲେ।

ତେବେ ମ୍ୟାଚ୍‌ର ୫୩ତମ ମିନିଟ୍‌ରେ ଦକ୍ଷିଣ ଆଫ୍ରିକାକୁ ଏକ ପେନାଲ୍ଟି କର୍ଣ୍ଣର ମିଳିଥିଲା। ଏହାକୁ ରିଚାର୍ଡ ପାଉଟଜ୍ ଗୋଲ୍ରେ ପରିଣତ କରି ଗୋଲ ବ୍ୟବଧାନକୁ ୫-୧ କରିବାକୁ ସକ୍ଷମ ହୋଇଥିଲେ। ୫୭ତମ ମିନିଟ୍‌ରେ ଆଉ ଏକ ପେନାଲ୍ଟି କର୍ଣ୍ଣର ମିଳିଥିଲା। କିନ୍ତୁ ଏହାକୁ ଗୋଲକିପର ଶ୍ରୀଜେସ ଓ ଡ୍ରାଗ୍‌ ଫ୍ଲିକର ତଥା ଓଡ଼ିଆ ପୁଅ ଅମିତ ରୋହିଦାସ ଅଟକାଇ ଦେଇଥିଲେ।

ଶେଷରେ ଭାରତ ଏହି ମ୍ୟାଚ୍‌କୁ ୫-୧ରେ ଜିତିବା ସହ ହକି ସିରିଜ୍‌ ଫାଲନାଲ୍ସ ଟ୍ରଫିକୁ ନିଜ ନାଁରେ କରିଥିଲା।

Left Top
Advertisment
Advertisment