Advertisment

ଜାଡେଜାଙ୍କ ରନଆଉଟକୁ ନେଇ କୋହଲି ନାରାଜ

ଚେନ୍ନାଇ: ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯାଇଥିବା ପ୍ରଥମ ଦିନିକିଆରେ ଅମ୍ପାୟାରଙ୍କ ଏକ ନିଷ୍ପତ୍ତିକୁ ନେଇ ବିବାଦ ଦେଖା ଦେଇଛି। ଭାରତୀୟ ବ୍ୟାଟ୍ସମ୍ୟାନ୍ ରବୀନ୍ଦ୍ର ଜାଡେଜାଙ୍କୁ ରନ୍ ଆଉଟ୍ ଦେବାର ପ୍ରକରଣକୁ ନେଇ ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ୍ କୋହଲି ଡ୍ରେସିଂ ରୁମରେ ଖୁବ୍ ନାରାଜ ହୋଇଥିଲେ। ଅନ୍ୟପକ୍ଷରେ କମେଣ୍ଟେଟର୍ ମଧ୍ୟ ଏଥିରେ କ୍ଷୁବ୍ଧ ହୋଇଥିଲେ। ଏହି ଘଟଣା ଘଟିଥିଲା ୪୮ତମ ଓଭରରେ। କୀମୋ ପଲଙ୍କ ବଲକୁ ଜାଡେଜା ମିଡ୍ ୱିକେଟ୍ ଆଡ଼କୁ ଶଟ୍ ଖେଳିଥିଲେ ଏବଂ […]

author-image
Pradesh Pratyush
ଜାଡେଜାଙ୍କ ରନଆଉଟକୁ ନେଇ କୋହଲି ନାରାଜ

run out

ଚେନ୍ନାଇ: ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯାଇଥିବା ପ୍ରଥମ ଦିନିକିଆରେ ଅମ୍ପାୟାରଙ୍କ ଏକ ନିଷ୍ପତ୍ତିକୁ ନେଇ ବିବାଦ ଦେଖା ଦେଇଛି। ଭାରତୀୟ ବ୍ୟାଟ୍ସମ୍ୟାନ୍ ରବୀନ୍ଦ୍ର ଜାଡେଜାଙ୍କୁ ରନ୍ ଆଉଟ୍ ଦେବାର ପ୍ରକରଣକୁ ନେଇ ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ୍ କୋହଲି ଡ୍ରେସିଂ ରୁମରେ ଖୁବ୍ ନାରାଜ ହୋଇଥିଲେ। ଅନ୍ୟପକ୍ଷରେ କମେଣ୍ଟେଟର୍ ମଧ୍ୟ ଏଥିରେ କ୍ଷୁବ୍ଧ ହୋଇଥିଲେ।

Advertisment

ଏହି ଘଟଣା ଘଟିଥିଲା ୪୮ତମ ଓଭରରେ। କୀମୋ ପଲଙ୍କ ବଲକୁ ଜାଡେଜା ମିଡ୍ ୱିକେଟ୍ ଆଡ଼କୁ ଶଟ୍ ଖେଳିଥିଲେ ଏବଂ ସିଙ୍ଗଲ୍ ରନ୍ ନେବାକୁ ଦୌଡ଼ିଥିଲେ। ଏହି ସମୟରେ ଫିଲ୍ଡିଂ କରୁଥିବା ରୋଷ୍ଟନ୍ ଚେଜଙ୍କ ବଲକୁ ସିଧା ଷ୍ଟମ୍ପକୁ ଥ୍ରୋ’ କରିଥିଲେ ଏବଂ ଜାଡେଜାଙ୍କୁ ରନ୍ ଆଉଟ୍ କରି ଥିଲେ। ଏପରି ଲାଗୁଥିଲା ଯେମିତି ଜାଡେଜା କ୍ରିଜରେ ପହଞ୍ଚିଯାଇଛନ୍ତି, କିନ୍ତୁ ରିପ୍ଲେରେ ଚିତ୍ର ସମ୍ପୂର୍ଣ୍ଣ ଅଲଗା ଥିଲା। ଜାଡେଜା କ୍ରିଜରୁ ସାମାନ୍ୟ ବାହାରେ ଥିଲେ ଏବଂ ରନଆଉଟ୍ ହେବା ଥୟ ଥିଲା।

Advertisment

ଏହି ସମୟରେ ଚେଜ୍ ଅପିଲ୍ କରିନଥିଲେ ଏବଂ ଫିଲ୍ଡ ଅମ୍ପାୟାର ମଧ୍ୟ ଥାର୍ଡ ଅମ୍ପାୟାରଙ୍କୁ ସହାୟତା ମାଗିନଥିଲେ। କିନ୍ତୁ ରିପ୍ଲେ ଦେଖିବା ପରେ ୱେଷ୍ଟଇଣ୍ଡିଜ୍ କ୍ୟାପଟେନ୍ କାଇରନ୍ ପୋଲାର୍ଡ ଅପିଲ୍ କରିଥିଲେ ଏବଂ ଥାର୍ଡ ଅମ୍ପାୟାରଙ୍କୁ ହସ୍ତକ୍ଷେପ କରିବା ପାଇଁ କହିଥିଲେ। ସେ ମଧ୍ୟ ଅମ୍ପାୟାରଙ୍କ ନିଷ୍ପତ୍ତିରେ ନାଖୁସ୍ ଥିଲେ। ପୋଲାର୍ଡଙ୍କ ଅପିଲ୍ ପରେ ଫିଲ୍ଡ ଅମ୍ପାୟାର ଥାର୍ଡ ଅମ୍ପାୟାରଙ୍କ ସହାୟତା ଲୋଡ଼ିଥିଲେ। ଥାର୍ଡ ଅମ୍ପାୟାର ଜାଡେଜାଙ୍କୁ ରନଆଉଟ୍ ଘୋଷିତ କରିଥିଲେ।

ଯେଉଁ ସମୟରେ ୱେଷ୍ଟଇଣ୍ଡିଜ୍ ପୁନର୍ବାର ଅପିଲ୍ କରିଥିଲା, ସେତେବେଳେ ବଲ୍ ଡେଡ୍ ହୋଇସାରିଥିଲା। ତେଣୁ ଅମ୍ପାୟାରଙ୍କ ଏହି ନିଷ୍ପତ୍ତିରେ ଟିମ୍ ଇଣ୍ଡିଆ କ୍ୟାପଟେନ୍ କୋହଲି ଅସନ୍ତୋଷ ଜାହିର୍ କରିଥିଲେ ଏବଂ ବାଉଣ୍ଡ୍ରୀ ନିକଟକୁ ଯାଇ ନିଜର ଅସନ୍ତୋଷ ବ୍ୟକ୍ତ କରିଥିଲେ। ଯେଉଁଭଳି ଭାବେ ଏହି ମାମଲା ହେଲା, ତାହା ଦେଖି କୋହଲି ଆଦୌ ସନ୍ତୁଷ୍ଟ ନଥିଲେ। ପରେ କୋହଲି ମୁଣ୍ଡ ହଲାଇ ଡ୍ରେସିଂ ରୁମ୍ ଚାଲିଯାଇଥିଲେ। ଏହା ମଧ୍ୟରେ କମେଣ୍ଟ୍ରି କରୁଥିବା ହର୍ଷା ଭୋଗଲେ ମଧ୍ୟ ଅମ୍ପାୟାରଙ୍କ ନିଷ୍ପତ୍ତି ଉପରେ ପ୍ରଶ୍ନ ଉଠାଇଛନ୍ତି। ସେ କହିଥିଲେ, ଥାର୍ଡ ଅମ୍ପାୟାରଙ୍କ ସହାୟତା ଲୋଡ଼ିବା ପାଇଁ ନିର୍ଦ୍ଧାରିତ ସମୟ ରହିବା ଦରକାର।

Advertisment
Advertisment