India VS Pakistan Photograph: (OTV)
ମହାଶିବରାତ୍ରିରେ ମହାମୁକାବିଲା। ଆଜି କଲମ୍ବୋରେ ଭାରତ-ପାକିସ୍ତାନ ବିଗ୍ ଫାଇଟ୍। T-20 ବିଶ୍ବକପ୍ ଲଢ଼େଇରେ ମୁହାଁମୁହିଁ ହେବେ ଦୁଇ ଚିର ପ୍ରତିଦ୍ୱନ୍ଦ୍ୱୀ। ସନ୍ଧ୍ୟାରେ କଲମ୍ବୋର ପ୍ରେମଦାସା ଷ୍ଟାଡିୟମରେ ଝୁମିବେ ଦର୍ଶକ। ଏଥି ପାଇଁ କ୍ରିକେଟ୍ ପ୍ରେମୀଙ୍କ ମଧ୍ୟରେ ନାହିଁ ନଥିବା ଉତ୍କଣ୍ଠା।
ମ୍ୟାଚ୍ ଉପରେ କେବଳ ଭାରତ କି ପାକିସ୍ତାନ ନୁହଁ ସାରା ବିଶ୍ବ କ୍ରିକେଟର ନଜର ରହିଛି। ଚଳିତ ବିଶ୍ବକପରେ ଉଭୟ ଦଳ ଏଯାଏଁ ଅପରାଜେୟ ଅଛନ୍ତି। ଭାରତ ୟୁଏଏସକୁ ୨୯ ରନ ଓ ନାମିବ୍ୟାକୁ ୯୩ ରନରେ ହରାଇଛି। ସେହିପରି ନେଦରଲ୍ୟାଣ୍ଡସଠାରୁ ୩ ୱିକେଟ ଓ ୟୁଏଏସ୍ ବିପକ୍ଷପରେ ୨୯ ରନରେ ବିଜୟୀ ହୋଇଛି ପାକିସ୍ତାନ।
କଲମ୍ବୋ ମ୍ୟାଚ୍ ଜିତି ଟେବୁଲ ଟପ୍ କରିବାକୁ ଦମ୍ ଖଟାଇବେ ଉଭୟ ଟିମ୍। ରେକର୍ଡ କହୁଛି ଭାରତର ପଲ୍ଲା ଭାରୀ ରହିଛି। କାରଣ ଏଯାଏଁ ଉଭୟ ଟିମ୍ ଖେଳିଥିବା ୧୬ଟି T-20ରୁ ଭାରତ ୧୩ ଓ ପାକିସ୍ତାନ ଜିତିଛି ମାତ୍ର ୩ଟି। ସେହିପରି T-20 ବିଶ୍ବକପରେ ବି ଭାରତର ରେକର୍ଡ ଚମତ୍କାର। ୮ଟି ମୁକାବିଲାରୁ ଟିମ୍ ଇଣ୍ଡିଆ ୭ ଓ ପାକିସ୍ତାନ ଜିତିଛି ମାତ୍ର ଗୋଟିଏ ମ୍ୟାଚ୍।
ସେହିପରି ଉଭୟ ଟିମ୍ ଖେଳିଥିବା ଗତ ୫ଟି ମ୍ୟାଚରେ ପାକିସ୍ତାନକୁ ଧୂଳି ଚଟେଇଛି ଭାରତ। ସନଡେ ମହାମୁକାବିଲାକୁ ନେଇ ଉତ୍ସାହ ଆକାଶଛୁଆଁ ହୋଇଥିବା ବେଳେ ବର୍ଷା ଭୟ ବି ଗୋଡ଼ାଇଛି। ବଙ୍ଗୋପସାଗରରେ ସମ୍ଭାବ୍ୟ ଲଘୁଚାପ ପ୍ରଭାବରେ ବର୍ଷା ଆଶଙ୍କା ରହିଛି। ବର୍ଷା ବାଧକ ସାଜିଲେ ଫିକା ପଡ଼ିପାରେ କ୍ରେଜ୍।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/02/15/india-vs-pakistan-2026-02-15-08-58-46.jpg)