Advertisment

ସବୁ ରେକର୍ଡ ଭାଙ୍ଗିଲା ଭାରତ-ପାକିସ୍ତାନ ମ୍ୟାଚ୍

ନୂଆଦିଲ୍ଲୀ: ପୁରୁଷ କ୍ରିକେଟ୍ ବିଶ୍ୱକପ୍ ୨୦୧୯ ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି)ର ସବୁଠାରୁ ଅଧିକ ଦେଖାଯାଇଥିବା ଟୁର୍ଣ୍ଣାମେଣ୍ଟ ବିବେଚିତ ହୋଇଛି। ସାରା ଦୁନିଆରେ ୧.୬ ବିଲିୟନ ଲୋକେ ଏହାର ସିଧା ପ୍ରସାରଣ ଦେଖିଛନ୍ତି। ସେହିପରି ଡିଜିଟାଲ୍ ପ୍ଲାଟଫର୍ମରେ ମ୍ୟାଚର ସିଧା ପ୍ରସାରଣ ଦେଖିବା ମାମଲାରେ ଭାରତ ଶୀର୍ଷରେ ରହିଛି, ଯେଉଁଥିରେ ଭାରତ ଓ ନ୍ୟୁଜିଲ୍ୟାଣ୍ଡ୍ ମଧ୍ୟରେ ଖେଳାଯାଇଥିବା ସେମିଫାଇନାଲ୍ ମ୍ୟାଚକୁ ୨.୫୩ କୋଟି ଦର୍ଶକ ହଟଷ୍ଟାରରେ ଲାଇଭ୍ ଦେଖି ରେକର୍ଡ କରିଛନ୍ତି। ଏଥିସହ ଆଇସିସି ମଧ୍ୟ ନୂଆ […]

author-image
Pradesh Pratyush
ସବୁ ରେକର୍ଡ ଭାଙ୍ଗିଲା ଭାରତ-ପାକିସ୍ତାନ ମ୍ୟାଚ୍

india-pak

ନୂଆଦିଲ୍ଲୀ: ପୁରୁଷ କ୍ରିକେଟ୍ ବିଶ୍ୱକପ୍ ୨୦୧୯ ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି)ର ସବୁଠାରୁ ଅଧିକ ଦେଖାଯାଇଥିବା ଟୁର୍ଣ୍ଣାମେଣ୍ଟ ବିବେଚିତ ହୋଇଛି। ସାରା ଦୁନିଆରେ ୧.୬ ବିଲିୟନ ଲୋକେ ଏହାର ସିଧା ପ୍ରସାରଣ ଦେଖିଛନ୍ତି। ସେହିପରି ଡିଜିଟାଲ୍ ପ୍ଲାଟଫର୍ମରେ ମ୍ୟାଚର ସିଧା ପ୍ରସାରଣ ଦେଖିବା ମାମଲାରେ ଭାରତ ଶୀର୍ଷରେ ରହିଛି, ଯେଉଁଥିରେ ଭାରତ ଓ ନ୍ୟୁଜିଲ୍ୟାଣ୍ଡ୍ ମଧ୍ୟରେ ଖେଳାଯାଇଥିବା ସେମିଫାଇନାଲ୍ ମ୍ୟାଚକୁ ୨.୫୩ କୋଟି ଦର୍ଶକ ହଟଷ୍ଟାରରେ ଲାଇଭ୍ ଦେଖି ରେକର୍ଡ କରିଛନ୍ତି।

Advertisment

ଏଥିସହ ଆଇସିସି ମଧ୍ୟ ନୂଆ ଇତିହାସ ରଚିଛି। କୌଣସି ଆଇସିସି ଟୁର୍ଣ୍ଣାମେଣ୍ଟକୁ ସର୍ବାଧିକଥର ଦେଖିବାରେ ଏହା ଏକ ରେକର୍ଡ। ଆଇସିସିର ୨୫ ପ୍ରସାରଣ ପାର୍ଟନରଶିପ୍ ୨୦୦ରୁ ଅଧିକ ଅଞ୍ଚଳରେ ୨୦ହଜାରରୁ ଅଧିକ ଘଣ୍ଟାର ସିଧାପ୍ରସାରଣ, ରିପୋର୍ଟ ଏବଂ ହାଇଲାଇଟ୍ସ କରିଛି। ବିଜ୍ଞପ୍ତି ଅନୁଯାୟୀ, ୨୦୧୫ ବିଶ୍ୱକପ୍ ସଂସ୍କରଣ ତୁଳନାରେ ଏଥର ୩୮ ପ୍ରତିଶତ ଫାଇଦା ହୋଇଛି। ତେବେ ସାରା ଦୁନିଆରେ ଭାରତ ଓ ପାକିସ୍ତାନ ମ୍ୟାଚକୁ ସର୍ବାଧିକ ଲୋକେ ଦେଖିଛନ୍ତି। ଏହି ମ୍ୟାଚକୁ ୨୭.୩୦ କୋଟି ଟିଭି ଦର୍ଶକ ଏବଂ ପାଞ୍ଚ କୋଟି ଲୋକେ ଅନ୍ୟ ଡିଜିଟାଲ୍ ପ୍ଲାଟଫର୍ମରେ ଦେଖିଛନ୍ତି।

ଏଥର ବିଶ୍ୱକପକୁ ଦେଖିବାର ସମୟରେ ମଧ୍ୟ ୪୨ପ୍ରତିଶତ ବୃଦ୍ଧି ହୋଇଛି । ବିଶ୍ୱକପ୍ ଫାଇନାଲ ମୁକାବିଲାକୁ ଦେଢ଼ କୋଟି ଲୋକେ ଦେଖିଛନ୍ତି। ଫାଇନାଲର ସୁପର୍ ଓଭର ଆରମ୍ଭରୁ ୮୯ଲକ୍ଷ ଲୋକେ ମ୍ୟାଚର ମଜା ଉଠାଇଥିଲେ। ଏ ନେଇ ଆଇସିସି ମିଡିଆ ରାଇଟ୍ସ, ବ୍ରଡକାଷ୍ଟ ଏବଂ ଡିଜିଟାଲ୍ ମୁଖ୍ୟ ଆରତୀ ଡବାସ କହିଛନ୍ତି, ପୂର୍ବ ତୁଳନାରେ ବହୁତ ଲୋକେ ଘଣ୍ଟା ଘଣ୍ଟା ଧରି କ୍ରିକେଟ୍ ମ୍ୟାଚ୍ ଦେଖିଛନ୍ତି। ଡିଜିଟାଲ୍ ପ୍ଲାଟଫର୍ମରେ ଲୋକଙ୍କର ଲାଇଭ୍ କ୍ରିକେଟ୍ ଦେଖିବା ପ୍ରମାଣିତ କରୁଛି ଯେ ଏହି ଖେଳକୁ ନେଇ ଲୋକେ କେତେ ଉତ୍ସାହିତ।

Advertisment
Advertisment
Advertisment