Advertisment

ଅାସନ୍ତାକାଲି ଭାରତ-ଇଂଲଣ୍ଡ ପ୍ରଥମ ଟେଷ୍ଟ

ନୂଆଦିଲ୍ଲୀ: ନୂଆ ଦଳ ନୂଆ ଅଧିନାୟକ। ନୂଆ କୋଚ୍ ଫିଟ୍ ଏଣ୍ଡ ଫାଇନ୍ ୟୁଥ୍ ବ୍ରିଗେଡ୍। ୨୦୧୧ ପରାଜୟର ପ୍ରତିଶୋଧ ମୁଡ୍‌ରେ ଇଂଲିସ ଟିମ୍‌କୁ ଧୂଳି ଚଟାଇବା ଲକ୍ଷ୍ୟରେ ଟିମ୍ ଇଣ୍ଡିଆ। କାଲି ଠାରୁ ଆରମ୍ଭ ହେବ ହ୍ୱାଇଟ୍ ଡ୍ରେସ ଫାଇଟ। ଇଂଲିସ୍ ଟିମକୁ ସ୍ପିନ ଜାଲରେ ଫସାଇବାକୁ ବ୍ୟାକୁଳ ଅଛନ୍ତି ସ୍ପିନର। ଟିମ୍ ଇଣ୍ଡିଆର ଟ୍ରମ୍ପ କାର୍ଡ ହେଉଛନ୍ତି ୟଙ୍ଗ ରିଷ୍ଟ ସ୍ପିନର କୁଳଦୀପ ଯାଦବ। ସେପଟେ ଏକୁଟିଆ ଇଂଲଣ୍ଡ ମେରୁଦଣ୍ଡ ଭାଙ୍ଗିବା ପାଇଁ ଦମ୍ […]

author-image
Otv Khabar Bureau
ଅାସନ୍ତାକାଲି ଭାରତ-ଇଂଲଣ୍ଡ ପ୍ରଥମ ଟେଷ୍ଟ

india vs eng

ନୂଆଦିଲ୍ଲୀ: ନୂଆ ଦଳ ନୂଆ ଅଧିନାୟକ। ନୂଆ କୋଚ୍ ଫିଟ୍ ଏଣ୍ଡ ଫାଇନ୍ ୟୁଥ୍ ବ୍ରିଗେଡ୍। ୨୦୧୧ ପରାଜୟର ପ୍ରତିଶୋଧ ମୁଡ୍‌ରେ ଇଂଲିସ ଟିମ୍‌କୁ ଧୂଳି ଚଟାଇବା ଲକ୍ଷ୍ୟରେ ଟିମ୍ ଇଣ୍ଡିଆ। କାଲି ଠାରୁ ଆରମ୍ଭ ହେବ ହ୍ୱାଇଟ୍ ଡ୍ରେସ ଫାଇଟ। ଇଂଲିସ୍ ଟିମକୁ ସ୍ପିନ ଜାଲରେ ଫସାଇବାକୁ ବ୍ୟାକୁଳ ଅଛନ୍ତି ସ୍ପିନର। ଟିମ୍ ଇଣ୍ଡିଆର ଟ୍ରମ୍ପ କାର୍ଡ ହେଉଛନ୍ତି ୟଙ୍ଗ ରିଷ୍ଟ ସ୍ପିନର କୁଳଦୀପ ଯାଦବ। ସେପଟେ ଏକୁଟିଆ ଇଂଲଣ୍ଡ ମେରୁଦଣ୍ଡ ଭାଙ୍ଗିବା ପାଇଁ ଦମ୍ ରଖନ୍ତି ଅଶ୍ୱିନ। ତେବେ ଇଂଲଣ୍ଡ ବ୍ୟାଟିଂ ଘରୋଇ ପରିବେଶରେ ବେଶ ଶକ୍ତିଶାଳୀ। ଜୋଏ ରୁଟ୍, ଅଲିଷ୍ଟର୍‌ କୁକ, ଜୋନି ବେଏରାଷ୍ଟୋ, ଜୋସ୍ ବଟଲର ମଧ୍ୟ ଫର୍ମରେ ଅଛନ୍ତି।

Advertisment

ଆଇସିସି ନମ୍ବର ଓ୍ୱାନ୍ ଟିମ୍ ସହ ମୁହାଁମୁହିଁ ହେବ ଇଂଲଣ୍ଡ। ହେଲେ ଚଳିତ ଥର ଘରୋଇ ଦଳ ଠାରୁ ବେଶ୍ ଶକ୍ତିଶାଳୀ ଟିମ୍ ଇଣ୍ଡିଆ। ତଥାପି ଇଂଲିସ୍ ବୋଲରଙ୍କ ଟାର୍ଗେଟରେ ଇଣ୍ଡିଆ ବ୍ୟାଟସମ୍ୟାନ। ଦେଖିବାକୁ ମିଳିବ ବ୍ୟାଟ-ବଲ ଟକ୍କର। ବିରାଟ କୋହଲି ଭର୍ସେସ ଜିମ୍ମି ଆଣ୍ଡରସନ। ଆଜିଙ୍କ୍ୟ ରାହାଣେ ଭର୍ସେସ ଷ୍ଟୁଆର୍ଟ ବ୍ରଡ।  ତେବେ ଜିମ୍ମି ଓ ବ୍ରଡଙ୍କୁ ନେଇ ଚିନ୍ତାରେ ଇଂଲଣ୍ଡ।  ଆହତ ସମସ୍ୟାକୁ ନେଇ ଦୁଇ ଖେଳାଳି ସିରିଜ ପୁରା କରି ପାରିବେ କି ନାହିଁ ସନ୍ଦେହ। ସେପଟେ କିନ୍ତୁ ଭାରତୀୟ ଦଳର ପ୍ଲେଇଙ୍ଗ ଇଲେଭେନ୍‌କୁ ନେଇ ଏଯାଏଁ ସ୍ପଷ୍ଟ ସଙ୍କେତ ମିଳିନି। ମୂରଲୀ ବିଜୟ ସହ କିଏ ଓପନିଂ କରିବେ ସେ ନେଇ ଦଳର ମ୍ୟାନଜମେଣ୍ଟ ଚିନ୍ତାରେ।  ଲୋକେଶ ରାହୁଲ ଫର୍ମରେ ଥିବା ବେଳେ ଶିଖର ଧାଓ୍ୱନ୍‌ଙ୍କ ସହ ବିଜୟଙ୍କ ଯୋଡିକୁ ଭାଙ୍ଗିବାକୁ ଚାହୁଁନି ଟିମ୍ ମ୍ୟାନେଜମେଣ୍ଟ।

ଦାଦଙ୍କ ଦାଦାଗିରିକୁ ପୁଣି ଥରେ ଦୋହରାଇବ ବିରାଟ ଆଣ୍ଡ କୋ। ସକସେକ୍ସ ମନ୍ତ୍ର ବି କୋଚ୍‌ଙ୍କ ଠାରୁ ମିଳିସାରିଛି। ଶାସ୍ତ୍ରୀଙ୍କ ଶାସ୍ତ୍ରରେ ନୋ ଏକ୍ସକ୍ୟୁଜ୍। ମାନେ କାହାକୁ ଦୋଷ ଦେଇ ଖସିବନି ଟିମ୍ ଇଣ୍ଡିଆ। ପିଚ୍ ଆଉ ପରିବେଶ ତାର କିନ୍ତୁ ମ୍ୟାଚ୍ ଆମର, ଏଭଳି ଗୁରୁ ମନ୍ତ୍ର ଦେଇଛନ୍ତି ଶାସ୍ତ୍ରୀ।  ୨୦୧୧ରେ କ୍ଲିନ ସୁଇପ୍ କରିଥିବା ଇଂଲଣ୍ଡ କିନ୍ତୁ ଚଳିତ ଥର ଚାପରେ ରହିବ ବୋଲି ଆଶା ରଖିଛନ୍ତି ଭାରତୀୟ।

Advertisment
Advertisment
Advertisment