Advertisment

ମ୍ୟାଚ୍‌ ସହ ସିରିଜ୍‌ ଜିତିଲା ଭାରତ

ବେଙ୍ଗାଲୁରୁ: ରୋହିତ୍ ଶର୍ମାଙ୍କ ଆକର୍ଷଣୀୟ ଶତକ ଏବଂ ବିରାଟ୍ କୋହଲିଙ୍କ ଜବରଦସ୍ତ ଇନିଂସ୍ ବଳରେ ଭାରତ ଏଠାରେ ଅନୁଷ୍ଠିତ ତୃତୀୟ ତଥା ନିର୍ଣ୍ଣାୟକ ଦିନିକିଆରେ ଅଷ୍ଟ୍ରେଲିଆକୁ ୭ ୱିକେଟରେ ପରାସ୍ତ କରିଛି। ଏଥିସହ ଭାରତ ତିନିମ୍ୟାଚ୍ ବିଶିଷ୍ଟ ସିରିଜକୁ ୨-୧ରେ ଜିତି ନେଇଛି। ପ୍ରଥମ ମ୍ୟାଚରେ ୧୦ ୱିକେଟରେ ହାରିଥିବା ଭାରତ ଦ୍ୱିତୀୟ ମୁକାବିଲାରେ ଜବରଦସ୍ତ କମବ୍ୟାକ୍ କରି ୩୬ ରନରେ ବିଜୟୀ ହୋଇ ସିରିଜକୁ ୧-୧ରେ ବରାବର କରିଥିଲା। ରବିବାର ଏମ୍‌. ଚିନ୍ନାସ୍ୱାମୀ ଷ୍ଟାଡିୟମରେ ସିରିଜ୍ […]

author-image
Pradesh Pratyush
ମ୍ୟାଚ୍‌ ସହ ସିରିଜ୍‌ ଜିତିଲା ଭାରତ

ind -vs

ବେଙ୍ଗାଲୁରୁ: ରୋହିତ୍ ଶର୍ମାଙ୍କ ଆକର୍ଷଣୀୟ ଶତକ ଏବଂ ବିରାଟ୍ କୋହଲିଙ୍କ ଜବରଦସ୍ତ ଇନିଂସ୍ ବଳରେ ଭାରତ ଏଠାରେ ଅନୁଷ୍ଠିତ ତୃତୀୟ ତଥା ନିର୍ଣ୍ଣାୟକ ଦିନିକିଆରେ ଅଷ୍ଟ୍ରେଲିଆକୁ ୭ ୱିକେଟରେ ପରାସ୍ତ କରିଛି। ଏଥିସହ ଭାରତ ତିନିମ୍ୟାଚ୍ ବିଶିଷ୍ଟ ସିରିଜକୁ ୨-୧ରେ ଜିତି ନେଇଛି। ପ୍ରଥମ ମ୍ୟାଚରେ ୧୦ ୱିକେଟରେ ହାରିଥିବା ଭାରତ ଦ୍ୱିତୀୟ ମୁକାବିଲାରେ ଜବରଦସ୍ତ କମବ୍ୟାକ୍ କରି ୩୬ ରନରେ ବିଜୟୀ ହୋଇ ସିରିଜକୁ ୧-୧ରେ ବରାବର କରିଥିଲା।

Advertisment

ରବିବାର ଏମ୍‌. ଚିନ୍ନାସ୍ୱାମୀ ଷ୍ଟାଡିୟମରେ ସିରିଜ୍ ଡିସାଇଡର୍ ମୁକାବିଲାରେ ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରି ଷ୍ଟିଭ୍ ସ୍ମିଥଙ୍କ ଶତକ ବଳରେ ନିର୍ଦ୍ଧାରିତ ୫୦ ଓଭରରେ ୯ ୱିକେଟ୍ ହରାଇ ୨୮୬ ରନ୍ କରିଥିଲା। ସ୍ମିଥ୍ ସର୍ବାଧିକ ୧୩୧ (୧୩୨ ବଲ୍‌, ୧୪ ଚୌକା, ୧ ଛକା) ରନ୍ କରିଥିଲେ। ଜବାବରେ ଭାରତ ୪୭.୩ ଓଭରରେ ୩ ୱିକେଟ୍ ହରାଇ ୨୮୯ ରନ୍ କରି ବିଜୟୀ ହୋଇ ସିରିଜ୍ ହାତେଇଛି। ଭାରତ ପକ୍ଷରୁ ରୋହିତ୍ ଶର୍ମା ସର୍ବାଧିକ ୧୧୯ (୧୨୮ ବଲ୍‌, ୮ଚୌକା, ୬ ଛକା) ଏବଂ କୋହଲି ୮୯ (୯୧ ବଲ୍‌, ୮ ଚୌକା) ରନ୍ କରିଛନ୍ତି।

publive-image୨୮୭ ରନର ପିଛା କରୁଥିବା ଭାରତ ପକ୍ଷରୁ ରୋହିତଙ୍କ ସହ ଲୋକେଶ ରାହୁଲ ଓପନ୍ କରିବାକୁ ଆସିଥିଲେ। ଶିଖର ଧୱନ୍ ଆହତ କାରଣରୁ ବ୍ୟାଟିଂ କରିବାକୁ ଆସିନଥିଲେ। ରୋହିତ୍ ଓ ରାହୁଲ ଆରମ୍ଭରୁ ଅଷ୍ଟ୍ରେଲିଆ ବୋଲରଙ୍କ ବିପକ୍ଷରେ ଆକ୍ରମଣାତ୍ମକ ଆଭିମୁଖ୍ୟ ଆପଣାଇଥିଲେ। ଦୁହେଁ ପ୍ରଥମ ୱିକେଟ୍ ପାଇଁ ୬୯ ରନ୍ ଯୋଡ଼ିଥିଲେ। ଇନଫର୍ମ ରାହୁଲ୍ ୧୯ ରନ୍ କରି ଅଷ୍ଟନ୍ ଆଗରଙ୍କ ବଲରେ ଏଲବିଡବ୍ଲ୍ୟୁ ହୋଇଥିଲେ। ଏହା ପରେ ରୋହିତଙ୍କୁ ସାଥ୍ ଦେଇଥିଲେ କ୍ୟାପଟେନ୍ କୋହଲି। ଦୁହେଁ ସତର୍କତାର ସହ ବ୍ୟାଟିଂ କରିଥିଲେ। ରୋହିତ୍ ୫୬ ବଲରେ ଅର୍ଦ୍ଧଶତକ ଏବଂ ୧୧୦ ବଲରେ ନିଜର ୨୮ତମ ଶତକ ପୂରଣ କରିଥିଲେ।

Advertisment

କୋହଲି ମଧ୍ୟ ୬୧ ବଲରେ ନିଜର ଅର୍ଦ୍ଧଶତକ ହାସଲ କରିଥିଲେ। ଦୁହେଁ ଦ୍ୱିତୀୟ ୱିକେଟ୍ ପାଇଁ ୧୩୬ ରନର ଭାଗୀଦାରୀ କରି ଭାରତର ବିଜୟ ମୂଳଦୁଆ ପକାଇଥିଲେ। ଶତକ ମାରିବା ପରେ ରୋହିତଙ୍କୁ ଆଡାମ ଜାମ୍ପା ଆଉଟ୍ କରିଥିଲେ। ଶ୍ରେୟସ ଆୟର୍ ବ୍ୟାଟିଂ କରିବାକୁ ଆସିବା ମାତ୍ରକେ ଅଷ୍ଟ୍ରେଲିଆ ବୋଲରଙ୍କୁ ଆକ୍ରମଣ କରିଥିଲେ। ସେ କୋହଲିଙ୍କ ସହ ସହ ମିଶି ତୃତୀୟ ୱିକେଟ୍ ପାଇଁ ୬୮ ରନ୍ ଯୋଡ଼ିଥିଲେ। କୋହଲି ଶତକ ଆଡ଼କୁ ଅଗ୍ରସର ହେଉଥିବା ବେଳେ ତାଙ୍କୁ ଜୋଶ ହେଜଲଉଡ୍ କ୍ଲିନ୍ ବୋଲ୍ଡ କରିଥିଲେ। ଏହା ପରେ ଆୟର୍ ଓ ମନିଷ ପାଣ୍ଡେ ୧୫ ବଲ୍ ପୂର୍ବରୁ ଭାରତକୁ ବିଜୟୀ କରାଇଥିଲେ। ଆୟର୍ ମାତ୍ର ୩୫ ବଲରେ ୬ ଚୌକା ଓ ୧ ଛକା ସହ ୪୪ ଓ ମନିଷ ୮ ରନ୍ କରି ଅପରାଜିତ ଥିଲେ। ଅଷ୍ଟ୍ରେଲିଆ ପକ୍ଷରୁ ହେଜଲଉଡ୍‌, ଆଗର ଓ ଜାମ୍ପା ଗୋଟିଏ ଲେଖାଏ ୱିକେଟ୍ ନେଇଥିଲେ।

ପୂର୍ବରୁ କ୍ୟାପଟେନ୍ ଆରୋନ୍ ଫିଞ୍ଚ୍ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ତେବେ ତାଙ୍କର ଏହି ନିଷ୍ପତ୍ତିକୁ ଭାରତୀୟ ବୋଲର ଭୁଲ ପ୍ରମାଣିତ କରିଥିଲେ। ଭଲ ଫର୍ମରେ ଭ୍ରମଣକାରୀ ଦଳର ଓପନିଂ ବ୍ୟାଟ୍ସମ୍ୟାନ୍ ଡେଭିଡ୍ ୱାର୍ଣ୍ଣର୍ ମାତ୍ର ୩ ରନ୍ କରିଥିବା ବେଳେ ମହମ୍ମଦ ଶାମିଙ୍କ ବଲରେ ୱିକେଟକିପର ଲୋକେଶ ରାହୁଲଙ୍କ ଦ୍ୱାରା କ୍ୟାଚ୍ ହୋଇଥିଲେ। ତାଙ୍କ ସ୍ଥାନ ପୂରଣ କରିବାକୁ ଆସିଥିବା ସ୍ମିଥ୍ କ୍ୟାପଟେନ୍ ଫିଞ୍ଚଙ୍କୁ ସାଥ୍ ଦେଇଥିଲେ। ଟିମର ସ୍କୋର ୪୬ ଥିବା ବେଳେ ସ୍ମିଥଙ୍କ ଭୁଲ୍ ଯୋଗୁ ଫିଞ୍ଚ୍ (୧୯) ରନଆଉଟ୍ ହୋଇ ପ୍ୟାଭିଲିୟନ୍ ଫେରିଥିଲେ।

୧୦ ଓଭର ଭିତରେ ଦୁଇଟି ୱିକେଟ୍ ପତନ ହେବା ଦ୍ୱାରା ଅଷ୍ଟ୍ରେଲିଆ ଚାପରେ ପଡ଼ିଥିଲା। ତେବେ ସ୍ମିଥ୍ ଓ ଲାବୁଶେନଙ୍କ ଯୋଡ଼ି ପୁଣିଥରେ ଅଷ୍ଟ୍ରେଲିଆ ଉନ୍ନତ ଭାଗୀଦାରୀ କରିଥିଲେ। ଦୁହେଁ ତୃତୀୟ ୱିକେଟ୍ ପାଇଁ ୧୩୭ ରନର ପାର୍ଟନରଶିପ୍ କରି ଦଳକୁ ଭଲ ସ୍ଥିତିରେ ପହଞ୍ଚାଇଥିଲେ। ଲାବୁଶେନ୍ ନିଜର ତୃତୀୟ ମ୍ୟାଚରେ କ୍ୟାରିୟରର ପ୍ରଥମ ଅର୍ଦ୍ଧଶତକ ମାରିଥିଲେ। ତେବେ ତାଙ୍କୁ ପୁଣିଥରେ ଜାଡେଜା ନିଜର ଶିକାର ବନାଇଥିଲେ। ଲାବୁଶେନ୍ କଭରରେ ଜବରଦସ୍ତ ଶଟ୍ ଖେଳିଥିଲେ, ଯାହାକୁ କ୍ୟାପଟେନ୍ କୋହଲି ଡାଇଭ୍ ମାରି ଚମତ୍କାର ଢ଼ଙ୍ଗରେ କ୍ୟାଚ୍ ଧରିଥିଲେ। ଲାବୁଶେନ୍ ନିଜ ଇନିଂସରେ ୬୪ ବଲରେ ୫ ଚୌକା ମାରିଥିଲେ। ବଡ଼ ଶଟ୍ ଖେଳିବା ପ୍ରୟାସରେ ବ୍ୟାଟିଂ କରିବାକୁ ଆସିଥିବା ମିଚେଲ୍ ଷ୍ଟାର୍କଙ୍କୁ ଖାତା ଖୋଲିବାକୁ ଦେଇନଥିଲେ ଜାଡେଜା।

ସ୍ମିଥ୍ ଆକର୍ଷଣୀୟ ବ୍ୟାଟିଂ କରି କ୍ରିଜର ଗୋଟିଏ ପାଶ୍ୱର୍ରେ ଜମି ରହିଥିଲେ। ସେ ଆଲେକ୍ସ କ୍ୟାରୀଙ୍କ ସହ ମିଶି ପଞ୍ଚମ ୱିକେଟ୍ ପାଇଁ ୫୮ ରନ୍ ଯୋଡ଼ିଥିଲେ। କ୍ୟାରୀ ବ୍ୟକ୍ତିଗତ ୩୫ ରନ୍ କରିଥିବା ବେଳେ କୁଲଦୀପ ଯାଦବଙ୍କ ଶିକାର ହୋଇଥିଲେ। ତାଙ୍କ ସ୍ଥାନ ପୂରଣ କରିବାକୁ ଆସିଥିବା ଅଷ୍ଟନ୍ ଟର୍ଣ୍ଣର (୪) ନିରାଶ କରିଥିଲେ ଏବଂ ସାଇନିଙ୍କ ବଲରେ ଆଉଟ୍ ହୋଇଥିଲେ। ସ୍ମିଥ୍ ୧୧୭ ବଲରେ ନିଜର ନବମ ଶତକ ପୂରଣ କରିଥିଲେ। ଶତକ ପରେ ସ୍ମିଥ୍ ଦ୍ରୁତ ରନ୍ କରିଥିଲେ ଏବଂ ଟିମକୁ ୩୦୦ ଅଭିମୁଖେ ନେଇଥିଲେ। କିନ୍ତୁ ତାଙ୍କର ମାରାଥନ୍ ଇନିଂସରେ ବ୍ରେକ୍ ଲଗାଥିଲେ ଶାମି। ଏହା ପରେ ଶେଷଭାଗ ବ୍ୟାଟ୍ସମ୍ୟାନ୍ ସେତେଟା ଯୋଗଦାନ କରିପାରିନଥିଲେ, ଯେଉଁକାରଣରୁ ଅଷ୍ଟ୍ରେଲିଆ ୨୮୬ ରନ୍ କରିବାକୁ ସକ୍ଷମ ହୋଇଥିଲା। ଭାରତ ପକ୍ଷରୁ ଶାମି ୬୩ ରନ୍ ଦେଇ ୪ଟି ଓ ରବୀନ୍ଦ୍ର ଜାଡେଜା ୨ଟି ୱିକେଟ୍ ନେଇଥିଲେ। ନଭଦୀପ ସାଇନି ଓ କୁଲଦୀପ ଯାଦବ ଗୋଟିଏ ଲେଖାଏ ୱିକେଟ୍ ପାଇଥିଲେ।

Advertisment
Advertisment