/odishatv-khabar/media/post_attachments/uploadimage/library/16_9/16_9_0/ଏଓମପଗଲ_1626690773.jpg)
sachin
ମୁମ୍ୱାଇ : ଭାରତର ସବୁଠୁ ବୟସ୍କ ପ୍ରଥମ ଶ୍ରେଣୀ କ୍ରିକେଟର ବସନ୍ତ ରାୟଜୀ ଶନିବାର ଦିନ ନିଜ ଜୀବନର ଶତକ ପୂରଣ କରିଛନ୍ତି । ଡାହାଣ ହାତି ବ୍ୟାଟ୍ସ ମ୍ୟାନ୍ ଥିବା ରାୟଜୀଙ୍କୁ ୧୦୦ ପୂରିଛି । ସେ ୧୯୪୦ର ଦଶକରେ ୯ଟି ପ୍ରଥମ ଶ୍ରେଣୀ ମ୍ୟାଚ୍ ଖେଳି ଥିଲେ । ଯେଉଁଥିରେ ୨୭୭ରନ୍ କରିଥିଲେ । ତାଙ୍କର ସର୍ବୋତ୍ତମ ସ୍କୋର ଥିଲା ୬୮ରନ୍ । ଯେତେବେଳେ ଭାରତ ଦକ୍ଷିଣ ମୁମ୍ୱାଇର ବମ୍ୱେ ଜିମ୍ ଖାନାରେ ପ୍ରଥମ ଟେଷ୍ଟ ମ୍ୟାଚ୍ ଖେଳିଥିଲା ରାୟଜୀଙ୍କୁ ମାତ୍ର ୧୩ ବର୍ଷ ହୋଇଥିଲା ।
ସେ ଭାରତୀୟ କ୍ରିକେଟ୍ ଟିମ୍ର ସଂପୂର୍ଣ୍ଣ ଯାତ୍ରାର ସାକ୍ଷୀ । ସେ ମୁମ୍ୱାଇ ଓ ବରୋଦା ପାଇଁ ଖେଳୁଥିଲେ । ପ୍ରସିଦ୍ଧ କ୍ରିକେଟର ସଚିନ୍ ତେନ୍ଦୁଲକର ନିକଟରେ ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ଷ୍ଟିଭ୍ ୱ ଙ୍କ ସହ ରାୟଜୀଙ୍କୁ ଭେଟିବା ପାଇଁ ଯାଇଥିଲେ ।
ତେ
Wishing you a very special 1⃣0⃣0⃣th birthday, Shri Vasant Raiji.
Steve & I had a wonderful time listening to some amazing cricket ? stories about the past.
Thank you for passing on a treasure trove of memories about our beloved sport. pic.twitter.com/4zdoAcf8S3— Sachin Tendulkar (@sachin_rt) January 26, 2020
ନ୍ଦୁଲକର ଟ୍ୱିଟ୍ରରେ ଲେଖିଛନ୍ତି , ‘ ଆପଣଙ୍କୁ ୧୦୦ତମ ଜନ୍ମଦିନର ଶୁଭ କାମନା ଶ୍ରୀ ବସନ୍ଦ ରାୟଜୀ । ଷ୍ଟିଭ୍ୱ ଓ ମୁଁ ଆପଣଙ୍କ ସହ ବହୁତ ଭଲ ସମୟ ବିତାଇଲୁ ଏବଂ ଅତୀତର କିଛି ଅଦ୍ଭୁତ କ୍ରିକେଟ୍ କାହାଣୀ ଶୁଣିଲୁ । ଆମର ପ୍ରିୟ ଖେଳ ବିଷୟରେ ମଧୁର ସ୍ମୃତିର କଥା ଶୁଣାଇ ଥିବାରୁ ଆପଣଙ୍କୁ ଧନ୍ୟବାଦ । ’
ଲାଲ ଅମର ନାଥ , ବିଜୟ ମର୍ଚେଣ୍ଟ , ସିକେ ନାଇଡୁ ଓ ବିଜୟ ହଜାରେଙ୍କ ସହ ଡ୍ରେସିଂ ରୁମ୍ରେ ରାୟଜୀ ସମୟ ବିତାଇଥିଲେ। ସେ ଅନେକ ବହି ମଧ୍ୟ ଲେଖିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)