/odishatv-khabar/media/post_attachments/uploadimage/library/16_9/16_9_0/hc_1626691937.jpg)
hc
ଭୁବନେଶ୍ୱର : କଳିଙ୍ଗ ଷ୍ଟାଡିୟମରେ ଖେଳାଯାଇଥିବା ଏଫଆଇଏଚ୍ ପ୍ରୋ ଲିଗର ରବିବାର ମ୍ୟାଚରେ ଭାରତ ଭ୍ରମଣକାରୀ ବେଲଜିୟମ ନିକଟରୁ ୨-୩ ଗୋଲରେ ପରାସ୍ତ ହୋଇଛି। ଶନିବାର ଭାରତ ୨-୧ ଗୋଲରେ ବେଲଜିୟମକୁ ହରାଇଥିଲା, କିନ୍ତୁ ଆଜି ଘରୋଇ ଦଳ ଶେଷ ପର୍ଯ୍ୟନ୍ତ ସଂଘର୍ଷ କରିଥିଲେ ହେଁ, ବିଜୟରୁ ବଞ୍ଚିତ ହୋଇଥିଲା। ଏହି ମ୍ୟାଚରେ ବେଲଜିୟମ ପକ୍ଷରୁ ଆଲେକଜାଣ୍ଡର୍ ହେଣ୍ଡ୍ରିକ୍ସ (ତୃତୀୟ), ନିକୋଲାସ ଡି କେର୍ପେଲ୍ (୧୭ଶ) ଓ ମାକ୍ସିମ୍ ପ୍ଲେନେଭକ୍ସ (୨୬ତମ) ଗୋଟିଏ ଲେଖାଏ ଗୋଲ୍ ଦେଇଥିବା ବେଳେ ଭାରତ ପକ୍ଷରୁ ବିବେକ ପ୍ରସାଦ (୧୫ଶ) ଓ ଅମିତ୍ ରୋହିଦାସ (୧୭ତମ) ଗୋଟିଏ ଲେଖାଏ ଗୋଲ୍ ସ୍କୋର କରିଥିଲେ।
ମ୍ୟାଚର ପ୍ରଥମ କ୍ୱାର୍ଟରରେ ଉଭୟ ଦଳ ପରସ୍ପରକୁ ଆକ୍ରମଣ କରିଥିଲେ। ତୃତୀୟ ମିନିଟରେ ବେଲଜିୟମକୁ ଏକ ପେନାଲ୍ଟି କର୍ଣ୍ଣର ମିଳିଥିଲା, ଯାହାକୁ ଆଲେକଜାଣ୍ଡର୍ ଗୋଲରେ ପରିଣତ କରି ନିଜ ଦଳକୁ ପ୍ରଥମ ସଫଳତା ଦେଇଥିଲେ। ତେବେ ୧୫ଶମ ମିନିଟରେ ବିବେକ ପ୍ରସାଦ ଜବରଦସ୍ତ ଫିଲ୍ଡ ଗୋଲ୍ ଦେଇ ମ୍ୟାଚକୁ ୧-୧ରେ ବରାବର କରିଥିଲେ।
ଦ୍ୱିତୀୟ କ୍ୱାର୍ଟରର ୧୭ତମ ମିନିଟରେ ନିକୋଲାସ ଫିଲ୍ଡ ଗୋଲ୍ ଦେଇ ବେଜଲିୟମକୁ ପୁଣିଥରେ ଆଗୁଆ କରାଇଥିଲେ। କିନ୍ତୁ ଏହାର କିଛି ସେକେଣ୍ଡ ଭିତରେ ଅମିତ୍ ପେନାଲ୍ଟି କର୍ଣ୍ଣରକୁ ଗୋଲରେ ପରିଣତ ମ୍ୟାଚକୁ ୨-୨ରେ ବରାବର ସ୍ଥିତିକୁ ଆଣିଥିଲେ। ୨୬ତମ ମିନିଟରେ ମାକ୍ସିମ୍ ବେଲଜିୟମ ପକ୍ଷରୁ ତୃତୀୟ ଗୋଲ୍ ସ୍କୋର କରିଥିଲେ। ଏଥିସହ ପ୍ରଥମାର୍ଦ୍ଧ ଖେଳ ଶେଷ ସୁଦ୍ଧା ବେଲଜିୟମ ୩-୨ ଗୋଲରେ ଆଗୁଆ ରହିଥିଲା।
ତୃତୀୟ ଓ ଚତୁର୍ଥ କ୍ୱାର୍ଟରରେ ଭାରତ ଗୋଲ୍ ପରିଶୋଧ କରିବା ପାଇଁ ପ୍ରାଣମୂର୍ଚ୍ଛା ଉଦ୍ୟମ କରିଥିଲେ ହେଁ, ଏଥିରେ କୌଣସି ସଫଳତା ମିଳିନଥିଲା। ଯାହା ଫଳରେ ବେଲଜିୟମ ମୁକାବିଲାକୁ ୩-୨ ଗୋଲରେ ଜିତିନେଇଥିଲା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)