India VS Pakistan Photograph: (OTV)
କଲମ୍ବୋରେ ଧୂଳି ଚାଟିଲା ପାକିସ୍ତାନ। T-20 ବିଶ୍ବକପରେ ପାକିସ୍ତାନକୁ ହରାଇ ଟିମ୍ ଇଣ୍ଡିଆର ବଡ଼ ବିଜୟ । ୬୧ ରନରେ ମ୍ୟାଚ୍ ଜିତିଲା ଟିମ୍ ଇଣ୍ଡିଆ । ୧୭୬ ରନକୁ ପିଛା କରି ୧୧୪ ରନରେ ପାକିସ୍ତାନ ଅଲଆଉଟ୍ । ହାର୍ଦ୍ଦିକ, ବୁମରା, ଅକ୍ଷର ଓ ବରୁଣ ନେଲେ ୨ଟି ଲେଖାଏଁ ୱିକେଟ୍ ।
କୁଲଦୀପ ଓ ତିଲକ ବର୍ମା ନେଲେ ଗୋଟିଏ ଲେଖାଏ ୱିକେଟ୍ । ପ୍ରଥମେ ବ୍ୟାଟିଂ କରି ପାକିସ୍ତାନ ଆଗରେ ୧୭୬ ରନର ବିଜୟ ଲକ୍ଷ୍ୟ ରଖିଥିଲା ଟିମ୍ ଇଣ୍ଡିଆ । ପ୍ରଥମ ଓଭରରେ ଅଭିଷେକ ଶର୍ମା ଆଉଟ୍ ହୋଇଥିଲେ ମଧ୍ୟ ଦୁର୍ଦ୍ଧର୍ଷ ବ୍ୟାଟିଂ କରିଥିଲେ ଇଶାନ କିଷନ । ୪୦ଟି ବଲ୍ ଖେଳି କରିଥିଲେ ୭୭ ରନ । ମାରିଥିଲେ ୧୦ ଚୌକା ଓ ୩ ବିଶାଳ ଛକା ।
ପରେ ପରେ ତିଳକ ବର୍ମା ୨୫ ଓ କ୍ୟାପଟେନ୍ ସୂର୍ଯ୍ୟକୁମାର ୩୨ ରନ କରିଥିଲେ । ହାର୍ଦ୍ଦିକ ପାଣ୍ଡ୍ୟା ଶୂନ ରନରେ ଆଉଟ୍ ହୋଇଥିବାବେଲେ ଶେଷ ଆଡ଼କୁ ପାକିସ୍ତାନ ବୋଲରଙ୍କୁ ଧୁଲେଇ କରିଥିଲେ ଶିବମ ଦୁବେ । ଦୁବେ ୧୭ ବଲ୍ ଖେଳି ୨୭ ରନ କରିଥିଲେ । ରିଙ୍କୁ ସିଂ ମାତ୍ର ୪ଟି ବଲ୍ ଖେଳି ୧୧ ରନ କରିଥିଲେ ।
ଭାରତ ୭ୱିକେଟ୍ ହରାଇ ୧୭୫ ରନ୍ କରିଥିଲା । ୧୭୬ ରନର ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିବା ପାକିସ୍ତାନ ଆରମ୍ଭରୁ ହିଁ ଝଟକା ପରେ ଝଟକା ଖାଇଥିଲେ । ଭାରତୀୟ ବୋଲରଙ୍କ ଆଗରେ ତିଷ୍ଠି ପାରିନଥିଲେ ପାକିସ୍ତାନ ବ୍ୟାଟସମ୍ୟାନ । ଇଶାନ କିଷାନ୍ ପ୍ଲେୟାର୍ ଅଫ୍ ଦି ମ୍ୟାଚ୍ ହୋଇଛନ୍ତି ।
ପାକିସ୍ତାନକୁ ହରାଇବା ସହିତ ସୁପର୍ ୮ରେ ପହଞ୍ଚିଲା ଟିମ୍ ଇଣ୍ଡିଆ । ଏଥିସହିତ ତିନୋଟି ଜାକ ମ୍ୟାଚ୍ ଜିତି ଗ୍ରୁପ୍ Aର ଶୀର୍ଷରେ ରହିଛି ଭାରତ । ଭାରତ ପଛକୁ ଆମେରିକା ରହିଥିବାବେଳେ ତୃତୀୟ ସ୍ଥାନକୁ ଖସିଆସିଛି ପାକିସ୍ତାନ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/02/16/india-vs-pakistan-2026-02-16-09-30-38.jpg)