Advertisment

India Crowned Asia Cup 2025: ଦୁବାଇ ମୈଦାନରେ ଟିମ୍ ଇଣ୍ଡିଆର ବିଜୟ ଗାଥା

ପାକିସ୍ତାନକୁ ହରାଇ ନବମ ଥର ଏସିଆ କପ୍ ଚାମ୍ପିଅନ୍ ଟାଇଟଲ ହାତେଇଛି ଭାରତ। ତିଲକଙ୍କ ଦମଦାର ଇନିଂସ ସହ ଚୌକା ମାରି ବିଜୟ ଭେଟି ଦେଲେ ରିଙ୍କୁ ସିଂ। ଚମତ୍କାର ପ୍ରଦର୍ଶନ ଦେଖାଇଥିଲେ ଭାରତୀୟ ବୋଲର ।

champion

champion Photograph: (OTV)

Advertisment

ଦୁବାଇ ମୈଦାନରେ ଟିମ୍ ଇଣ୍ଡିଆର ବିଜୟ ଗାଥା । ପାକିସ୍ତାନକୁ ଫାଇନାଲରେ ହରାଇ ଟାଇଟଲ ହାତେଇଛି ଭାରତ। ନବମ ଥର ପାଇଁ ଭାରତ ଏସିଆ କପ୍ ଚାମ୍ପିଅନ୍ ହୋଇଛି । ତିଲକ ବର୍ମାଙ୍କ ଧୈର୍ଯ୍ୟପୂର୍ଣ୍ଣ ଅର୍ଦ୍ଧଶତକ ଓ ଶିବମ ଦୁବେଙ୍କ ବିସ୍ଫୋରକ ପାଳି ଯୋଗୁଁ ଭାରତ ୫ ଓ୍ୱିକେଟରେ ବିଜୟୀ ହୋଇଛି। ପାକିସ୍ତାନ ପ୍ରଥମେ ବ୍ୟାଟିଂ କରି ୧୯ ଓଭର ୧ ବଲ ଖେଳି ୧୪୬ ରନ କରିଥିଲା । ଏହାର ଜବାବରେ ଭାରତ ୨ଟି ବଲ୍ ବାକି ଥାଇ ୬ ଓ୍ୱିକେଟରେ ବିଜୟୀ ହୋଇଛି । 
ଚମତ୍କାର ପ୍ରଦର୍ଶନ ଦେଖାଇଥିଲେ ଭାରତୀୟ ବୋଲର । ଭାରତ ପକ୍ଷରୁ କୁଲଦୀପ ୪ ଓ୍ୱିକେଟ ନେଇଥିବା ବେଳେ ଅକ୍ଷର ପଟେଲ, ବରୁଣ ଚକ୍ରବର୍ତ୍ତୀ ଯଶପ୍ରିତ ବୁମରାହ ୨ଟି ଲେଖାଏଁ ଓ୍ୱିକେଟ ନେଇଥିଲେ । ବ୍ୟାଟିଂରେ ଭାରତର ପ୍ରମୁଖ ଟପ ଅର୍ଡର ବ୍ୟାଟ୍ସମ୍ୟାନ ବିଫଳ ହୋଇଥିଲେ ବି ପାଳି ସମ୍ଭାଳିଥିଲେ ତିଲକ ବର୍ମା । ତାଙ୍କୁ ସାଥ ଦେଇଥିଲେ ସଞ୍ଜୁ ସାମସନ ଓ ଶିବମ ଦୁବେ। ଏହି ଟୁର୍ଣ୍ଣାମେଣ୍ଟରେ ତୃତୀୟ ଥର ପାଇଁ ପାକିସ୍ତାନକୁ ହରାଇ ଏସିଆ କପ୍ ନିଜ ନାଁରେ କରିନେଇଛି ଭାରତ ।

Advertisment

ଅଧିକ ଦେଖନ୍ତୁ:

Asia Cup Sports
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ