/odishatv-khabar/media/post_attachments/uploadimage/library/16_9/16_9_0/virat_1626687197.jpg)
virat
ମୁମ୍ବାଇ: ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ୍ କୋହଲି ଏଠାରେ ଖେଳାଯାଇଥିବା ୱେଷ୍ଟଇଣ୍ଡିଜ୍ ବିପକ୍ଷ ତୃତୀୟ ଟି-୨୦ରେ ନୂଆ କୀର୍ତ୍ତିମାନ କରିଛନ୍ତି। ସେ ଭାରତରେ ୧ହଜାର ରନ୍ ପୂରଣ କରିବାରେ ପ୍ରଥମ ବ୍ୟାଟ୍ସମ୍ୟାନ୍ ହୋଇଛନ୍ତି।
Advertisment
୧ହଜାର ରନ୍ ପାଇଁ ତାଙ୍କୁ ମାତ୍ର ୬ ରନ୍ ଆବଶ୍ୟକ ଥିଲା। ଆଜି ସେ ୧୪ତମ ଓଭରରେ ଏହି ମାଇଲଖୁଣ୍ଟ ହାସଲ କରିନେଇଥିଲେ। କୋହଲି ମଧ୍ୟ ବିଶ୍ୱର ତୃତୀୟ କ୍ରିକେଟର୍ ଭାବେ ଘରୋଇ ମାଟିରେ ୧ହଜାରରୁ ଅଧିକ ରନ୍ କରିଛନ୍ତି।
ତାଙ୍କ ପୂର୍ବରୁ ନ୍ୟୁଜିଲ୍ୟାଣ୍ଡର ମାର୍ଟିନ୍ ଗପ୍ଟିଲ୍ (୧୪୩୦) ଓ କଲିନ୍ ମୁନରୋ (୧୦୦୦) ଏହି କାରନାମା କରିଛନ୍ତି। ଉକ୍ତ ମ୍ୟାଚରେ କୋହଲି ବିସ୍ଫୋରକ ବ୍ୟାଟିଂ କରି ମାତ୍ର ୨୯ ବଲରେ ୭୦ ରନ୍ କରିଛନ୍ତି, ଯେଉଁଥିରେ ୪ ଚୌକା ଓ ୭ ଛକା ସାମିଲ୍ ଅଛି।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)