Advertisment

ନିଦାହାସ୍ କପ୍ ଟି-ଟ୍ୱେଣ୍ଟିରେ ଭାରତ ଚାମ୍ପିଅନ୍: ବାଂଲାଦେଶ ୪ ଓ୍ୱିକେଟରେ ପରାସ୍ତ

କଲମ୍ବୋ: ନିଦାହାସ୍ କପ୍ ଟି-ଟ୍ୱେଣ୍ଟିରେ ଚାମ୍ପିଅନ ହୋଇଛି ଟିମ୍ ଇଣ୍ଡିଆ। ଫାଇନାଲରେ ବାଂଲାଦେଶକୁ ୪ ଓ୍ୱିକେଟରେ ହରାଇ ଏହି ବିଜୟ ହାସଲ କରିଛି।  ଭାରତ ଆଗରେ ୧୬୭ ରନର ଟାର୍ଗେଟ ଥିଲା। ରୋମାଞ୍ଚକର ମୁକାବିଲାରେ ଶେଷ ବଲରେ ଦିନେଶ କାର୍ତ୍ତିକ ଛକା ମାରି ଦଳକୁ ଚାମ୍ପିଅନ କରାଇଛନ୍ତି।  ପ୍ରଥମେ ବ୍ୟାଟିଂ କରି ବାଂଲାଦେଶ ନିର୍ଦ୍ଧାରିତ ୨୦ ଓଭରରେ ୮ ଓ୍ୱିକେଟ ହରାଇ ୧୬୬ ରନ୍ କରିଥିଲା।   ବାଂଲାଦେଶ ପକ୍ଷରୁ ସବୀର ରହମାନ ସର୍ବାଧିକ ୭୭ ରନ୍  କରିଥିଲେ। […]

author-image
Otv Khabar Bureau
ନିଦାହାସ୍ କପ୍ ଟି-ଟ୍ୱେଣ୍ଟିରେ ଭାରତ ଚାମ୍ପିଅନ୍: ବାଂଲାଦେଶ ୪ ଓ୍ୱିକେଟରେ ପରାସ୍ତ

nidahas trophy final

କଲମ୍ବୋ: ନିଦାହାସ୍ କପ୍ ଟି-ଟ୍ୱେଣ୍ଟିରେ ଚାମ୍ପିଅନ ହୋଇଛି ଟିମ୍ ଇଣ୍ଡିଆ। ଫାଇନାଲରେ ବାଂଲାଦେଶକୁ ୪ ଓ୍ୱିକେଟରେ ହରାଇ ଏହି ବିଜୟ ହାସଲ କରିଛି।  ଭାରତ ଆଗରେ ୧୬୭ ରନର ଟାର୍ଗେଟ ଥିଲା।

Advertisment

ରୋମାଞ୍ଚକର ମୁକାବିଲାରେ ଶେଷ ବଲରେ ଦିନେଶ କାର୍ତ୍ତିକ ଛକା ମାରି ଦଳକୁ ଚାମ୍ପିଅନ କରାଇଛନ୍ତି।  ପ୍ରଥମେ ବ୍ୟାଟିଂ କରି ବାଂଲାଦେଶ ନିର୍ଦ୍ଧାରିତ ୨୦ ଓଭରରେ ୮ ଓ୍ୱିକେଟ ହରାଇ ୧୬୬ ରନ୍ କରିଥିଲା।   ବାଂଲାଦେଶ ପକ୍ଷରୁ ସବୀର ରହମାନ ସର୍ବାଧିକ ୭୭ ରନ୍  କରିଥିଲେ।

ତେବେ ୧୬୭ ରନର ବିଜୟ ଲକ୍ଷ୍ୟକୁ ଭାରତ ଶେଷ ବଲରେ ଛକା ମାରି ଜିତି ନେଇଥିଲା।  ଏହି ବିଜୟ ସହ ଭାରତ ଇତିହାସ ମଧ୍ୟ ରଚିଛି  ଟି-ଟ୍ୱେଣ୍ଟିରେ। ଶେଷ ବଲରେ ଛକା ମାରି ବିଜୟ ହାସଲ କରିବାରେ ପ୍ରଥମ ଭାରତୀୟ ଖେଳାଳିର ଇତିହାସ ସୃଷ୍ଟି କରିଛନ୍ତି  ଦିନେଶ କାର୍ତ୍ତିକ। ମାତ୍ର ୮ଟି ବଲରୁ ୩ଟି ଛକା ଓ ୨ଟି ଚୌକା ସହିତ ନଟ୍ ଆଉଟ୍ ୨୯ ରନ୍ କରିଛନ୍ତି।

Advertisment

ଆକର୍ଷଣୀୟ ବ୍ୟାଟିଂ ପାଇଂ ଦିନେଶ କାର୍ତ୍ତିକଙ୍କୁ ମ୍ୟାନ ଅଫ ଦି ମ୍ୟାଚ ପ୍ରଦାନ କରାଯାଇଥିଲା।  ସେହିପରି ଯୁବ କ୍ରିକେଟର ଓ୍ୱାସିଂଟନ ସୁନ୍ଦରଙ୍କୁ ମ୍ୟାନ ଅଫ ଦି ସିରିଜ ପ୍ରଦାନ କରାଯାଇଥିଲା।

Indian Cricket Team Dinesh Karthik NIDAHAS T20 TRI-SERIES Nidahas Trophy Nidahas Trophy Final Bangladesh Cricket Team
Advertisment
Advertisment