Virat Kohli
ଭାରତୀୟ କ୍ରିକେଟ୍ ଦଳର ଇଂଲଣ୍ଡ ଗସ୍ତ ଆରମ୍ଭରୁ ନୈରାଶ୍ୟଜନକ ରହିଛି । ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଫାଇନାଲରେ ଭାରତ ଏକ ବଡ଼ ପରାଜୟ ସ୍ୱୀକାର କରିଛି । ଫାଇନାଲରେ ବିରାଟ ବ୍ରିଗେଡ୍ ନ୍ୟୁଜିଲ୍ୟାଣ୍ଡଠାରୁ ପରାଜିତ ହୋଇଛି । ଟିମ୍ ଇଣ୍ଡିଆକୁ ଏହି ପରାଜୟରୁ ଏକ ଶିକ୍ଷା ଗ୍ରହଣ କରିବାକୁ ପଡିବ । ଏହାସହ ଇଂଲଣ୍ଡ ବିପକ୍ଷ ଆଗାମୀ ଟେଷ୍ଟ ସିରିଜରେ ଯେଭଳି ସେହି ଭୁଲ ସବୁ ରିପିଟ୍ ନହୁଏ ସେଥିପ୍ରତି ଧ୍ୟାନ ଦେବାକୁ ହେବ ।
ଟିମ୍ ଇଣ୍ଡିଆର ଏହି ଇଂଲଣ୍ଡ ଗସ୍ତ ଖୁବ୍ ଲମ୍ବା ରହିଛି । ତାଙ୍କୁ ସେପ୍ଟେମ୍ବର ମଧ୍ୟଭାଗ ପର୍ଯ୍ୟନ୍ତ ସେଠାରେ ରହିବାକୁ ହେବ । ଅଗଷ୍ଟ-ସେପ୍ଟେମ୍ବରରେ ଆୟୋଜକ ଇଂଲଣ୍ଡ ବିପକ୍ଷରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଖେଳିବ ଭାରତୀୟ ଦଳ । ସିରିଜର ପ୍ରଥମ ମ୍ୟାଚ୍ ଅଗଷ୍ଟ ୪ରୁ ଖେଳାଯିବ ।
ଏହି ଗୁରୁତ୍ୱପୂର୍ଣ୍ଣ ସିରିଜ ଖେଳାଯିବା ପୂର୍ବରୁ ଟିମ୍ ଇଣ୍ଡିଆ ପାଖରେ ଯଥେଷ୍ଟ ଖାଲି ସମୟ ରହିଛି । ସିରିଜ୍ ଆରମ୍ଭ ପୂର୍ବରୁ ସେମାନେ ଇଂଲଣ୍ଡ ପାଣିପାଗ ସହ ଖାପ ଖୁଆଇ ସାରିଥିବେ । ଯଦି ଟିମ୍ ଇଣ୍ଡିଆ, ଇଂଲଣ୍ଡରେ ଇତିହାସ ରଚିବାକୁ ଇଚ୍ଛା କରୁଛି ତେବେ ଦଳକୁ ୧୧ ଜଣ ସଠିକ୍ ଏବଂ ଫିଟ୍ ଖେଳାଳିଙ୍କୁ ଚୟନ କରିବାକୁ ପଡ଼ିବ ।
ଭାରତୀୟ ଦଳ ୨୦ ଜଣ ଖେଳାଳିଙ୍କ ସହ ଇଂଲଣ୍ଡ ଯାଇଛି । ପ୍ରଥମ ଟେଷ୍ଟରେ କେଉଁ ୧୧ ଜଣ ଖେଳାଳି ମଇଦାନକୁ ଓହ୍ଲାଇବେ, ଏହା ଖେଳାଳିଙ୍କ ପ୍ରଦର୍ଶନ ଉପରେ ନିର୍ଭର କରେ । କ୍ୟାପ୍ଟେନ୍ କୋହଲିଙ୍କୁ ଏପରି କିଛି ଖେଳାଳିଙ୍କ ବିରୋଧରେ କଠୋର ନିଷ୍ପତ୍ତି ନେବାକୁ ପଡ଼ିବ, ଯେଉଁମାନେ ମ୍ୟାଚ୍ ୱିନର ସହ, କିନ୍ତୁ ଏବେ ଫର୍ମରେ ନାହାନ୍ତି । ଇଂଲଣ୍ଡ ପାଣିପାଗ ତାଙ୍କୁ ସୁଟ୍ କରୁନି । ଆଉ ସେମାନେ ୧୧ ଜଣରେ ଫିଟ୍ ନୁହଁନ୍ତି ।
ଏହି ଖେଳାଳିମାନେ ହେଉଛନ୍ତି ଶୁଭମାନ ଗିଲ, ରବିନ୍ଦ୍ର ଜାଡେଜା ଏବଂ ଜସପ୍ରୀତ ବୁମ୍ରାହ । ଏଥିରେ କୌଣସି ଦ୍ୱିମତ ନାହିଁ ଯେ, ଜାଡେଜା ଜଣେ ବଡ଼ ଖେଳାଳି । କିନ୍ତୁ ଇଂଲଣ୍ଡର ସ୍ଥିତିକୁ ଅନୁଧ୍ୟାନ କଲେ ସେ ଦଳରେ ଫିଟ୍ ହୋଇପାରୁ ନାହାନ୍ତି । ଇଂଲଣ୍ଡର ପିଚ୍ ଦ୍ରୁତ ବୋଲରଙ୍କୁ ଅଧିକ ସୁହାଉଛି ।
ଜାଡେଜା WTC ଫାଇନାଲରେ ୧୧ ଜଣ ଖେଳାଳିଙ୍କ ମଧ୍ୟରେ ଏଥିପାଇଁ ସାମିଲ କରାଯାଇଥିଲା, କାରଣ ସେ ୭ ନମ୍ବରରେ ମଇଦାନକୁ ଓହ୍ଲାଇ ଦଳ ପାଇଁ ଭଲ ସ୍କୋର ସଂଗ୍ରହ କରିପାରିବେ । କିନ୍ତୁ ସେ ଦୁଇଟି ଯାକ ଇନିଂସ୍ରେ ଫ୍ଲପ୍ ହୋଇଗଲେ । ଅନ୍ୟପଟେ ବୋଲିଂରେ ମଧ୍ୟ ସେ ବିଶେଷ ପ୍ରଦର୍ଶନ କରିବାରେ ବିଫଳ ହୋଇଛନ୍ତି । ସେ ମାତ୍ର ଗୋଟିଏ ୱିକେଟ୍ ନେବାରେ ସକ୍ଷମ ହୋଇଥିଲେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/Capture-15_1625224339.jpg)