Advertisment

୨୦୨୩କୁ ଘୁଞ୍ଚିଲା ଟି-ଟ୍ୱେଣ୍ଟି ମହିଳା ବିଶ୍ୱକପ

ନୂଆଦିଲ୍ଲୀ: ୨୦୨୨ରୁ ୨୦୨୩କୁ ଘୁଞ୍ଚିଲା ଟି-ଟ୍ୱେଣ୍ଟି ମହିଳା ବିଶ୍ୱକପ। ଏନେଇ ଗୁରୁବାର ଘୋଷଣା କରିଛି ଅନ୍ତର୍ଜାତୀୟ କ୍ରିକେଟ କାଉନ୍‌ସିଲ ବା ଆଇସିସି। ଆଗାମୀ ଟି-୨୦ ମହିଳା ବିଶ୍ୱକପ ଦକ୍ଷିଣ‌ଆଫ୍ରିକାର ହେବ ବୋଲି ସ୍ଥିର ହୋଇଛି। ଟି-୨୦ ଦକ୍ଷିଣ‌ଆଫ୍ରିକା ସଂସ୍କରଣକୁ ୨୦୨୨ ନଭେମ୍ବରରୁ ୨୦୨୩ ଫେବ୍ରୁଆରିକୁ ଘୁଞ୍ଚାଇ ଦିଆଯାଇଛି। କାରଣ ୨୦୨୨ରେ ମହିଳା ଦିନିକିଆ ବିଶ୍ୱକପ୍‌ ରହିଛି ତା ସହିତ କମନୱେଲ୍ଥ ଗେମ୍‌ ମଧ୍ୟ ରହିଛି। ଆଉ ଯଦି ଟି-୨୦ ବିଶ୍ୱକପ୍ ହୁଏ ତେବେ ଗୋଟିଏ ବର୍ଷରେ ୩ଟି […]

author-image
Otv Khabar Bureau
୨୦୨୩କୁ ଘୁଞ୍ଚିଲା ଟି-ଟ୍ୱେଣ୍ଟି ମହିଳା ବିଶ୍ୱକପ

t--20-world-cuip

ନୂଆଦିଲ୍ଲୀ: ୨୦୨୨ରୁ ୨୦୨୩କୁ ଘୁଞ୍ଚିଲା ଟି-ଟ୍ୱେଣ୍ଟି ମହିଳା ବିଶ୍ୱକପ। ଏନେଇ ଗୁରୁବାର ଘୋଷଣା କରିଛି ଅନ୍ତର୍ଜାତୀୟ କ୍ରିକେଟ କାଉନ୍‌ସିଲ ବା ଆଇସିସି। ଆଗାମୀ ଟି-୨୦ ମହିଳା ବିଶ୍ୱକପ ଦକ୍ଷିଣ‌ଆଫ୍ରିକାର ହେବ ବୋଲି ସ୍ଥିର ହୋଇଛି। ଟି-୨୦ ଦକ୍ଷିଣ‌ଆଫ୍ରିକା ସଂସ୍କରଣକୁ ୨୦୨୨ ନଭେମ୍ବରରୁ ୨୦୨୩ ଫେବ୍ରୁଆରିକୁ ଘୁଞ୍ଚାଇ ଦିଆଯାଇଛି।

Advertisment

କାରଣ ୨୦୨୨ରେ ମହିଳା ଦିନିକିଆ ବିଶ୍ୱକପ୍‌ ରହିଛି ତା ସହିତ କମନୱେଲ୍ଥ ଗେମ୍‌ ମଧ୍ୟ ରହିଛି। ଆଉ ଯଦି ଟି-୨୦ ବିଶ୍ୱକପ୍ ହୁଏ ତେବେ ଗୋଟିଏ ବର୍ଷରେ ୩ଟି ବଡ଼ ଖେଳ ସମାରୋହ ହୋଇଯିବ। ଏହାଦ୍ୱାରା ଖେଳାଳି ଉପରେ ଚାପ ପଡ଼ିବା ସହିତ ସେମାନେ ଠିକ୍‌ରେ ଟି-୨୦ ବିଶ୍ୱକପ୍ ପାଇଁ ପ୍ରସ୍ତୁତ ହୋଇପାରିବେ ନାହିଁ।

ତେଣୁ ଟି-୨୦ ମହିଳା ବିଶ୍ୱକପ୍‌କୁ ୨୦୨୩କୁ ଘୁଞ୍ଚାଇ ଦିଆଯାଇଛି ବୋଲି ଆଇସିସି ବିଚାରକ ମଣ୍ଡଳି ସୂଚନା ଦେଇଛନ୍ତି। ତା ସହିତ ୨୦୨୩ରେ କୌଣସି ବଡ଼ ଖେଳ ସମାରୋହ ନଥିବାରୁ ମହିଳା ଟି-୨୦ ବିଶ୍ୱକପ୍‌କୁ ୨୦୨୩କୁ ଘୁଞ୍ଚାଇ ଦିଆଯାଇଥିବା ସୂଚନା ଦେଇଛି ଆଇସିସି।

Advertisment

ଚଳିତ ବର୍ଷ ଅଗଷ୍ଟ ମାସରେ କୋଭିଡ-୧୯ ଯୋଗୁ ଦିନିକିଆ ମହିଳା ବିଶ୍ୱକପ୍‌କୁ ୨୦୨୧ରୁ ୨୦୨୨କୁ ଘୁଞ୍ଚାଇ ଦିଆଯାଇଥିଲା।ସେହିପରି ୨୦୨୨ ଜୁଲାଇରେ କମନୱେଲ୍ଥ ଗେମ୍‌ ଓ ନଭେମ୍ବରରେ ଟି-୨୦ ହେବାକୁ ସ୍ଥିର କରାଯାଇଥିଲା।

Advertisment
Advertisment