Advertisment

ଏ ବର୍ଷ ହେବନି ଟି-୨୦ ବିଶ୍ୱକପ୍

ଦୁବାଇ: ଶେଷରେ ଯାହା ଆଶଙ୍କା କରାଯାଉଥିଲା, ତାହା ହେଲା। କରୋନାଭାଇରସକୁ ଆଖି ଆଗରେ ରଖି ଆଇସିସି ଚଳିତ ବର୍ଷ ଅଷ୍ଟ୍ରେଲିଆରେ ହେବାକୁଥିବା ପୁରୁଷ ଟି-୨୦ ବିଶ୍ୱକପକୁ ସ୍ଥଗିତ କରିବାକୁ ନିଷ୍ପତ୍ତି ନେଇଛି। ଅନ୍ତର୍ଜାତୀୟ କ୍ରିକେଟ୍‌ ପରିଷଦ (ଆଇସିସି) ସୋମବାର ଟେଲିକନଫରେନ୍ସିଂ ଜରିଆରେ ଆୟୋଜିତ ବୈଠକରେ ଏହି ନିଷ୍ପତ୍ତି ନେଇଛି। ଟି-୨୦ ବିଶ୍ୱକପ୍ ସ୍ଥଗିତ ହେବା ଦ୍ୱାରା ବହୁଚର୍ଚ୍ଚିତ ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ (ଆଇପିଏଲ) ପାଇଁ ବାଟ ଫିଟିଯାଇଛି। ଏବେ ଟି-୨୦ ବିଶ୍ୱକପ୍ କେବେ ହେବ, ସେ ନେଇ […]

author-image
Ranjeet Kumar Jena
ଅଦ୍ୟତନ ହୋଇଛି
ଏ ବର୍ଷ ହେବନି ଟି-୨୦ ବିଶ୍ୱକପ୍

t20

ଦୁବାଇ: ଶେଷରେ ଯାହା ଆଶଙ୍କା କରାଯାଉଥିଲା, ତାହା ହେଲା। କରୋନାଭାଇରସକୁ ଆଖି ଆଗରେ ରଖି ଆଇସିସି ଚଳିତ ବର୍ଷ ଅଷ୍ଟ୍ରେଲିଆରେ ହେବାକୁଥିବା ପୁରୁଷ ଟି-୨୦ ବିଶ୍ୱକପକୁ ସ୍ଥଗିତ କରିବାକୁ ନିଷ୍ପତ୍ତି ନେଇଛି। ଅନ୍ତର୍ଜାତୀୟ କ୍ରିକେଟ୍‌ ପରିଷଦ (ଆଇସିସି) ସୋମବାର ଟେଲିକନଫରେନ୍ସିଂ ଜରିଆରେ ଆୟୋଜିତ ବୈଠକରେ ଏହି ନିଷ୍ପତ୍ତି ନେଇଛି। ଟି-୨୦ ବିଶ୍ୱକପ୍ ସ୍ଥଗିତ ହେବା ଦ୍ୱାରା ବହୁଚର୍ଚ୍ଚିତ ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ (ଆଇପିଏଲ) ପାଇଁ ବାଟ ଫିଟିଯାଇଛି। ଏବେ ଟି-୨୦ ବିଶ୍ୱକପ୍ କେବେ ହେବ, ସେ ନେଇ ଆଇସିସି ପକ୍ଷରୁ କୌଣସି ନିଷ୍ପତ୍ତି ନିଆଯାଇନାହିଁ।

Advertisment

କରୋନା ଭାଇରସ୍ ଯୋଗୁ ଅଷ୍ଟ୍ରେଲିଆରେ ଅକ୍ଟୋବର-ନଭେମ୍ବରରେ ହେବାକୁଥିବା ଏହି ଟି-୨୦ ବିଶ୍ୱକପ୍ ଟୁର୍ଣ୍ଣାମେଣ୍ଟ ଉପରେ ପୂର୍ବରୁ ହିଁ ସଙ୍କଟର ବାଦଲ ଦେଖା ଦେଇଥିଲା। ଏପରିକି କ୍ରିକେଟ୍‌ ଅଷ୍ଟ୍ରେଲିଆ (ସିଏ) ମଧ୍ୟ ଟି-୨୦ ବିଶ୍ୱକପ୍ ଆୟୋଜନ ନେଇ ଚିନ୍ତା ପ୍ରକଟ କରିଥିଲା।

https://twitter.com/ICCMediaComms/status/1285217698742333440?s=20

ଏହା ପୂର୍ବରୁ ଅଷ୍ଟ୍ରେଲିଆର କ୍ରୀଡ଼ାମନ୍ତ୍ରୀ ରିଚାର୍ଡ କେଲବେକ୍ କହିଥିଲେ ଯେ ଆମ ଦେଶ ଟି-୨୦ ବିଶ୍ୱକପ୍ ଆୟୋଜନ କରିବା ପାଇଁ ପୂର୍ଣ୍ଣ ରୂପରେ ପ୍ରସ୍ତୁତ। କିନ୍ତୁ ଏଠି ବଡ଼ ପ୍ରଶ୍ନ ହେଉଛି ଖାଲି ଷ୍ଟାଡିୟମରେ ଏଭଳି ଏକ ମେଗା ଟୁର୍ଣ୍ଣାମେଣ୍ଟକୁ ଆୟୋଜନ କରିବା ଠିକ୍ ହେବ କି?

Advertisment

କରୋନାଭାଇରସ୍ ଯୋଗୁ ସାରା ଦୁନିଆରେ ଯେଉଁଭଳି ସ୍ଥିତି ରହିଛି, ସେଥିରେ ଚଳିତ ବର୍ଷ ଅଷ୍ଟ୍ରେଲିଆରେ ଟି-୨୦ ବିଶ୍ୱକପ୍ ଆୟୋଜନ କରାଇବା କଷ୍ଟକର ଥିଲା। ତା'ଛଡ଼ା ବିନା ଦର୍ଶକରେ ମ୍ୟାଚ୍ କରାଇବାର ମଧ୍ୟ କୌଣସି ମୂଲ୍ୟ ନାହିଁ। ଏଥିପାଇଁ ଏ ବର୍ଷ ଟି-୨୦ ବିଶ୍ୱକପକୁ ସ୍ଥଗିତ କରାଯାଇଛି।

ଟି-୨୦ ବିଶ୍ୱକପ୍ ସ୍ଥଗିତ ହେବା ଦ୍ୱାରା ଏବେ ଆଇପିଏଲ୍ ପାଇଁ ବାଟ ଫିଟିଯାଇଛି। ସୂତ୍ର ଅନୁଯାୟୀ, ବିସିସିଆଇ ଆଇପିଏଏଲ୍ ୧୩ଶ ସଂସ୍କରଣର ଆୟୋଜନ ଚଳିତ ବର୍ଷ ସେପ୍ଟେମ୍ବର ୨୬ରୁ ନଭେମ୍ବର ୮ ତାରିଖରେ କରାଇବା ନେଇ ଯୋଜନା କରୁଛି। ବିସିସିଆଇ ମଧ୍ୟ ଏହି ବ୍ୟୟବହୁଳ ଲିଗକୁ ୟୁଏଇରେ କରାଇପାରେ। ତେବେ ବିସିସିଆଇ ପକ୍ଷରୁ ଏ ନେଇ କୌଣସି ଆନୁଷ୍ଠାନିକ ସୂଚନା ମିଳିନାହିଁ।

ଆଇପିଏଲର ୧୩ଶ ସିଜନର ଆୟୋଜନ ପାଇଁ ଶ୍ରୀଲଙ୍କା ଓ ୟୁଏଇ ପୂର୍ବରୁ ହିଁ ବିସିସିଆଇକୁ ପ୍ରସ୍ତାବ ଦେଇସାରିଛନ୍ତି। ଆଇପିଏଲ୍ ଦୁଇଥର ଭାରତ ବାହାରକୁ ସ୍ଥାନାନ୍ତର କରାଯାଇଛି। ୨୦୦୯ରେ ଲୋକସଭା ନିର୍ବାଚନ ଯୋଗୁ ଆଇପିଏଲକୁ ଦକ୍ଷିଣ ଆଫ୍ରିକାରେ କରାଯାଇଥିଲା। ଏହା ପରେ ୨୦୧୪ରେ ମଧ୍ୟ ନିର୍ବାଚନ ସମୟରେ ଆଇପିଏଲର ପ୍ରଥମ ଦୁଇ ସପ୍ତାହ ୟୁଏଇରେ ଆୟୋଜିତ ହୋଇଥିଲା।

Advertisment
Advertisment