Advertisment

ବାରବାଟୀ ଦିନିକିଆ ଟିକେଟ୍ ଲାଗି ପରିଚୟପତ୍ର ବାଧ୍ୟତାମୂଳକ

କଟକ : ଚଳିତ ମାସ ୨୨ ତାରିଖରେ କଟକ ବାରବାଟୀରେ ହେବାକୁ ଥିବା ଇଣ୍ଡିଆ-ଇଣ୍ଡିଜ୍ ଦିନିକିଆ ପାଇଁ ଦର୍ଶକଙ୍କୁ ବିନା ପରିଚୟ ପତ୍ରରେ ଦିଆଯିବନି ଟିକେଟ । ଯେ କୌଣସି ପରିଚୟପତ୍ର ଦେଖାଇଲେ ହିଁ କାଉଣ୍ଟରରେ ଟିକେଟ୍ ଦିଆଯିବ ଦର୍ଶକଙ୍କୁ । ଓଡ଼ିଶା କ୍ରିକେଟ୍ ଆସୋସିଏନ୍ ପକ୍ଷରୁ ଏକ ପ୍ରେସ୍‌ମିଟ୍ କରି ଏହି ସୂଚନା ଦିଆଯାଇଛି । କାଉଣ୍ଟରରୁ ଜଣେ କେବଳ ୨ଟି ଟିକେଟ୍ ହିଁ କିଣିପାରିବେ ବୋଲି ଓସିଏ କହିଛି । ଆସନ୍ତା ୧୬ ଓ […]

author-image
Pradesh Pratyush
undefined

BARABATI

କଟକ : ଚଳିତ ମାସ ୨୨ ତାରିଖରେ କଟକ ବାରବାଟୀରେ ହେବାକୁ ଥିବା ଇଣ୍ଡିଆ-ଇଣ୍ଡିଜ୍ ଦିନିକିଆ ପାଇଁ ଦର୍ଶକଙ୍କୁ ବିନା ପରିଚୟ ପତ୍ରରେ ଦିଆଯିବନି ଟିକେଟ । ଯେ କୌଣସି ପରିଚୟପତ୍ର ଦେଖାଇଲେ ହିଁ କାଉଣ୍ଟରରେ ଟିକେଟ୍ ଦିଆଯିବ ଦର୍ଶକଙ୍କୁ । ଓଡ଼ିଶା କ୍ରିକେଟ୍ ଆସୋସିଏନ୍ ପକ୍ଷରୁ ଏକ ପ୍ରେସ୍‌ମିଟ୍ କରି ଏହି ସୂଚନା ଦିଆଯାଇଛି । କାଉଣ୍ଟରରୁ ଜଣେ କେବଳ ୨ଟି ଟିକେଟ୍ ହିଁ କିଣିପାରିବେ ବୋଲି ଓସିଏ କହିଛି ।

Advertisment

ଆସନ୍ତା ୧୬ ଓ ୧୭ ତାରିଖରେ ଅନୁମୋଦିତ ସଂସ୍ଥା, ସ୍କୁଲ, କ୍ଲବକୁ ଟିକେଟ୍‌ ଦିଆଯିବ । ଏହାପରେ ଅର୍ଥାତ ୧୯ ଓ ୨୦ ତାରିଖରେ ବାରବାଟୀ ଷ୍ଟାଡିୟମ କାଉଣ୍ଟରରେ ମିଳିବ ଟିକେଟ । ଗ୍ୟାଲେରୀ ଦର୍ଶକଙ୍କ ପାଇଁ ହେଲ୍ପ୍ ଡେସ୍କର ବ୍ୟବସ୍ଥା ରହିବ ବୋଲି ଓସିଏ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛି ।

Advertisment
Advertisment